ETV Bharat / state

ନିର୍ବାଚନ ପାଇଁ ବ୍ୟବହାର ପରେ ଅଲୋଡା ମହାବିଦ୍ୟାଳୟ

ପ୍ରମୁଖ ଶିକ୍ଷା ଅନୁଷ୍ଠାନ ସ୍ୱାମୀ ବିବେକାନନ୍ଦ ସ୍ୱୟଂଶାସିତ ମହାବିଦ୍ୟାଳୟର ଅବସ୍ଥା ବିପର୍ଯ୍ୟସ୍ତ ହୋଇପଡିଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ଉକ୍ତ ମହାବିଦ୍ୟାଳୟକୁ ନିର୍ବାଚନରେ ବ୍ୟବହାର କରାଯାଇଥିଲା । ହେଲେ ଏହାକୁ ପୂର୍ବାବସ୍ଥାକୁ ଫେରାଇ ଆଣିବାକୁ ପ୍ରଶାସନ କିଛି ବି କରିନଥିବା ବେଳେ ଚିନ୍ତାରେ କର୍ତ୍ତୃପକ୍ଷ ।

author img

By

Published : Jun 24, 2019, 11:51 PM IST

ଫଟୋ ସୌଜନ୍ୟ- ପ୍ରତିନିଧି, ଜଗତସିଂହପୁର

ଜଗତସିଂହପୁର: ଜିଲ୍ଲାର ପ୍ରମୁଖ ଶିକ୍ଷା ଅନୁଷ୍ଠାନ ସ୍ୱାମୀ ବିବେକାନନ୍ଦ ସ୍ୱୟଂ ଶାସିତ ମହାବିଦ୍ୟାଳୟର ଅବସ୍ଥା ବିପର୍ଯ୍ୟସ୍ତ ହୋଇପଡିଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ଉକ୍ତ ମହାବିଦ୍ୟାଳୟକୁ ନିର୍ବାଚନରେ ବ୍ୟବହାର କରାଯାଇଥିଲା । ଏଠାରେ ଷ୍ଟ୍ରଙ୍ଗରୁମ କରାଯାଇ ଇଭିଏମ ମେସିନ ସୁରକ୍ଷିତ ରଖାଯିବା ସହିତ ସୁରକ୍ଷାକର୍ମୀ ମାନଙ୍କୁ ରଖାଯାଇଥିଲା । କିନ୍ତୁ ନିର୍ବାଚନର 3 ମାସ ପରେ ବି ପ୍ରଶାସନ କଲେଜ ପରିସରରୁ ଆବର୍ଜନା ଉଠାଇବା, ସହ କୌଣସି କ୍ଷେତ୍ରରେ ମରାମତି କରିନାହିଁ ।

ଭିଡିଓ ସୌଜନ୍ୟ- ପ୍ରତିନିଧି, ଜଗତସିଂହପୁର

ଜିଲ୍ଲା ପ୍ରଶାସନ ତରଫରୁ ମହାବିଦ୍ୟାଳୟର ଝରକା ଗୁଡ଼ିକୁ ଇଟାରେ ବନ୍ଦ କରାଯିବ ସହିତ ବିଭିନ୍ନ ସ୍ଥାନରେ ଖୋଳି ଦିଆଯାଇଛି, ଫଳରେ 7 ଦିନ ହେବ କଲେଜ ଖୋଲିଥିଲେ ମଧ୍ୟ ପାଠପଢ଼ା ହୋଇପାରୁନାହିଁ । ନିର୍ବାଚନ ପାଇଁ ଜିଲ୍ଲା ପ୍ରଶାସନ ସ୍ବତନ୍ତ୍ର ବିଦ୍ୟୁତ ସଂଯୋଗ ନକରି କଲେଜର ବିଜୁଳି ବ୍ୟବହାର କରିଥିବାରୁ ଚଳିତ ମାସରେ 55 ହଜାର ଟଙ୍କା ରୁ ଅଧିକ ବିଲ ଆସିଥିବା କଲେଜ କର୍ତ୍ତୃପକ୍ଷ କହିଛନ୍ତି ।

କଲେଜ ରୁମରୁ 10 ଟି ଫ୍ୟାନ କାଢ଼ି ନିଆଯାଇଥିବା ବେଳେ 500 ରୁ ଅଧିକ ଟେବୁଲ ଡେସ୍କକୁ ଉପର ମହଲାରୁ ତଳକୁ ଫିଙ୍ଗି ଦିଆଯାଇ ନଷ୍ଟ କରିଦିଆଯାଇଛି । ଏସମ୍ପର୍କରେ ଆମେ ତତ୍କାଳୀନ ଜିଲ୍ଲାପାଳ ଗୁହା ପୁନମ ତାପସ କୁମାରଙ୍କ ସହିତ ଯୋଗାଯୋଗ କରିଥିଲୁ ,କିନ୍ତୁ ସେ କିଛି କହିବାକୁ ମନା କରିଦେଇଛନ୍ତି । ମୋଟାମୋଟି ଭାବେ ଇଲେକ୍ସନକୁ ନେଇ ଜିଲ୍ଲା ପ୍ରଶାସନ ଜିଲ୍ଲାର ପ୍ରମୁଖ ଅଗ୍ରଣୀ ଶିକ୍ଷାନୁଷ୍ଠାନକୁ ନଷ୍ଟ କରିବା ଓ ଏହା ଫଳରେ ଶିକ୍ଷା ଦାନ ପ୍ରଭାବିତ ହେବାକୁ ନେଇ ଅସନ୍ତୋଷ ଦେଖା ଦେଇଛି।

ଜଗତସିଂହପୁରରୁ ସୁଶାନ୍ତ ପାତ୍ର, ଇଟିଭି ଭାରତ

Intro:Body:

ନିର୍ବାଚନ ପାଇଁ ବ୍ୟବହାର ପରେ ଅଲୋଡା ହେଲା ମହାବିଦ୍ୟାଳୟ

ଜଗତସିଂହପୁର:  ଜିଲ୍ଲାର ପ୍ରମୁଖ ଶିକ୍ଷା ଅନୁଷ୍ଠାନ ସ୍ୱାମୀ ବିବେକାନନ୍ଦ ସ୍ୱୟଂ ଶାସିତ ମହାବିଦ୍ୟାଳୟର ଅବସ୍ଥା ବିପର୍ଯ୍ୟସ୍ତ ହୋଇପଡିଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ଉକ୍ତ ମହାବିଦ୍ୟାଳୟକୁ ନିର୍ବାଚନରେ ବ୍ୟବହାର କରାଯାଇଥିଲା । ଏଠାରେ ଷ୍ଟ୍ରଙ୍ଗ ରୁମ କରାଯାଇ ଇଭିଏମ ମେସିନ ସୁରକ୍ଷିତ ରଖାଯିବା ସହିତ ସୁରକ୍ଷାକର୍ମୀ ମାନଙ୍କୁ ରଖାଯାଇଥିଲା । କିନ୍ତୁ ନିର୍ବାଚନର 3 ମାସ ପରେ ବି ପ୍ରଶାସନ କଲେଜ ପରିସରରୁ ଆବର୍ଜନା ଉଠାଇବା, ସହ କୌଣସି କ୍ଷେତ୍ରରେ ମରାମତି କରିନାହିଁ । 

ଜିଲ୍ଲା ପ୍ରଶାସନ ତରଫରୁ ମହାବିଦ୍ୟାଳୟର ଝରକା ଗୁଡ଼ିକୁ ଇଟାରେ ବନ୍ଦ କରାଯିବ ସହିତ ବିଭିନ୍ନ ସ୍ଥାନରେ ଖୋଳି ଦିଆଯାଇଛି, ଫଳରେ 7 ଦିନ ହେବ କଲେଜ ଖୋଲିଥିଲେ ମଧ୍ୟ ପାଠପଢ଼ା ହୋଇପାରୁନାହିଁ । ନିର୍ବାଚନ ପାଇଁ ଜିଲ୍ଲା ପ୍ରଶାସନ ସ୍ବତନ୍ତ୍ର ବିଦ୍ୟୁତ ସଂଯୋଗ ନକରି କଲେଜର ବିଜୁଳି ବ୍ୟବହାର କରିଥିବାରୁ ଚଳିତ ମାସରେ 55 ହଜାର ଟଙ୍କା ରୁ ଅଧିକ ବିଲ ଆସିଥିବା କଲେଜ କର୍ତ୍ତୃପକ୍ଷ କହିଛନ୍ତି । 

କଲେଜ ରୁମରୁ 10 ଟି ଫ୍ୟାନ କାଢ଼ି ନିଆଯାଇଥିବା ବେଳେ 500 ରୁ ଅଧିକ ଟେବୁଲ ଡେସ୍କକୁ ଉପର ମହଲାରୁ ତଳକୁ ଫିଙ୍ଗି ଦିଆଯାଇ ନଷ୍ଟ କରିଦିଆଯାଇଛି । ଏସମ୍ପର୍କରେ ଆମେ ତତ୍କାଳୀନ ଜିଲ୍ଲାପାଳ ଗୁହା ପୁନମ ତାପସ କୁମାରଙ୍କ ସହିତ ଯୋଗାଯୋଗ କରିଥିଲୁ  ,କିନ୍ତୁ ସେ କିଛି କହିବାକୁ ମନା କରିଦେଇଛନ୍ତି । ମୋଟାମୋଟି ଭାବେ ଇଲେକ୍ସନକୁ ନେଇ ଜିଲ୍ଲା ପ୍ରଶାସନ ଜିଲ୍ଲାର ପ୍ରମୁଖ ଅଗ୍ରଣୀ ଶିକ୍ଷାନୁଷ୍ଠାନକୁ ନଷ୍ଟ କରିବା ଓ ଏହା ଫଳରେ ଶିକ୍ଷା ଦାନ ପ୍ରଭାବିତ ହେବାକୁ ନେଇ ଅସନ୍ତୋଷ ଦେଖା ଦେଇଛି। 

ଜଗତସିଂହପୁରରୁ ସୁଶାନ୍ତ ପାତ୍ର, ଇଟିଭି ଭାରତ

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.