ETV Bharat / state

କମ୍ପ୍ୟୁଟର ଶିକ୍ଷକଙ୍କ ଛଟେଇ ପ୍ରତିବାଦରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ - କମ୍ପ୍ୟୁଟର ଶିକ୍ଷକଙ୍କ ଛଟେଇ ପ୍ରତିବାଦ

ରାଜ୍ୟର 4 ହଜାର କମ୍ପ୍ୟୁଟର ଶିକ୍ଷକ ଛଟେଇ ପ୍ରତିବାଦରେ ଜଗତସିଂହପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ । ଅଧିକ ପଢ଼ନ୍ତୁ...

agitation in front of collector office, dismissal of  Computer teachers, computer teacher of  the state, jagatsingpur collector office, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ, କମ୍ପ୍ୟୁଟର ଶିକ୍ଷକଙ୍କ ଛଟେଇ ପ୍ରତିବାଦ, ଜଗତସିଂହପୁର ଜିଲ୍ଲାପାଳ
କମ୍ପ୍ୟୁଟର ଶିକ୍ଷକଙ୍କ ଛଟେଇ ପ୍ରତିବାଦରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ
author img

By

Published : Jul 9, 2021, 10:13 PM IST

ଜଗତସିଂହପୁର: ଶୁକ୍ରବାର ରାଜ୍ୟର 4 ହଜାର କମ୍ପ୍ୟୁଟର ଶିକ୍ଷକ ଛଟେଇ ପ୍ରତିବାଦରେ ଜଗତସିଂହପୁର ଜିଲ୍ଲାପାଳଙ୍କ ଅଫିସ ଆଗରେ ଜିଲ୍ଲାର ସମସ୍ତ ଛଟେଇ କମ୍ପ୍ୟୁଟର ଶିକ୍ଷକ ମାନେ ଧାରଣାରେ ବସିଥିଲେ । ଏହା ସହିତ ଜିଲ୍ଲାପାଳଙ୍କ ଅଫିସ ଘେରାଉ କରିଥିଲେ।

ସେମାନେ ଅଭିଯୋଗ କରିଛନ୍ତି ଯେ ଓଡ଼ିଶାର ଲକ୍ଷ ଲକ୍ଷ ଛାତ୍ରଛାତ୍ରୀ ବର୍ତ୍ତମାନ କମ୍ପ୍ୟୁଟର ଶିକ୍ଷାରୁ ବଞ୍ଚିତ ହୋଇଛନ୍ତି। ତା ସହ ରାଜ୍ୟରେ 4 ହଜାର ଓ ଜିଲ୍ଲାରେ 151 ଜଣ କମ୍ପ୍ୟୁଟର ଶିକ୍ଷକଙ୍କୁ ସରକାର ଛଟେଇ କରି ସାରିଛନ୍ତି। ଫଳରେ ସେମାନେ ଜୀବିକା ହରାଇବା ସହ କୋଭିଡ ସମୟରେ ହନ୍ତସନ୍ତ ହେଉଛନ୍ତି।

କମ୍ପ୍ୟୁଟର ଶିକ୍ଷକଙ୍କ ଛଟେଇ ପ୍ରତିବାଦରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ

ଅନ୍ୟ ପକ୍ଷରେ ରାଜ୍ୟରେ 8 ଶହ କୋଟି ଟଙ୍କା ବ୍ୟୟରେ ନିର୍ମିତ ଆଇସିଟି ଲ୍ୟାବ ଗୁଡିକ ଅଚଳ ହୋଇ ଖତ ଖାଇବାକୁ ବସିଲାଣି। ଯାହାକୁ ନେଇ ଶିକ୍ଷା ବିଭାଗ କୌଣସି ପଦକ୍ଷେପ ନେଉନାହିଁ। ରାଜ୍ୟ ସରକାର ଏଥିପ୍ରତି ଦୃଷ୍ଟି ଦେବା ସହିତ ରାଜ୍ୟର ସମସ୍ତ 4 ହଜାର ଶିକ୍ଷକଙ୍କୁ ପୁନଃ ନିଯୁକ୍ତି ଦେବା ସହ ଅନ ଲାଇନ ପାଠପଢ଼ାରେ କମ୍ପ୍ୟୁଟର ଶିକ୍ଷକଙ୍କୁ ସାମିଲ କରିବାକୁ ସଙ୍ଘ ଦାବି କରିଛି। ଏହାକୁ ନେଇ ମୁଖ୍ୟମନ୍ତ୍ରୀ ଓ ଶିକ୍ଷା ମନ୍ତ୍ରୀଙ୍କୁ ଜିଲ୍ଲାପାଳଙ୍କ ମାଧ୍ୟରେ ଦାବିପତ୍ର ପ୍ରଦାନ କରିଛି ସଙ୍ଘ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.