ETV Bharat / state

ପାରାଦ୍ବୀପ ହତ୍ୟାକାଣ୍ଡର ପର୍ଦ୍ଦାଫାସ: ଶାଳୀ ପ୍ରେମରେ ପଡିଥିଲା ସାଙ୍ଗ, ରାସ୍ତାରୁ ହଟାଇ ଦେଲା ବନ୍ଧୁ - ପାରାଦ୍ବୀପରେ ଯୁବକଙ୍କୁ ଗଳା କାଟି ହତ୍ୟା

ପ୍ରେମ ପାଇଁ ବନ୍ଧୁ ନେଲା ବନ୍ଧୁର ଜୀବନ । ଗତ ଶୁକ୍ରବାର ପାରାଦ୍ବୀପରେ ଯୁବକଙ୍କୁ ଗଳା କାଟି ହତ୍ୟା ଘଟଣାରୁ ପରଦା ହଟାଇଛି ପୋଲିସ । ପ୍ରେମ ପାଇଁ ନିଜ ବନ୍ଧୁକୁ କୋଦାଳରେ ହାଣି ଆଉ ଜଣେ ବନ୍ଧୁ ହତ୍ୟା କରିଥିବା ପୋଲିସ ଜାଣିବାକୁ ପାଇଛି । ଅଭିଯୁକ୍ତକୁ ଗିରଫ କରିଛି ପାରାଦ୍ବୀପ ପୋଲିସ । ଅଧିକ ପଢନ୍ତୁ

ପାରାଦ୍ବୀପ ହତ୍ୟାକାଣ୍ଡର ପରଦା ହଟାଇଲା ପୋଲିସ
ପାରାଦ୍ବୀପ ହତ୍ୟାକାଣ୍ଡର ପରଦା ହଟାଇଲା ପୋଲିସ
author img

By

Published : Jun 3, 2023, 10:48 PM IST

ପାରାଦ୍ବୀପ: ଜଗତସିଂହପୁର ଜିଲ୍ଲାର ପାରାଦ୍ବୀପ ସହରରେ ଗତ ଶୁକ୍ରବାର ଦିନ ରାତିରେ ଯୁବକଙ୍କୁ ଗଳାକାଟି ହତ୍ୟା କରାଯାଇଥିବା ଘଟଣା ଉପରୁ ପରଦା ହଟାଇଛି ପୋଲିସ । ଏହି ହତ୍ୟା ଘଟଣାରେ ସମ୍ପୃକ୍ତ ଯୁବକକୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ଏହା ଏକ ପ୍ରେମ ଜନିତ ହତ୍ୟାକାଣ୍ଡ ବୋଲି ପୋଲିସ ଜାଣିବାକୁ ପାଇଛି ।

ପୋଲିସର କହିବା ଅନୁଯାୟୀ, କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡେଇ ଥାନା ଅନ୍ତର୍ଗତ ଗଣ୍ଡଖିଆ ଲୋକନାଥପୁର ଗ୍ରାମର ଟୁବୁଲା ଜେନା ପାରାଦ୍ବୀପର ରେବିକା ହୋଟେଲରେ କିଛିଦିନ ହେବ କାମ କରୁଥିଲେ । ସେହି ଗ୍ରାମର ରମେଶ ଜେନା ନାମକ ଜଣେ ଯୁବକ ଟୁବୁଲା ସହିତ ପାରାଦ୍ବୀପ ଆସି ଏକ ଜୁସ ଦୋକାନରେ କାମ କରୁଥିଲା । ଉଭୟ ଗୋଟିଏ ଗ୍ରାମର ହୋଇଥିବାରୁ ଉଭୟଙ୍କ ମଧ୍ୟରେ ଭଲ ସଂପର୍କ ରହିଥିଲା । ମୃତକ ଟୁବୁଲା ତାଙ୍କ ସାଙ୍ଗ ରମେଶକୁ ତାଙ୍କ ଶ୍ବଶୁର ଘରକୁ ବୁଲାଇ ନେଇଥିଲେ । ସମ୍ପର୍କ ଭଲ ଓ ଗୋଟିଏ ଗାଁର ଉଭୟ ହୋଇଥିବାରୁ ଟୁବୁଲାଙ୍କ ଶ୍ବଶୁର ଘର ଲୋକେ ରମେଶକୁ ମଧ୍ୟ ଆଦର ଯତ୍ନ କରୁଥିଲେ । କିଛିଦିନ ଯିବା ଆସିବା ପରେ ଟୁବୁଲାଙ୍କ ଶାଳୀ ସହିତ ରମେଶର ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା । ଏହା ଜାଣିବା ପରେ ଟୁବୁଲା ଓ ରମେଶ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ଏଥିରୁ ନିବୃତ୍ତ ନହେଲେ ଆଗକୁ ବହୁତ ଅସୁବିଧା ହେବ ବୋଲି କୁଆଡେ ସିଧାସଳଖ ଶୁଣାଇ ଦେଇଥିଲେ ଟୁବୁଲା । ଏହାକୁ ଖାତିର ନକରି ରମେଶ ଟୁବୁଲାଙ୍କ ଶାଳୀଙ୍କ ସହ ସମ୍ପର୍କ ରଖିଥିଲା ।

ଏହା ମଧ୍ୟ ପଢ଼ନ୍ତୁ...ଯୁବକଙ୍କୁ ଗଳା କାଟି ନିର୍ମମ ହତ୍ୟା, ମନ୍ଦିରରେ ପଡିଛି ମୃତଦେହ

ଏହି ଘଟଣା ଜାଣିବା ପରେ ଟୁବୁଲା ଓ ରମେଶ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ସେହିଦିନ ରାତିରେ ଟୁବୁଲା ତ୍ରିନାଥ ମଣ୍ଡପ ସମ୍ମୁଖରେ ଶୋଇଥିବା ସମୟରେ ରମେଶ ଏକ ଧାରୁଆ କୋଦାଳରେ ଟୁବୁଲାଙ୍କୁ ଆକ୍ରମଣ କରିଥିବା ପୋଲିସ ଆଗରେ ସ୍ବୀକାର କରିଛି । ପ୍ରେମରେ ବାଧା ସୃଷ୍ଟି କରିବାରୁ ସେ ହତ୍ୟା କରିଥିବା ପୋଲିସ ଆଗରେ କହିଛି । ଏହି ଘଟଣାରେ ବ୍ୟବହୃତ କୋଦାଳକୁ ପୋଲିସ ଜବତ କରିଛି । ଏହି ଘଟଣାରେ ପୋଲିସ ପ୍ରାଥମିକ ତଦନ୍ତ ସମୟରେ ନିଜକୁ ଦୋଷମୁକ୍ତ କରିବା ପାଇଁ ହତ୍ୟାକାରୀ ରମେଶ କାନ୍ଦିବାର ଅଭିନୟ କରିଥିଲା । ଉଭୟ ଗୋଟିଏ ଗାଁର ଲୋକ ହୋଇଥିବାରୁ ପୋଲିସ ଆଗରେ ହତ୍ୟାକାରୀକୁ ଧରିବାକୁ ଅଭିଯୁକ୍ତ ରମେଶ ଦାବି ମଧ୍ୟ କରିଥିଲା । ତେବେ ପୋଲିସର ସନ୍ଦେହ ହେବାରୁ ରମେଶକୁ ଥାନାକୁ ଡାକି ପୋଲିସ ବାରମ୍ବାର ପ୍ରଶ୍ନ କରିବାରୁ ଶେଷରେ ସତକଥା ମାନି ଯାଇଥିଲା ଅଭିଯୁକ୍ତ । ପୋଲିସ ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିବା ବେଳେ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି ।

ଇଟିଭି ଭାରତ, ଜଗତସିଂହପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.