ETV Bharat / state

ଅଖାରୁ ନିଖୋଜ ନର୍ସଙ୍କ ମୃତଦେହ ଉଦ୍ଧାର

ଜଗତସିଂହପୁର ଜିଲ୍ଲା ବିରିଡି ଥାନା ମଇନ୍ଦିପୁର ବିଲୁଆଖାଇ ନଦୀପଠା ନିକଟରେ ଅଖା ଭିତରୁ ଯୁବତୀଙ୍କ ମୃତଦେହ ଉଦ୍ଧାର ହୋଇଛି । ଗତ 9 ତାରିଖରେ ନିହାରିକା ନିଖୋଜ ନେଇ କଟକ ମଧୁପାଟଣା ଥାନାରେ ଏକ ମାମଲା ରୁଜୁ ହୋଇଥିଲା । ଘଟଣାକୁ ନେଇ ଉଭୟ ମଧୁପାଟଣା ଓ ବିରିଡି ପୋଲିସ ତଦନ୍ତ ଆରମ୍ଭ କରିଛି ।

author img

By

Published : Sep 17, 2019, 8:24 PM IST

Updated : Sep 18, 2019, 2:05 AM IST

ଫଟୋ ସୌଜନ୍ୟ: ପ୍ରତିନିଧି, ଜଗତସିଂହପୁର

ଜଗତସିଂହପୁର: ଅଖା ଭିତରୁ ମିଳିଲା ନର୍ସଙ୍କ ମୃତଦେହ । ଜଗତସିଂହପୁର ଜିଲ୍ଲା ବିରିଡି ଥାନା ମଇନ୍ଦିପୁର ବିଲୁଆଖାଇ ନଦୀପଠା ନିକଟରେ ଏହି ମୃତଦେହ ଉଦ୍ଧାର ହୋଇଛି । ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି । ମୃତ ଯୁବତୀ ହେଲେ ଖୋର୍ଦ୍ଧା ବାଲିପାଟଣା ଥାନା ଭିଙ୍ଗାରପୁର ଅଞ୍ଚଳର ନିହାରିକା ପାତ୍ର । ସେ କଟକର ଏକ ଘେରାଇ ନର୍ସିଂହୋମରେ କାମ କରୁଥିଲେ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଜଗତସିଂହପୁର

ସୂଚନାନୁସାରେ, ଗତ 9 ତାରିଖରେ ନିହାରିକା ନିଖୋଜ ନେଇ କଟକ ମଧୁପାଟଣା ଥାନାରେ ଏକ ମାମଲା ରୁଜୁ ହୋଇଥିଲା । ଆଜି ସକାଳେ ତାଙ୍କ ମୃତଦେହ ଏକ ଅଖା ଭିତରେ ଭର୍ତ୍ତି କରି ବିଲୁଆଖାଇ ନଦୀପଠା ନିକଟରେ ପଡିଥିବାର ଦେଖିବାକୁ ମିଳିଥିଲା । ଖବର ପାଇ ବିରିଡି ପୋଲିସ ଘଟଣାସ୍ଥଳରେ ପହଞ୍ଚ ମୃତଦେହକୁ ଜବତ କରିଛି । କେହି ଜଣେ ଦୁର୍ବୃତ୍ତ ଯୁବତୀଙ୍କୁ ହତ୍ୟା କରି ହାତଗୋଡ ବାନ୍ଧି ଅଖା ଭିତରେ ପୁରାଇ ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଛି । ସେପଟେ ଘଟଣାକୁ ନେଇ ଉଭୟ ମଧୁପାଟଣା ଓ ବିରିଡି ପୋଲିସ ତଦନ୍ତ ଆରମ୍ଭ କରିଛି ।

ଜଗତସିଂହପୁରରୁ ସୁଶାନ୍ତ ପାତ୍ର, ଇଟିଭି ଭାରତ

Intro:ଜଗତସିଂହପୁର ଜିଲା ବିରିଡି ଥାନା ଅନ୍ତର୍ଗତ ମଇନ୍ଦିପୁର ବିଲୁଆ ଖାଇ ନଦୀପଠାରେ ଅଖାରେ ବନ୍ଧା ଯାଇଥିବା ଏକ ଯୁବତୀର ମୃତଦେହ ଉଧାର କରଛି ବିରିଡି ଥାନା ପୋଲିସ୍। ଏହାକୁ ନେଇ ସ୍ତାନିୟ ଅଚଂଳରେ ଚାଚଂଲ୍ୟ ଖେଳି ଯାଇଛି। ପୋଲିସ୍ ସୂଚନା ଅନୁସାରେ ମୃତ ଯୁବତୀ ଙ୍କ ନାମ ନିହାରିକା ପାତ୍ର, ସେ କଟକରେ ଏକ ଘରୋଇ ନର୍ସିହୋମରେ କାର୍ଯ୍ୟକରୁଥିଲେ। ତାଙ୍କ ଘର ଖୋର୍ଦ୍ଧା ଜିଲା ବାଲିପାଟଣା ଥାନା ଭିଙ୍ଗାରପୁର ଅଚଂଳରେ। ସେ ଗତ ୯ ତାରିଖରୁ ନିଖୋଜ ଥିଲେ। ତାଙ୍କ ପୁରୁଷ ବନ୍ଧୁ ସହ ସେ ୯ ତାରିଖରୁ କେଉଁ ଆଡେ ଚାଲିଯାଇଥିଲେ। ଆଜି ତାଙ୍କ ଗଳିତ ସବ ଅଖାଭର୍ତି ଅବସ୍ତାରେ ବିଲୁଆ ଖାଇ ନଦୀ ପଠାରୁ ବିରିଡି ପୋଲିସ୍ ଜବତ କରିଛି। ଏହାକୁ ନେଇ ପୋଲିସ ତନାଘନା ଆରମ୍ଭ କରିଛି। ଯୁବତୀ ନିଖୋଜ ଘଟଣା ରେ ମଧ୍ୟ କଟକ ମଧୂପାଟଣା ଥାନାରେ ମାମଲା ରୁଜୁ ହୋଇଥିଲା, ଏହାକୁ ନେଇ ମଧୂପାଟଣା ପୋଲିସ୍ ଓ ବିରିଡି ପୋଲିସ୍ ତଦନ୍ତ ଆରମ୍ଭ କରିଛିBody:Formant AVO
Report Susanta Kumar patra Jagatsinghpur Conclusion:Jagatsinghpur
Last Updated : Sep 18, 2019, 2:05 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.