ETV Bharat / state

JSW ପ୍ରକଳ୍ପ, ଢ଼ିଙ୍କିଆରେ ପାନ ବରଜ ଅଧିଗ୍ରହଣ ଶେଷ - ଢ଼ିଙ୍କିଆରେ ଜେଏସଡବ୍ଲୁ ପ୍ରକଳ୍ପ

ଢ଼ିଙ୍କିଆରେ JSW ପ୍ରକଳ୍ପ ପାଇଁ ପାନ ବରଜ ଅଧିଗ୍ରହଣ ଶେଷ । ମାପଚୁପ ଓ ଭଙ୍ଗା କାର୍ଯ୍ୟ ପାଇଁ କ୍ଷତିପୂରଣ ପ୍ରଦାନ କରାଯାଇଛି। ଅଧିକ ପଢନ୍ତୁ

JSW ପ୍ରକଳ୍ପ ପାଇଁ ଢ଼ିଙ୍କିଆରେ ପାନ ବରଜ ଅଧିଗ୍ରହଣ ଶେଷ

author img

By

Published : Feb 8, 2022, 10:41 AM IST

ଜଗତସିଂହପୁର: ପ୍ରସ୍ତାବିତ JSW ପ୍ରକଳ୍ପ ପାଇଁ ପାନବରଜ ମାପଚୁପ ଓ ଭଙ୍ଗା କାର୍ଯ୍ୟ ଆପାତତଃ ଶେଷ ହୋଇଛି । ଗତ ୨୦୨୧ ଡିସେମ୍ବର ମାସ ୨୨ ତାରିଖରୁ ଏହି ପଞ୍ଚାୟତର ଗୋବିନ୍ଦପୁର ଗାଁରୁ ରଞ୍ଜନ ବେହେରାଙ୍କ ପ୍ରଥମ ପାନବରଜ ଭଙ୍ଗା ଯାଇଥିଲା। ତା ପରେ ପର୍ଯ୍ୟାୟକ୍ରମେ ପାଟଣା ଓ ମାହାଳ ଗାଁରେ ପାନବରଜ ମାପଚୁପ ଓ ଭଙ୍ଗା ଯାଇଥିଲା। ଶେଷରେ ଢ଼ିଙ୍କିଆ ଗାଁରେ ଏହି କାର୍ଯ୍ୟ ଆରମ୍ଭ ହୋଇଥିଲା।

JSW ପ୍ରକଳ୍ପ ପାଇଁ ଢ଼ିଙ୍କିଆରେ ପାନ ବରଜ ଅଧିଗ୍ରହଣ ଶେଷ

ପ୍ରାୟ କୋଡିଏ ଦିନରୁ ଅଧିକ ସମୟ ପାଇଁ ଢ଼ିଙ୍କିଆ ଗାଁରେ ପାନବରଜ ମାପଚୁପ ଓ ଭଙ୍ଗା କାର୍ଯ୍ୟ କରାଯାଉଥିଲା। ଏହି ଗାଁରେ ସର୍ବାଧିକ ୨୭୨ ଜଣ ହିତାଧିକାରୀଙ୍କ ପାନବରଜ ମାପଚୁପ କରାଯାଇଥିଲା ବେଳେ ୨୬୧ ଟି ପାନବରଜ ଭଙ୍ଗା ଯାଇଛି। ସେଥିରୁ ୨୧୮ ଜଣଙ୍କୁ କ୍ଷତିପୂରଣ ବାବଦକୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। ସେହିଭଳି ଗୋବିନ୍ଦପୁର ଗାଁରେ ୧୦୨ ଜଣ ହିତାଧିକାରୀଙ୍କ ୯୬ ଟି ପାନବରଜ ଭଙ୍ଗା ଯାଇଛି। ସେଥିରୁ ୯୨ ଜଣଙ୍କୁ କ୍ଷତିପୂରଣ ବାବଦକୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି।

ମାହାଳ ରାଜସ୍ବ ଗାଁରେ ୨୬୧ ଜଣ ହିତାଧିକାରୀଙ୍କ ୨୫୧ ଟି ପାନବରଜ ଭଙ୍ଗା ଯାଇଥିଲା ବେଳେ ୨୩୯ ଜଣଙ୍କୁ କ୍ଷତିପୂରଣ ବାବଦକୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। ଆଉ ପାଟଣା ଗାଁରେ ୨୨୫ ଜଣ ହିତାଧିକାରୀଙ୍କ ୨୧୪ ଟି ପାନବରଜ ଭଙ୍ଗା ଯାଇଛି। ସେଥିରୁ ୧୯୦ ଜଣଙ୍କୁ କ୍ଷତିପୂରଣ ବାବଦକୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। ମୋଟ ପଞ୍ଚାୟତରେ ୮୬୦ ଜଣ ହିତାଧିକାରୀଙ୍କ ପାନବରଜ ମାପଚୁପ କରାଯାଇଥିଲା ବେଳେ ସେଥିରୁ ୮୨୨ ଟି ପାନବରଜ ଭଙ୍ଗା ଯାଇଛି। ଆଉ ଆଜି ସୁଦ୍ଧା ସମୁଦାୟ ୭୫୭ ଜଣଙ୍କୁ ପ୍ରାୟ ୧୯ କୋଟି ଟଙ୍କା ପ୍ରଦାନ କରାଯାଇଛି।

ତେବେ ଏହି ପଞ୍ଚାୟତର ଢ଼ିଙ୍କିଆ ଗାଁରେ କିଛି ପାନବରଜ ମାପଚୁପ ନେଇ ବିବାଦ ଥିବାରୁ ତାଙ୍କୁ ବାଦ ଦିଆଯାଇଛି। ପରବର୍ତ୍ତୀ ସମୟରେ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଏନେଇ ପଦକ୍ଷେପ ନିଆଯିବ ବୋଲି କୁହାଯାଉଛି। ଅପରପକ୍ଷରେ ଗୋବିନ୍ଦପୁର ଗ୍ରାମରେ ଘରୋଇ ହତାରେ ଥିବା ଗଛ ଚିହ୍ନଟ ଓ ଗଣତି ପ୍ରକ୍ରିୟା ଜାରି ରହିଥିବା ବେଳେ ଇଡକୋ ପକ୍ଷରୁ ପ୍ରାଚୀର ନିର୍ମାଣ କାର୍ଯ୍ୟ ମଧ୍ୟ ଆଗେଇ ଚାଲିଛି।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.