ETV Bharat / state

ଜଗତସିଂହପୁରରେ 66 କୋରୋନା ପଜିଟିଭ ଚିହ୍ନଟ, ପାରାଦ୍ବୀପ ତୈଳ ବିଶୋଧନାଗାରର 34 କର୍ମଚାରୀ - corona positive

ଜିଲ୍ଲାରେ ରବିବାର 66 କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ତେବେ ଆଜିର ଆକ୍ରାନ୍ତ ତାଲିକାର ଚିନ୍ତା ବଢାଇଛି ପାରାଦ୍ବୀପ ତୈଳ ବିଶୋଧନାଗାର । ଅଧିକ ପଢନ୍ତୁ...

ଜଗତସିଂହପୁରରେ 66 କୋରୋନା ପଜିଟିଭ ଚିହ୍ନଟ, ଅଧିକାଂଶ ପାରାଦ୍ବୀପ ତୈଳ ବିଶୋଧନାଗାର କର୍ମଚାରୀ

author img

By

Published : Aug 30, 2020, 9:54 PM IST

ଜଗତସିଂହପୁର: ଜିଲ୍ଲାରେ ରବିବାର 66 କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ବାଲିକୁଦାରୁ 2, ବିରିଡିରୁ 1, ଏରସମାରୁ 3, ଜଗତସିଂହପୁର ବ୍ଲକରୁ 7, ଜଗତସିଂହପୁର ସହରରୁ 4, କୁଜଙ୍ଗରୁ 7, ପାରାଦ୍ୱୀପ ସହରରୁ 34, ରଘୁନାଥପୁରରୁ 5 ଓ ତ୍ରିର୍ତ୍ତୋଲରୁ 3 ଜଣ ଚିହ୍ନଟ ହୋଇଛନ୍ତି ।

ତେବେ ଆଜିର ଆକ୍ରାନ୍ତ ତାଲିକାର ଚିନ୍ତା ବଢାଇଛି ପାରାଦ୍ବୀପ ତୈଳ ବିଶୋଧନାଗାର । କାରଣ ଆଜିର ଚିହ୍ନଟ ପଜିଟିଭଙ୍କ ମଧ୍ୟରୁ ତୈଳ ବିଶୋଧନାଗାରର 34 ଜଣ କର୍ମଚାରୀ ଅଛନ୍ତି । ସେମାନଙ୍କ ସଂସ୍ପର୍ଶରେ ଆସିଥିବା ଅନ୍ୟ କେତେକ ଲୋକଙ୍କୁ ଚିହ୍ନଟ କରାଯାଇ ସ୍ୱାବ ସଂଗ୍ରହ କରାଯାଇଛି । ସେପଟେ ପାରାଦ୍ୱୀପରେ କୋରୋନା ଗୋଷ୍ଠୀ ସଂକ୍ରମଣ ଆଡକୁ ଗତି କରୁଥିବା ଦେଖିବାକୁ ମିଳିଛି ।

ଜଗତସିଂହପୁରରେ 66 କୋରୋନା ପଜିଟିଭ ଚିହ୍ନଟ, ଅଧିକାଂଶ ପାରାଦ୍ବୀପ ତୈଳ ବିଶୋଧନାଗାର କର୍ମଚାରୀ
ଜିଲ୍ଲାରେ ଆଜିର ଆକ୍ରାନ୍ତଙ୍କ ସଂଖ୍ୟା ମିଶାଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 1763ରେ ପହଞ୍ଚିଛି । ସେମାନଙ୍କ ମଧ୍ୟରୁ 1130 ଜଣ ସୁସ୍ଥ ହୋଇସାରିଥିବା ବେଳେ ବର୍ତ୍ତମାନ ସୁଦ୍ଧା 629 ଜଣ ସକ୍ରିୟ ଆକ୍ରାନ୍ତ କୋଭିଡ ହସ୍ପିଟାଲରେ ଚିକିତ୍ସାଧିନ ରହିଛନ୍ତି । ଏଥିସହ ଜିଲ୍ଲାରେ ମୋଟ କୋରୋନା ଜନିତ ମୃତ୍ୟୁ ସଂଖ୍ୟା 4କୁ ବୃଦ୍ଧି ପାଇଛି । ପୂର୍ବରୁ 2 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଶନିବାର 2 ଜଣଙ୍କ ମୃତ୍ୟୁ ହୋଇଛି ।
ଜଗତସିଂହପୁରରୁ ସୁଶାନ୍ତ ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.