ETV Bharat / state

ଦୀର୍ଘ 3 ବର୍ଷ ପରେ ପାରାଦ୍ବୀପରେ ଜମିବ କଳିଙ୍ଗ ବାଲିଯାତ୍ରା - ପାରାଦୀପରେ କଳିଙ୍ଗ ବାଲିଯାତ୍ରା

ଚଳିତ ବର୍ଷ ହୋଇପାରେ ପାରାଦୀପ କଳିଙ୍ଗ ବାଲିଯାତ୍ରା । ଦୀର୍ଘ 3 ବର୍ଷ ପରେ ପୁଣି ପାରାଦୀପରେ ବାଲିଯାତ୍ରା ହେବା ନେଇ ଜିଲ୍ଲାପାଳ ସହମତି ପ୍ରକାଶ କରିଛନ୍ତି (Kalinga Bali yatra) । ଅଧିକ ପଢ଼ନ୍ତୁ

this year paradeep will host kalinga bali yatra
ଚଳିତ ବର୍ଷ ପାରାଦୀପରେ ହେବ କଳିଙ୍ଗ ବାଲିଯାତ୍ରା
author img

By

Published : Sep 11, 2022, 12:12 PM IST

ପାରାଦ୍ବୀପ: ଚଳିତ ବର୍ଷ ହେବ ପାରାଦୀପ କଳିଙ୍ଗ ବାଲିଯାତ୍ରା । ଜିଲ୍ଲାପାଳଙ୍କ ସହ ଆଲୋଚନା କରିଛନ୍ତି ପାରାଦୀପ ପୌରାଧ୍ୟକ୍ଷ ବସନ୍ତ ବିଶ୍ୱାଳ । କୋଭିଡ କଟକଣା ଯୋଗୁଁ କଳିଙ୍ଗ ବାଲିଯାତ୍ରା ବନ୍ଦ ରହିଥିଲା । ଆସନ୍ତା କାର୍ତ୍ତିକ ପୂର୍ଣ୍ଣିମାରେ ବାଲିଯାତ୍ରା ଆୟୋଜନ କରିବାକୁ କୋର କମିଟି ସଦସ୍ୟ ପକ୍ଷରୁ ଜିଲ୍ଲାପାଳଙ୍କୁ ଅନୁରୋଧ କରାଯାଇଛି । ଏଥିରେ ଜିଲ୍ଲାପାଳ ସହମତି ପ୍ରକାଶ କରିଥିବା ଜଣାପଡ଼ିଛି ।

ଚଳିତ ବର୍ଷ ପାରାଦୀପରେ ହେବ କଳିଙ୍ଗ ବାଲିଯାତ୍ରା

ନୌବାଣିଜ୍ୟ ପରମ୍ପରାକୁ ଭିତ୍ତିକରି ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ପାରାଦ୍ବୀପରେ 1992 ମସିହାରେ କଳିଙ୍ଗ ବାଲିଯାତ୍ରାର ପରିକଳ୍ପନା କରିଥିଲେ । ସେହି ଦିନଠାରୁ ଏଠାରେ ଯାତ୍ରା ଆୟୋଜନ ହେଉଛି। 2019ରେ କୋଭିଡ ମହାମାରୀ ସଂକ୍ରମଣ ଦୃଷ୍ଟିରୁ ଏହାକୁ ବନ୍ଦ କରି ଦିଆଯାଇଥିଲା । ଏନେଇ ପୌରାଧ୍ୟକ୍ଷ ବସନ୍ତ କୁମାର କହିଛନ୍ତି,"ଚଳିତ ଥର ବାଲିଯାତ୍ରା ହେବାନେଇ ଆଶା କରାଯାଉଛି । ପ୍ରଶାସନିକ ବୈଠକ ପରେ ଯାହା ନିଷ୍ପତ୍ତି ନିଆଯାଏ ତାହାର ପରିଚାଳନା କରେ ବାଲିଯାତ୍ରା କୋର କମିଟି ।" ସଂସ୍କୃତି କଳା ଓ ବାଣିଜ୍ୟକୁ ଭିତ୍ତିକରି ଚଳିତ ବର୍ଷ ପୁନର୍ବାର ଏହା ଆୟୋଜନ କରିବାକୁ ବାଲିଯାତ୍ରା କମିଟି ପକ୍ଷରୁ ଜିଲ୍ଲାପାଳ ପାରୁଲ ପଟୱାରୀଙ୍କୁ ଅନୁରୋଧ କରାଯାଇଛି । ଜିଲ୍ଲାପାଳ ଏଥିରେ ସହମତି ପ୍ରକାଶ କରିଥିବା ପୌରାଧ୍ୟକ୍ଷ କହିଛନ୍ତି ।

ଏହା ମଦ୍ୟ ପଢ଼ନ୍ତୁ: Cuttack To Host Baliyatra: ଚଳିତ ବର୍ଷ ହେବ ଐତିହାସିକ ବାଲିଯାତ୍ରା

ସେହିପରି ଦୀର୍ଘ 3ବର୍ଷ ପରେ କଟକରେ ହେବ ଐତିହାସିକ ବାଲିଯାତ୍ରା (Cuttack Baliyatra) । କୋଭିଡ ନିୟନ୍ତ୍ରଣ ହୋଇଥିବାରୁ ଏନେଇ ନିଷ୍ପତ୍ତି ନିଆଯାଇଛି । ବ୍ୟବସାୟୀଙ୍କ ଆଥିକ ସ୍ଥିତି ସଦୃଢ଼ କରିବାକୁ ନିଷ୍ପତ୍ତି ନିଆଯାଇଛି । ତେବେ ରାଜ୍ୟ ତଥା ରାଜ୍ୟ ବାହାର ବ୍ୟବସାୟୀମାନଙ୍କୁ ପ୍ରୋତ୍ସାହନ କରିବାକୁ ଏହି ନିଷ୍ପତ୍ତି ନିଆଯାଇଛି । ଏହି ନିଷ୍ପତ୍ତି ଆସିବା ପରେ କଟକବାସୀଙ୍କ ସମେତ ରାଜ୍ୟବାସୀଙ୍କ ମୁହଁରେ ଖୁସିର ଝଲକ ଦେଖିବାକୁ ମିଳିଛି । କାର୍ତ୍ତିକ ମାସରେ ପ୍ରତିବର୍ଷ ଐତିହାସିକ କଟକ ବାଲିଯାତ୍ରା ଅନୁଷ୍ଠିତ ହୁଏ । ଯାତ୍ରାରେ ରାଜ୍ୟ ତଥା ରାଜ୍ୟ ବାହାରୁ ଅନେକ ପର୍ଯ୍ୟଟକଙ୍କ ଭିଡ ଜମେ । ମାତ୍ର ଗତ 3 ବର୍ଷ ଧରି ଜୀବନ-ଜୀବିକାକୁ ପ୍ରଭାବିତ କରିବା ସହ ହଜାର ହଜାର ବର୍ଷର ପରମ୍ପରାରେ ରୋକ ଲଗାଇଥିଲା ମହାମାରୀ କୋରୋନା ।

କାର୍ତ୍ତିକ ମାସରେ ବଣିକ ପୁଅ ବିଦେଶ ଯିବାର ଐତିହ୍ୟ-ପରମ୍ପରା ବହନ କରେ କଟକର ବାଲିଯାତ୍ରା । କେବଳ ଯେ ପରମ୍ପରା କାହିଁକି ମନୋରଞ୍ଜନଠାରୁ ଆରମ୍ଭ କରି ବାଣିଜ୍ୟିକ କ୍ଷେତ୍ରରେ ମଧ୍ୟ ବହୁ ସହାୟ ହୁଏ । ପୂର୍ବରୁ ବାଲିଯାତ୍ରାରେ ଏତେ ମାତ୍ରାରେ ଲୋକଙ୍କ ସମାଗମ ହୁଏ ଯେ, ଏହାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ମେଳାକୁ ୮ ଦିନ ପରିବର୍ତ୍ତେ ୧୦ ଦିନ ବୃଦ୍ଧି କରାଯାଇଥିଲା । ପ୍ରତି ବର୍ଷ ଏହି ମେଳାକୁ ଅପେକ୍ଷା କରିଥାନ୍ତି କଟକ ବାସିନ୍ଦା । ତେବେ ଏବର୍ଷ ଯାତ୍ରା ହେଉଥିବାରୁ ସଭିଏଁ ଖୁସିବ୍ୟକ୍ତ କରିଛନ୍ତି ।

ଇଟିଭି ଭାରତ, ଜଗତସିଂହପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.