ETV Bharat / state

ଅକ୍ସିଜେନ କାମ ନକରିବାରୁ ଚାଲିଗଲା ରୋଗୀର ଜୀବନ

author img

By

Published : Dec 7, 2020, 11:31 AM IST

ଜଗତସିଂହପୁର ମେଡିକାଲକର୍ମୀଙ୍କ ଅବହେଳା ଯୋଗୁଁ ଚାଲିଗଲା ଜଣେ ରୋଗୀଙ୍କ ଜୀବନ । ମୃତକ ହେଲେ ତିର୍ତ୍ତୋଲ ବ୍ଲକ କନକପୁର ଗାଁର ରାଜଲଷ୍ମୀ ନାୟକ ନାମକ ଜୈନିକ ମହିଳା । ଅଧିକ ପଢନ୍ତୁ...

ଅକ୍ସିଜେନ କାମ ନକରିବାରୁ ଚାଲିଗଲା ରୋଗୀଙ୍କ ଜୀବନ

ଜଗତସିଂହପୁର: ଅକ୍ସିଜେନ ନ ପାଇ ଚାଲିଗଲା ଜୀବନ। ଏଭଳି ଏକ ବେପରୁଆ ଘଟଣା ଦେଖିବାକୁ ମିଳିଛି ଜଗତସିଂହପୁର ମୁଖ୍ୟ ଚିକିତ୍ସାଳୟରେ। ଏହାକୁ ନେଇ ମେଡିକାଲ ପରିସରରେ ଚାପା ଉତ୍ତେଜନା ଦେଖାଦେଇଛି।

ସୂଚନାନୁଯାୟୀ, ଜଗତସିଂହପୁର ତିର୍ତ୍ତୋଲ ବ୍ଲକ କନକପୁର ଗାଁର ରାଜଲଷ୍ମୀ ନାୟକ ନାମକ ଜୈନିକ ମହିଳା ନିଃଶ୍ବାସ ନେବାରେ କଷ୍ଟ ଅନୁଭବ କରିବାରୁ ପରିବାର ଲୋକେ ତାଙ୍କୁ ଜିଲ୍ଲା ମେଡିକାଲକୁ ଆଣିଥିଲେ। ସେଠାରେ ଡାକ୍ତର ଦେଖି କଟକ ନେବାକୁ ପରାମର୍ଶ ଦେଇଥିଲେ। ଏଥିପାଇଁ ତାଙ୍କ ପରିବାର ଲୋକେ 8 ଶହ ଟଙ୍କା ଜମା ଦେଇ ମେଡିକାଲରୁ ଆମ୍ବୁଲାନ୍ସ ନେଇ ଯିବା ସମୟରେ ଅକ୍ସିଜେନ କାମ କରିନଥିଲା।

ଆମ୍ବୁଲାନ୍ସରେ କେହି ଟେକ୍ନିସିଅନ ନ ଥିବାରୁ ନିଜେ ଡ୍ରାଇଭର ରୋଗୀଙ୍କ ଠାରେ ଅକ୍ସିଜେନ ଲଗାଇଥିଲେ। ହେଲେ ଅକ୍ସିଜେନ କାମ ନଦେବାରୁ ବାଟରେ ମହିଳାଙ୍କ ମୃତ୍ୟୁ ହୋଇଯାଇଥିଲା। ମହିଳାଙ୍କ ମୃତ୍ୟୁ ହୋଇଯାଇଥିବା ଜାଣି ଆମ୍ବୁଲାନ୍ସ ଡ୍ରାଇଭର କଟକ ନନେଇ ଜଗତସିଂହପୁର ହସ୍ପିଟାଲକୁ ଫେରାଇ ଆଣିଥିଲା। ଏହା ପରିବାର ଲୋକେ ଜାଣିବା ପରେ ମେଡିକାଲ ପରିସରରେ ଚାପା ଉତ୍ତେଜନା ଦେଖାଦେଇଛି।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.