ETV Bharat / state

ପୂଜା ପରେ ଜମିଛି ଆବର୍ଜନା, ଗନ୍ଧଉଛି ଜଗତସିଂହପୁର - ଉଠୁନି ଆବର୍ଜନା

ପୂଜା ପରେ ଜଗତସିଂହପୁର ସହରରେ ଜମିଛି କୁଢ କୁଢ ପଲିଥିନ ଓ ପ୍ଲାଷ୍ଟିକ । ପୌରସଂସ୍ଥା ପକ୍ଷରୁ ବିଶେଷ ଭାବରେ ସଫେଇ କରାଯାଉ ନଥିବାରୁ ଆବର୍ଜନା ପଡିରହିବା ସହ ଦୁର୍ଗନ୍ଧରେ ନାକ ଫାଟି ପଡୁଛି । ଅଧିକ ପଢନ୍ତୁ...

ପୂଜା ପରେ ଉଠୁନି ଆବର୍ଜନା, ଦୂର୍ଗନ୍ଧରେ ଫାଟୁଛି ଜଗତସିଂହପୁର ସହର
author img

By

Published : Oct 14, 2019, 9:40 PM IST

ଜଗତସିଂହପୁର: ସରିଲା ଶାରଦୀୟ ଦୁର୍ଗା ପୂଜା । ଆଉ ଏବେ ଜଗତସିଂହପୁର ସହରରେ ଜମିଛି କୁଢ କୁଢ ପଲିଥିନ ଓ ପ୍ଲାଷ୍ଟିକ । ଦୂର୍ଗନ୍ଧରେ ଫାଟି ପଡୁଛି ପୂରା ପରିବେଶ ।

ପୂଜା ପରେ ଉଠୁନି ଆବର୍ଜନା, ଦୂର୍ଗନ୍ଧରେ ଫାଟୁଛି ଜଗତସିଂହପୁର ସହର

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସର, ବସଷ୍ଟାଣ୍ଡ, ନେହୁର ମାର୍କେଟ, ଗାନ୍ଧୀଛକ, ଗୋପାଳ ସାଗର ଆଦି ସ୍ଥାନରେ ବ୍ୟାପକ ଭାବରେ ଆବର୍ଜନା ଜମା ହୋଇରହିଛି ।

ଅକ୍ଟୋବର 2 ତାରିଖରୁ ପଲିଥିନି ବ୍ୟବହାର ଉପରେ କଟକଣା ଜାରି କରାଯାଇଥିଲେ ହେଁ ବହୁଳ ପରିମାଣରେ ପ୍ଲାଷ୍ଟିକ ଓ ପଲିଥିନ ବ୍ୟାଗ ବ୍ୟବହାର କରାଯାଇ ରାସ୍ତା କଡରେ ଫିଙ୍ଗି ଦିଆଯାଉଥିବା ଦେଖିବାକୁ ମିଳିଛି । ପୌରସଂସ୍ଥା ପକ୍ଷରୁ ବିଶେଷ ଭାବରେ ସଫେଇ କରାଯାଉ ନଥିବାରୁ କୁଢ଼ କୁଢ଼ ଆବର୍ଜନା ପଡିରହିବା ସହ ଦୁର୍ଗନ୍ଧରେ ନାକ ଫାଟି ପଡୁଛି । ଫଳରେ ପରିବେଶ ପ୍ରଦୂଷିତ ହେବାସହ ଲୋକମାନେ ଯିବା ଆସିବାରେ ଅସୁବିଧାର ସମ୍ମଖୀନ ହେଉଛନ୍ତି ।

ଖୋଦ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପଡିଆ ମଧ୍ୟ ଏଥିରୁ ବାଦ ପଡିନି । ରାବଣ ପୋଡି ଉତ୍ସବରେ ଅବ୍ୟବହୃତ ବର୍ଜ୍ୟବସ୍ତୁ ଏବେବି ପଡି ରହିଛି । ତେବେ ଦେଖିବାକୁ ବାକି ରହିଲା କେବେ ପୌରପାଳିକାର ନଜର ପଡୁଛି ଓ କେବେ ଆବର୍ଜନା ସଫା ହେଉଛି ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

Intro: ପୂଜାପରେ, ଜଗତସିଂହପୁର ସହର ରେ ପୁତ୍ତିଗନ୍ଧ ମୟ ପରିବେଶ ସୃଷ୍ଟି ହୋଇଛି। ଜିଲାପାଳ ଙ୍କ କାର୍ଯ୍ୟାଳୟ ପରିସର, ବସଷ୍ଟାଣ୍ଡ, ନେହୁର ମାର୍କେଟ,ଗାନ୍ଧୀଛକ, ଗୋପାଳ ସାଗର, ଆଦି ସ୍ଥାନରେ ବ୍ୟାପକ ଭାବରେ ଆବର୍ଜନା ଜମା ହୋଇ ରହିଛି। ଅକ୍ଟୋବର 2 ତାରିଖ ରୁ ପାଲିଥିନି ବେବହାର ଉପରେ କଟକଣା ଜାରି କରାଯାଇଥିଲେ ହେ ବହୁଳ ପରିମାଣରେ ପ୍ଲାଷ୍ଟିକ ଓ ପଲିବ୍ୟାଗ ବେବହାର କରାଯାଇ ରାସ୍ତା କଡରେ ଫିଙ୍ଗି ଦିଆଯାଉଛି। ଯାହାକୁ ନେଇ ପାଲିଥିନି, ପ୍ଲାଷ୍ଟିକ ଜମା ହୋଇ ରହିଛି। ପୌରସଂସ୍ଥା ପକ୍ଷରୁ ବେଶେଷ ଭାବରେ ସଫେଇ କରାଯାଉ ନଥିବାରୁ କୁଢ଼ କୁଢ଼ ଆବର୍ଜନା ପଡିରହିବା ସହ ଦୁର୍ଗନ୍ଧ ରେ ନାକ ପାଠିପଡୁଛି। ଖୋଦ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ପଡିଆ ମଧ୍ୟ ଏଥିରୁ ବାଦ ପଡିନି। ରାବଣ ପୋଡି ଉତ୍ସବ ରେ ଅବେବହୁର୍ତ୍ତ ବର୍ଜ୍ୟବସ୍ତୁ ଏବେବି ପଡି ରହିଛି।

Body:formant avo

Conclusion:report_susanta kumar patra
jagatsinghpur
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.