ETV Bharat / state

ବିପୁଳ ପରିମାଣର ରନ୍ଧନ ଗ୍ୟାସ ଟାଙ୍କି ଜବତ - ରନ୍ଧନ ଗ୍ୟାସ ଚୋରା ଚାଲାଣ

ପାରାଦ୍ୱୀପରୁ ୧୦୦ରୁ ଅଧିକ ରନ୍ଧନ ଗ୍ୟାସ ଟାଙ୍କିକୁ ଜବତ କରିଛି ପ୍ରଶାସନ । ଅଧିକ ପଢନ୍ତୁ

ବିପୁଳ ପରିମାଣର ରନ୍ଧନ ଗ୍ୟାସ ଟାଙ୍କିକୁ ଜବତ କଲା ପ୍ରଶାସନ

author img

By ETV Bharat Odisha Team

Published : Sep 9, 2023, 10:12 AM IST

ବିପୁଳ ପରିମାଣର ରନ୍ଧନ ଗ୍ୟାସ ଟାଙ୍କିକୁ ଜବତ କଲା ପ୍ରଶାସନ

ପାରାଦ୍ବୀପ: ପାରାଦ୍ୱୀପ ତାରିଣୀ ଗଡା ନିକଟରୁ ୧୦୦ରୁ ଅଧିକ ରନ୍ଧନ ଗ୍ୟାସ ଟାଙ୍କିକୁ ଜବତ କରିଛି ପ୍ରଶାସନ । ଦିନକୁ ଦିନ ପାରାଦ୍ବୀପ ଅଞ୍ଚଳରେ ଚୋରା ରନ୍ଧନ ଗ୍ୟାସ ବିକ୍ରି ବଢିବାରେ ଲାଗିଛି । ଅସାଧୁ ବ୍ୟବସାୟୀମାନେ ଚଢା ଦରରେ ରନ୍ଧନ ଗ୍ୟାର କଳାବଜାରୀ କରି ଯଥେଷ୍ଟ ଅର୍ଥ ଉପାର୍ଜନ କରୁଛନ୍ତି । ଯାହାଫଳରେ ସାଧାରଣ ଖାଉଟି ଅସୁବିଧାର ସମ୍ମୁଖିନ ହୋଉଛନ୍ତି । ଗ୍ୟାସ କଳାବଜାରୀକୁ ନେଇ ପ୍ରଶାସନ ପାଖରେ ଏକ ଅଭିଯୋଗ ହୋଇଥିଲା । ଏହାକୁ ରୋକିବା ପାଇଁ ପ୍ରଶାସନ ତରଫରୁ ଆରମ୍ଭ ହୋଇଛି ଧଡପଗଡ ।

ସୂଚନା ଅନୁଯାୟୀ ପାରାଦ୍ୱୀପ ଅତିରିକ୍ତ ଜିଲ୍ଲାପାଳ ଲଗ୍ନଜିତ ରାଉତଙ୍କ ନେତୃତ୍ବରେ ପୋଲିସ ତାରିଣୀଗଡା ବିଜୟଗଚନ୍ଦ୍ର ପୁର ଗାଁରେ ଜଣେ ବ୍ୟକ୍ତିଙ୍କ ଘର ଉପରେ ଚଢ଼ାଉ କରିଥିଲା । ସେଠାରୁ ପାଖାପାଖି ୧୦୦ରୁ ଅଧିକ ଟାଙ୍କି ବେଆଇନ ବିିକ୍ରୀ ହେଉଥିବା ଗ୍ୟାସ ହାଣ୍ଡିକୁ ଜବତ କରାଯାଇଛି । ବ୍ୟକ୍ତି ଜଣକ ୩ଟି କମ୍ପାନୀର ରନ୍ଧନ ଗ୍ୟାସ ଭର୍ତ୍ତି ହାଣ୍ଡି କଳାବଜାରୀ ପାଇଁ ରଖିଥିବା ଜଣା ପଡିିଛି । ଚଢାଉ ବେଳେ ଉକ୍ତ ବ୍ୟକ୍ତି ଜଣକ ସେଠାରୁ ଖସି ପଳାଇ ଯାଇଥିଲେ । ବ୍ୟକ୍ତି ଜଣଙ୍କ ବିପୁଳ ପରିମାଣର ଗ୍ୟାସ ଟାଙ୍କି କେଉଁଠୁ ଆଣିଲେ ତାକୁ ନେଇ ପୋଲିସ ତଦନ୍ତ ଆରମ୍ଭ କରିଛି ।

ଏହା ମଧ୍ୟ ପଢନ୍ତୁ..CNG ଗ୍ୟାସ ଲିକ୍, ଭୟଭୀତ ଲୋକେ !

ସ୍ଥାନୀୟ ଲୋକଙ୍କ କହିବା କଥା ସମ୍ପୃକ୍ତ ବ୍ୟକ୍ତି ଜଣଙ୍କ କିଛି ରନ୍ଧନ ଗ୍ୟାସ ଉପଭୋକ୍ତାମାନଙ୍କର ଖାତା ରଖି , ସେ ନିୟମିତ ଗ୍ୟାସ ଆଣୁଥିଲେ ଓ ବଜାରରେ ଚଢା ଦରରେ ବିକ୍ରୀ କରୁଥିଲେ । ଏହି ଘଟଣା ଜଣା ପଡିିବା ପରେ ପୋଲିସ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ଗ୍ୟାସ ଭର୍ତ୍ତି ଟାଙ୍କିଗୁଡିକୁ ଜବତ କରି ସୁରକ୍ଷିତ ସ୍ଥାନରେ ରଖାଯାଇଛି । ଏଥିରେ ସମ୍ପୃକ୍ତ ଥିବା ବ୍ୟକ୍ତିଙ୍କୁ ଧରିବା ପାଇଁ ପାରାଦ୍ୱୀପ ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି । ଏ ସମ୍ପର୍କରେ ଏତଲା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି । ଆଗକୁ ଏଭଳି ଗ୍ୟାସ କଳାବଜାରୀ ଉପରେ ରୋକ ଲଗାଇବା ପାଇଁ ପ୍ରଶାସନ ପକ୍ଷରୁ ଚଢାଉ ଜରି ରହିବ ବୋଲି ସୂଚନା ମିଳିଛି । ଅତିରିକ୍ତ ଜିଲ୍ଲାପାଳ କହିଛନ୍ତି, "ବ୍ୟକ୍ତି ଜଣକ ବେଆଇନ୍ ଭାବରେ ରନ୍ଧନ ଗ୍ୟାସ୍‌କୁ ଗଚ୍ଛିତ କରି ରଖିଥିଲେ । ସେ ଲୋକଙ୍କ ଠାରୁ କାର୍ଡ ଓ ଫେକ୍ କାର୍ଡ କରି ଏସବୁ ଗ୍ୟାସ ଆଣି ଥାଇ ପାରନ୍ତି ବୋଲି ସନ୍ଦେହ କରାଯାଉଛି । "

ଏହା ମଧ୍ୟ ପଢନ୍ତୁ..Commercial LPG Price Cut: ଘରୋଇ ପରେ ୧୫୮ ଟଙ୍କା କମିଲା କମର୍ସିଆଲ ଗ୍ୟାସ୍ ସିଲିଣ୍ଡର ଦାମ୍‌

ଇଟିଭି ଭାରତ,ଜଗତସିଂହପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.