ETV Bharat / state

JSW Project: ଶେଷ ପର୍ଯ୍ୟାୟରେ ପାନବରଜ ଭଙ୍ଗା ଓ ଜମି ଅଧିଗ୍ରହଣ କାର୍ଯ୍ୟ - ଢିଙ୍କିଆେ ପାନ ବରଜ ଭଙ୍ଗା

ଏରସମା ତହସିଲ ଅନ୍ତର୍ଗତ ଢ଼ିଙ୍କିଆ ନୂଆଗାଁ ଓ ଗଡ଼କୁଜଙ୍ଗ ପଞ୍ଚାୟତରେ ହେବାକୁ ଥିବା JSW ପ୍ରକଳ୍ପ ପାଇଁ ପାନବରଜ ଭଙ୍ଗା ଓ ଜମି ଅଧିଗ୍ରହଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଁଚିଛି । ଆଜି ସୁଦ୍ଧା ୭୧୪ ଟି ପାନବରଜ ଭଙ୍ଗା ଯାଇଥିଲା ବେଳେ ସେଥିମଧ୍ୟରୁ ୬୬୫ ଜଣ ହିତାଧିକାରୀଙ୍କୁ କ୍ଷତିପୂରଣ ବାବଦକୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି । ଅଧିକ ପଢନ୍ତୁ

administration destroy more than 700 pan baraj at Dhinkia projected JSW plnat area
JSW Project: ପାନବରଜ ଭଙ୍ଗା ଓ ଜମି ଅଧିଗ୍ରହଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ
author img

By

Published : Feb 4, 2022, 8:41 PM IST

ଢିଙ୍କିଆ(ଜଗତସିଂହପୁର): ଏରସମା ତହସିଲ ଅନ୍ତର୍ଗତ ଢ଼ିଙ୍କିଆ ନୂଆଗାଁ ଓ ଗଡ଼କୁଜଙ୍ଗ ପଞ୍ଚାୟତରେ ହେବାକୁ ଥିବା JSW ପ୍ରକଳ୍ପ ପାଇଁ ପାନବରଜ ଭଙ୍ଗା ଓ ଜମି ଅଧିଗ୍ରହଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଁଚିଛି । ଆଜି ସୁଦ୍ଧା ୭୧୪ ଟି ପାନବରଜ ଭଙ୍ଗା ଯାଇଥିଲା ବେଳେ ସେଥିମଧ୍ୟରୁ ୬୬୫ ଜଣ ହିତାଧିକାରୀଙ୍କୁ କ୍ଷତିପୂରଣ ବାବଦକୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। ଏଥିସହିତ ପୋସ୍କୋ କମ୍ପାନୀ ସମୟରେ ପାନବରଜ ଭାଙ୍ଗି ଥିବା ପାନବରଜ ମାଲିକ ମାନଙ୍କୁ JSW ପକ୍ଷରୁ ଡିସିମିଲ ପିଛା ଅଧିକ 6000 ଟଙ୍କା ଲେଖାଏଁ ସହାୟତା ପ୍ରଦାନ କରାଯାଇଛି।

ଆଜି ସୁଦ୍ଧା ୬୦୯ ଜଣଙ୍କୁ ଏହି ବର୍ଦ୍ଧିତ ଅର୍ଥରାଶି ପ୍ରଦାନ କରାଯାଇ ସାରିଛି । ଅନ୍ୟପଟେ ପ୍ରସ୍ତାବିତ ଅଞ୍ଚଳରେ ୧୫ କିଲୋମିଟର ପ୍ରାଚୀର ନିର୍ମାଣ ପାଇଁ ଲକ୍ଷ୍ୟ ଥିଲା ବେଳେ ଏଯାବତ ୬ କିଲୋମିଟର ୨୪୮ ମିଟର ବ୍ୟବଧାନ ଚିହ୍ନଟ ହୋଇ ସାରିଲାଣି ।

ଏହାମଧ୍ୟ ପଢନ୍ତୁ: JSW Project: ଭାଙ୍ଗିଲା ୫୬୮ ପାନବରଜ, କ୍ଷତିପୂରଣ ବାବଦକୁ ୧୦ କୋଟିରୁ ଅଧିକ ପ୍ରଦାନ

ସମସ୍ତ ସ୍ଥାନ ଢ଼ିଙ୍କିଆ ପଞ୍ଚାୟତର ପାଟଣା, ମାହାଳ, ଢ଼ିଙ୍କିଆ ଓ ଗୋବିନ୍ଦପୁର ଗାଁର ସୀମା ରହିଛି। ଏକ କିଲୋମିଟରରୁ ଉର୍ଦ୍ଧ୍ବ ପ୍ରି-କାଷ୍ଟ ପ୍ରାଚୀର ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । JSW ପ୍ରକଳ୍ପ ପ୍ରସ୍ତାବିତ ଅଞ୍ଚଳରେ ୭୦ ହଜାର ଗଛ ଚିହ୍ନଟ ପାଇଁ ଲକ୍ଷ୍ୟ ରହିଛି । ଏଯାବତ ୨୦ହଜାର ୫ଶହ ଗଛ ଚିହ୍ନଟ ହୋଇଥିଲା ବେଳେ ସେଥିରୁ ୮ ହଜାରରୁ ଉର୍ଦ୍ଧ୍ଵ ଗଛ ଗଣତି ସରିଲାଣି । ଏହି ସମସ୍ତ ଗଣତି ଗଛ ଗୋବିନ୍ଦପୁର ଗାଁର ସ୍ଥାନୀୟ ଲୋକମାନଙ୍କ ହତା ଭିତରେ ରହିଛି । ଏହା ପରେ ଜଙ୍ଗଲ କମିଟିର ଗଛ ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହେବ। ଉଦ୍ୟାନ ବିଭାଗ ପକ୍ଷରୁ ଫଳନ୍ତି ଗଛର ବର୍ଦ୍ଧିତ ମୂଲ୍ୟ ଘୋଷଣା କରାଯାଇଥିଲା ବେଳେ ହିତାଧିକାରୀଙ୍କୁ ସେହି ଅନୁସାରେ କ୍ଷତିପୂରଣ ପ୍ରଦାନ କରାଯିବ ବୋଲି କୁହାଯାଇଛି । ଗାଁରେ ଶାନ୍ତି ସ୍ଥାପନ ଓ ସ୍ବଭାବିକ ସ୍ଥିତି ଫେରାଇ ଆଣିବାକୁ ପ୍ରଶାସନ ଚେଷ୍ଟିତ ହେବାକୁ ସ୍ଥାନୀୟ ଲୋକେ ପରାମର୍ଶ ଦେଇଛନ୍ତି ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.