ETV Bharat / state

ପୋତାଶ୍ରୟରେ ଅଟକି ଗଲା ଜାହାଜ, କ୍ଷମତାଠାରୁ ଅଧିକ ପଣ୍ୟ ହୋଇଥିଲା ଲୋଡ୍ - ଜଗତସିଂହପୁର ଜିଲ୍ଲା ପାରାଦ୍ୱୀପ ବନ୍ଦର

ଜଗତସିଂହପୁର ଜିଲ୍ଲା ପାରାଦ୍ୱୀପ ବନ୍ଦର ପୋତାଶ୍ରୟରେ ଅଟକି ରହିଲା ଜାହାଜ । କ୍ଷମତା ଠାରୁ ଅଧିକ ପରିମାଣର ଲୁହା ପଥର ପ୍ଲେଟ ଲୋଡ କବାରୁ ଅଧା ରାସ୍ତାରେ ଅଟକିଥିଲା ଜାହାଜ । ଅଧିକ ପଢ଼ନ୍ତୁ

କ୍ଷମତା ଠାରୁ ଅଧିକ ପଣ୍ୟ ହୋଇଥିଲା ଲୋଡ୍
କ୍ଷମତା ଠାରୁ ଅଧିକ ପଣ୍ୟ ହୋଇଥିଲା ଲୋଡ୍
author img

By

Published : Apr 10, 2023, 8:03 PM IST

କ୍ଷମତାଠାରୁ ଅଧିକ ପଣ୍ୟ ହୋଇଥିଲା ଲୋଡ୍

ଜଗତସିଂହପୁର: ଅଟକି ରହିଛି ଲୁହା ପ୍ଲେଟ ବୋଝେଇ ଜାହାଜ । ଜଗତସିଂହପୁର ଜିଲ୍ଲା ପାରାଦ୍ୱୀପ ବନ୍ଦର ପୋତାଶ୍ରୟରେ ଅଟକି ରହିଛି ଜାହାଜ । କ୍ଷମତା ଠାରୁ ଅଧିକ ପରିମାଣର ଲୁହା ପଥର ପ୍ଲେଟ ଲୋଡ଼ କରିବା ନେଇ ଏପରି ସ୍ଥିତି ଉପୁଜିଥିବା ସୂଚନା । ଜାହାଜର ସ୍ଥିତି ଜଣା ପଡିବା ପରେ ଜାହାଜ ମଧ୍ୟରୁ ପଣ୍ୟକୁ ଅନଲୋଡ଼ କରାଯାଉଥିବା jswର ସହକାରୀ ଲୋକ ସମ୍ପର୍କ ଅଧିକାରୀ କହିଛନ୍ତି । ସୂଚନା ଅନୁଯାୟୀ, ଗତ ରବିବାର ଦିନ ପାରାଦ୍ୱୀପ ବନ୍ଦରରେ ଆଇଓବି ରିପ୍ଲେ ନାମକ ଏକ ଜାହାଜ ଲାଗିଥିଲା । jsw ପକ୍ଷରୁ ଏହି ଜାହାଜରେ ଲୁହା ପଥର ପ୍ଲେଟ ବୋଝେଇ କରାଯାଇଥିଲା । ହେଲେ କ୍ଷମତା ଠାରୁ ଅଧିକ ଲୁହା ପଥର ପ୍ଲେଟ ଲୋଡ଼ କରାଯିବାରୁ ଜାହାଜ ପ୍ରତି ବିପଦ ସୃଷ୍ଟି ହେବାର ଆଶଙ୍କା ରହିଥିଲା ।

ଅଧିକ ପଢ଼ନ୍ତୁ: Congress targets Center: 'ପେଗାସସ ପରେ ନୂଆ ସ୍ପାଇୱେର କିଣିବାକୁ ଉଦ୍ୟମ କରୁଛି କେନ୍ଦ୍ର'

ଏହା ଜଣା ପଡିବା ପରେ ସୋମବାର ସୁଦ୍ଧା ଜାହାଜରୁ ପଣ୍ୟ ଖଲାସ କରାଯାଉଥିବା ଖବର ମିଳିଛି । ଏ ସମ୍ପର୍କରେ ପାରାଦ୍ୱୀପ ପୋର୍ଟର ଅଧିକାରୀଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେ କୌଣସି ପ୍ରତିକ୍ରିୟା ଦେବାକୁ ମନା କରିଦେଇଛନ୍ତି । ତେବେ ଜାହାଜରେ 95 ହଜାର ମେଟ୍ରିକ ଟନ୍ ପଣ୍ୟ ବୋଝେଇ ହେବ କଥା କିନ୍ତୁ ତାହାଠାରୁ ଅଧିକ ପଣ୍ୟ ବୋଝେଇ କରାଯାଇଥିବାରୁ ଜାହାଜଟି ଯିବାପାଇଁ ସକ୍ଷମ ହୋଇ ନଥିଲା ।

ଅଧିକ ପଢ଼ନ୍ତୁ: ମଝି ଆକାଶରେ କ୍ରୁ ମେମ୍ବରଙ୍କୁ ମାଡ ମାରିଲେ ଯାତ୍ରୀ, ଇଂଲଣ୍ଡ ଯିବା ପରିବର୍ତ୍ତେ ଫେରି ଆସିଲା ବିମାନ

ଏହାକୁ ଦୃଷ୍ଟିରେ ରଖି ଅଧିକ ପଣ୍ୟକୁ ଖଲାସ କରି ଦିଆଯାଇଛି । ଆଜି ସନ୍ଧ୍ୟା ସୁଦ୍ଧା ଜାହାଜ ତାର ଗନ୍ତବ୍ୟ ସ୍ଥଳକୁ ଯାତ୍ରା କରିବ ବୋଲି jsw ପକ୍ଷରୁ ଫୋନ ଯୋଗେ ସୂଚନା ଦେଇଛନ୍ତି । ଏହି ଘଟଣା ଜଣା ପଡିବା ପରେ ଜାହାଜରେ କିଭଳି କ୍ଷମତା ଠାରୁ ଅଧିକ ପଣ୍ୟ ବୋଝେଇ ହେଉଛି ତାକୁ ନେଇ ପ୍ରଶ୍ନ ଉଠିଛି । ଏ ସମ୍ପର୍କରେ କିଭଳି କର୍ତ୍ତୃପକ୍ଷ ଜାଣି ପାରିଲେ ନାହିଁ ତାକୁ ନେଇ ବନ୍ଦର ପକ୍ଷରୁ କିଛି କୁହାଯାଇ ନାହିଁ । jsw ପକ୍ଷରୁ କୁହାଯାଇଛି ଯେ ଏହା ଭୁଲ ବଶତଃ ହୋଇଛି । ଏହାକୁ ନେଇ ତଦନ୍ତ କରାଯିବ । ଯେପରି ଏହି ଭୁଲ ପୁନଃ ନଘଟେ ସେନେଇ ଦୃଷ୍ଟି ଦିଆଯିବ ।

ଇଟିଭି ଭାରତ, ଜଗତସିଂହପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.