ETV Bharat / state

ପାରାଦୀପ ବେଳାଭୂମିରେ ମୃତ ସାର୍କ, ଭୟଭୀତ ସ୍ଥାନୀୟ ଲୋକେ - ଟାଇଗର ସାର୍କ

ପାରାଦୀପ ବୋସ୍କାଲିସ୍ ପଏଣ୍ଟରେ ମୃତ ସାର୍କ ମାଛ । ସାର୍କ ମାଛର ମୃତଦେହ ଠାବ ହେବାପରେ ପାରାଦ୍ୱୀପ ସମୁଦ୍ରରେ ଭୟଭୀତ ଲୋକେ । ଅଧିକ ପଢ଼ନ୍ତୁ

ପାରାଦୀପ ବୋସ୍କାଲିସ୍ ପଏଣ୍ଟରେ ମୃତ ସାର୍କ ମାଛ

author img

By

Published : Jun 11, 2023, 5:32 PM IST

ଜଗତସିଂହପୁର: ପାରାଦୀପ ବୋସ୍କାଲିସ୍ ପଏଣ୍ଟ ସମୁଦ୍ର କୂଳରେ ମୃତ ସାର୍କ ମାଛ ଦେଖିବାକୁ ମିଳିଛି । ମାଛର ଲମ୍ବ ସାଢେ ୫ଫୁଟ ହୋଇଥିବା ବେଳେ ଓଜନ ପ୍ରାୟ ୬୦କେଜିରୁ ଊର୍ଦ୍ଧ୍ବ ହେବ । ଏଭଳି ବିରଳ ମାଛ ସବୁ ସମୟରେ ଦେଖିବାକୁ ମିଳି ନଥାନ୍ତି । ଖାସ କରି ଓଡ଼ିଶାର ସମୁଦ୍ରରେ ଏପରି ମାଛ ଖୁବ ବିରଳ। ତେବେ ଗତକାଲି ଦିନ ଗୋଟାଏ ସମୟରେ ସମୁଦ୍ର କୂଳକୁ ବୁଲିବାକୁ ଯାଇଥିବା ପିଲାମାନେ ଏଭଳି ବିରଳ ପ୍ରଜାତିର ମାଛ ମରି ପଡିଥିବା ଦେଖିବାକୁ ପାଇଥିଲା । ଏହି ଖବର ଧୀରେଧୀରେ ଚାରିଆଡେ ପ୍ରଚାର ହେବା ପରେ ଏହି ବିରଳ ପ୍ରଜାତିର ମାଛଟିକୁ ଦେଖିବାକୁ ଲୋକଙ୍କ ଭିଡ଼ ଲାଗିଥିଲା । ତେବେ ଏହି ମୃତ ବିରଳ ମାଛଟି ଛୋଟ ସାର୍କ ମାଛ ବୋଲି ଜଣାପଡିଛି । ସମୁଦ୍ରରେ ଜାହାଜ କିମ୍ବା କୌଣସି ବୋଟର ଫ୍ୟାନ୍ ମାଡ଼ରେ ମାଛଟି ମରିଥିବା ଅନୁମାନ କରାଯାଉଥିବା ବେଳେ ଘଟଣା ସ୍ଥଳରେ ବନବିଭାଗ ପହଞ୍ଚି ନାହିଁ ।

ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ ଶୁକ୍ରବାର ରାତିରେ ପାରାଦ୍ୱୀପ ସମୁଦ୍ର କୂଳର ବୋସ୍କାଲିସ୍ ପଏଣ୍ଟ ନିକଟରେ ସାର୍କ ମାଛଟି ଲାଗିଥିଲା । ଏହି ବିରଳ ପ୍ରଜାତିର ମାଛଟି ଛୋଟ ଛୁଆ ବୋଲି ମତ୍ସ୍ୟଜୀବୀମାନେ କହିଛନ୍ତି । ସମୁଦ୍ରରେ ଜାହାଜ ଚଳାଚଳ କରୁଥିବା ସମୟରେ ମାଛଟି ଫ୍ୟାନରେ ମାଡ଼ ହୋଇ ମୃତ୍ୟୁବରଣ କରି ଥାଇପରେ ବୋଲି ଅନୁମାନ କରାଯାଇଛି । ତେବେ ସମୁଦ୍ର କୂଳରେ ମୃତଦେହଟି ପଡ଼ି ରହିଥିଲେ ମଧ୍ୟ ବନବିଭାଗ ପକ୍ଷରୁ କୌଣସି ଅଧିକାରୀ ପହଞ୍ଚି ନାହାଁନ୍ତି ।

ସର୍କର ପ୍ରଜାତି: ବଙ୍ଗୋପସାଗରରେ ସାର୍କ ମାଛ ବିଶେଷ ଭାବରେ ଦେଖା ଯାଆନ୍ତି ନାହିଁ । ଏହି ମାଛ ଅତ୍ୟନ୍ତ ବିଷାକ୍ତ ହୋଇଥିବା ବେଳେ ଏହା ମଣିଷକୁ ଆକ୍ରମଣ କରିଥାଏ । ବିଶେଷ ଭାବରେ ଏହି ମାଛ 6 ପ୍ରକାର ପ୍ରଜାତିର ଦେଖା ଯାଆନ୍ତି । ଜଣାଶୁଣା ପ୍ରଜାତିର ସାର୍କ ଗୁଡିକ ମଧ୍ୟରେ ଟାଇଗର ସାର୍କ, ବ୍ଲୁ ସାର୍କ, ଗ୍ରେଟ୍‌ ହ୍ଵାଇଟ ସାର୍କ, ହେମର ହେଡ ସାର୍କ, ଓ ଥେଶ୍ରର ସାର୍କ । ତେବେ ପାରାଦ୍ୱୀପ ସମୁଦ୍ରରେ ମରି ପଡିଥିବା ସାର୍କ କେଉଁ ପ୍ରଜାତିର ତାହା ଜଣାପଡି ନାହିଁ । ସାର୍କ ମାଛର ମୃତଦେହ ଠାବ ହେବାପରେ ପାରାଦ୍ୱୀପ ସମୁଦ୍ରରେ ଗାଧେଇବାକୁ ଯାଉଥିବା ବ୍ୟକ୍ତିଙ୍କ ମନରେ ଭୟ ଦେଖିବାକୁ ମିଳିଛିି । ଏହାସହ ଗତ ଦୁଇଦିନ ହେବ ସମୁଦ୍ର କୂଳକୁ କେହି ଯାଉ ନଥିବା ଦେଖିବାକୁ ମିଳିଛି । ପୂର୍ବରୁ ସୋନପୁର ବେଳାଭୂମିରେ ବିଶାଳକାୟ ସାର୍କ ମାଛର ମୃତଦେହ ଉଦ୍ଧାର ହୋଇଥିଲା।

ଇଟିଭି ଭାରତ, ଜଗତସିଂହପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.