ETV Bharat / state

ପୋଲିସକୁ ମାଡ଼ ଘଟଣାରେ ଅଭିଯୁକ୍ତ ଗିରଫ

ଜଗତସିଂହପୁର ତିର୍ତ୍ତୋଲ ଅଞ୍ଚଳରେ ପୋଲିସକୁ ମାଡ ମାରିବା ଘଟଣାରେ ଅଭିଯୁକ୍ତ ଗିରଫ ହୋଇଛି । ଅଧିକ ପଢନ୍ତୁ...

author img

By

Published : Jul 2, 2021, 8:21 PM IST

ପୋଲିସକୁ ମାଡ଼ ମାରିବା ଘଟଣା, ଅଭିଯୁକ୍ତ ଗିରଫ
ପୋଲିସକୁ ମାଡ଼ ମାରିବା ଘଟଣା, ଅଭିଯୁକ୍ତ ଗିରଫ

ଜଗତସିଂହପୁର: ଜିଲ୍ଲାର ତିର୍ତ୍ତୋଲ ଥାନା ଅନ୍ତର୍ଗତ ସାଇଲୋ ପଞ୍ଚାୟତ ବାଲିସାହି ଗ୍ରାମରେ ପୋଲିସକୁ ମାଡ ମାରିବା ଘଟଣା । ତିର୍ତ୍ତୋଲ ଥାନା ପୋଲିସ ଶୁକ୍ରବାର ଅଭିଯୁକ୍ତ ରମେଶ ବରାଳକୁ ଗିରଫ କରିଛି । ଅଭିଯୁକ୍ତ ନାମରେ ପୂର୍ବରୁ ଏକାଧିକ ଥାନାରେ ମାମଲା ଥିବା ସୂଚନା ମିଳିଛି ।

ପୋଲିସକୁ ମାଡ଼ ମାରିବା ଘଟଣା, ଅଭିଯୁକ୍ତ ଗିରଫ

ଗତକାଲି(ଗୁରୁବାର) ଏକ ଚୋରି ଘଟଣାରେ ତିର୍ତ୍ତୋଲ ଥାନାର ଜଣେ ମହିଳା SIଙ୍କ ସମେତ 2 ପୋଲିସ କର୍ମଚାରୀ ତଦନ୍ତ ପାଇଁ ସନ୍ଧାନୀ କୁକୁର ସହ ସାଇଲୋ ଗ୍ରାମରେ ପହଞ୍ଚିଥିଲେ। ସନ୍ଧାନୀ କୁକୁର ସେହି ଗ୍ରାମର ରମେଶ ବରାଳ ନାମକ ଯୁବକଙ୍କ ଘରକୁ ଇସାରା ଦେଇଥିଲା । ପୂର୍ବରୁ ରମେଶ ନାମରେ 5ଟି ଚୋରି ମାମଲା ରହିଥିବାରୁ ପୋଲିସର ସନ୍ଦେହ ବଢିଯାଇଥିଲା । ପୋଲିସ ରମେଶର ଦ୍ବାରରେ ଡାକିବା ସମୟରେ ଅଭିଯୁକ୍ତ ରମେଶ ଗାଁ ଦାଣ୍ଡରେ ପୋଲିସ କର୍ମଚାରୀଙ୍କୁ ଗୋଡ଼ାଇ ଗୋଡ଼ାଇ ନିର୍ଘାତ ମାଡ଼ ମାରିଥିଲା ।

ଏଥିରେ ହାବିଲଦାର ସ୍ମୃତି ରଞ୍ଜନ ମହାପାତ୍ର ଗୁରୁତର ଆହତ ହୋଇଥିଲେ । ପୋଲିସକୁ ମାଡ଼ ମାରିବା ପରେ ଅଭିଯୁକ୍ତ ଫେରାର ହୋଇଯାଇଥିଲା । ଶୁକ୍ରବାର ତିର୍ତ୍ତୋଲ ଥାନା ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଅଭିଯୁକ୍ତ ରମେଶକୁ ଗିରଫ କରିଛି । ଅଭିଯୁକ୍ତ ପୂର୍ବରୁ ଚୋରି, ଡକାୟତି, ରାହାଜାନୀ ପ୍ରଭୁତି ମାମଲାରେ ସଂଶ୍ଲିଷ୍ଟ ଥିବା ପୋଲିସ କହିଛି ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.