ETV Bharat / state

ଶିଳ୍ପ ପାଇଁ ବିସ୍ଥାପିତ ହେବେ ୭ଶହ ପରିବାର, ଉଚ୍ଛେଦ ପୂର୍ବରୁ ପକ୍କାଘର ଦାବି

author img

By

Published : Dec 20, 2022, 9:45 AM IST

ବସ୍ତି ବାସିନ୍ଦାଙ୍କୁ ଘାରିଛି ବିସ୍ଥାପିତ ଚିନ୍ତା । ଜଗତସିଂହପୁର ଜିଲ୍ଲା ପାରାଦ୍ୱୀପ ପୌରପାଳିକାର ୬ ନମ୍ବର ୱାର୍ଡ଼ରେ ଥିବା ବସ୍ତିର ୭ଶହ ଆଦିବାସୀ ପରିବାର ବିସ୍ଥାପିତ ହେବେ। ଉଚ୍ଛେଦ ପୂର୍ବରୁ ପକ୍କାଘର ଯୋଗାଇ ଦେବାକୁ ବସ୍ତି ବାସିନ୍ଦାଙ୍କ ଦାବି । ଅଧିକ ପଢ଼ନ୍ତୁ

slum Dwellers warning for protest in paradip
ବସ୍ତି ବାସିନ୍ଦାଙ୍କ ଆନ୍ଦୋଳନ ଚେତାବନୀ

ଶିଳ୍ପ ପାଇଁ ବିସ୍ଥାପିତ ହେବେ ୭ଶହ ପରିବାର

ପାରାଦ୍ବୀପ: ଜଗତସିଂହପୁର ଜିଲ୍ଲା ପାରାଦ୍ୱୀପ ପୌରପାଳିକାର ୬ ନମ୍ବର ୱାର୍ଡ଼ରେ ଥିବା ବାଉରିଆ ପାଳ ବସ୍ତିର ୭ଶହ ଆଦିବାସୀ ପରିବାରଙ୍କୁ ବିସ୍ଥାପନ ଚିନ୍ତା ଘାରିଛି । ଶିଳ୍ପ ପ୍ରତିଷ୍ଠା ପାଇଁ ଏହି ଅଞ୍ଚଳରେ ସର୍ଭେ କରାଯିବା ପରେ ଜନ ଶୁଣାଣି ମଧ୍ୟ ଶେଷ ହୋଇଛି । ବସ୍ତି ଭଙ୍ଗାଯିବା ଏକ ପ୍ରକାର ନିଶ୍ଚିତ ହୋଇଥିବା ବେଳେ ଏଠାରେ ବସବାସ କରୁଥିବା ୪ ହଜାର ଲୋକେ କେଉଁଠି ମୁଣ୍ଡ ଗୁଞ୍ଜିବେ ତାକୁ ନେଇ ସଭିଏଁ ଚିନ୍ତାରେ । କମ୍ପାନୀ କେଉଁଠି ତାଙ୍କୁ ଜାଗା ଦେବ ସେନେଇ ଆଶା ଓ ଆଶଙ୍କା ଭିତରେ ଦିନ କାଟୁଛନ୍ତି ବସ୍ତି ବାସିନ୍ଦା ।

ପ୍ରଶାସନ ପକ୍ଷରୁ ପାରାଦ୍ୱୀପର ଟର୍ମିନାଲ ଛକରୁ ଅଦାନୀ ୱଲମର ଗ୍ୟାସ ଟର୍ମିନାଲ ପର୍ଯ୍ୟନ୍ତ ଥିବା ଜନ ବସତିକୁ ଉଠାଇବାକୁ ନିଷ୍ପତ୍ତି ହୋଇଛି । ଜନବସତି ଉଚ୍ଛେଦ ପରେ ଏହି ଅଞ୍ଚଳରେ ପେଲେଟ ପ୍ଲାଣ୍ଟ ପ୍ରତିଷ୍ଠା କରାଯିବ । ଶିଳ୍ପ ପ୍ରତିଷ୍ଠାନ ଯୋଗୁଁ ବାଉରିଆ ପାଳନ୍ଦ, ମଝି ପଳଣ୍ଡ, ମାର୍କେଟପଡା, ବଙ୍ଗାଳିପଡା, ଆଦିବାସୀପଡା ଆଦି ଅଞ୍ଚଳରେ ବସବାସ କରୁଥିବା ଲୋକେ ବିସ୍ଥାପିତ ହେବେ । ଯାହାକୁ ନେଇ ଉକ୍ତ ଅଞ୍ଚଳର ଲୋକେ ମେଳି ହେବା ସହିତ ବିସ୍ଥାପନ ଆଗରୁ କମ୍ପାନୀ ସମସ୍ତ ପରିବାରଙ୍କୁ ପକ୍କାଘର ଯୋଗାଇ ଦେବାକୁ ଦାବି କରିଛନ୍ତି । ସେହିପରି ବସ୍ତି ଅଞ୍ଚଳରେ ଶିକ୍ଷା, ଗମନାଗମନ, ସ୍ୱାସ୍ଥ୍ୟ, ପାନୀୟ ଜଳ ଯୋଗାଣ ଆଦି ମୌଳିକ ସୁବିଧା କମ୍ପାନୀ ପକ୍ଷରୁ ବ୍ୟବସ୍ଥା କରିବାକୁ ଦାବି କରାଯାଇଛି । ଏଥିରେ କମ୍ପାନୀ ବ୍ୟତିକ୍ରମ କଲେ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ କରାଯିବ ବୋଲି ବସ୍ତି ବାସିନ୍ଦାଙ୍କ ପକ୍ଷରୁ କୁହାଯାଇଛି ।

ଇଟିଭି ଭାରତ, ଜଗତସିଂହପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.