ETV Bharat / state

ବଢୁଛି ସଂକ୍ରମଣ: ଜଗତସିଂହପୁରରୁ ଆଜି 46 ପଜିଟିଭ ଚିହ୍ନଟ - ଜଗତସିଂହପୁର ଜିଲ୍ଲା

ରାଜ୍ୟରେ ଦିନକୁ ଦିନ କୋରୋନା ମହାମାରୀ ନିଜର କାୟା ବିସ୍ତାର କରୁଛି। ଜଗତସିଂହପୁର ଜିଲ୍ଲାରେ ଆଜି 46 ଜଣ କୋରୋନା ପଜିଟିଭ ଚିହ୍ନଟ କରାଯାଇଛି । ଅଧିକ ଖବର ପଢନ୍ତୁ...

ବଢୁଛି ସଂକ୍ରମଣ; ଜଗତସିଂହପୁରରୁ ଆଜି 46 ପଜିଟିଭ ଚିହ୍ନଟ

author img

By

Published : Aug 23, 2020, 9:22 PM IST

ଜଗତସିଂହପୁର: ରାଜ୍ୟରେ ଦିନକୁ ଦିନ କୋରୋନା ମହାମାରୀ ନିଜର କାୟା ବିସ୍ତାର କରୁଛି। ଏହି କ୍ରମରେ ପ୍ରତ୍ୟେକ ଦିନ ପଜିଟିଭ ସଂଖ୍ୟା ବଢିବାରେ ଲାଗିଛି । ଯାହା ଫଳରେ ଜଗତସିଂହପୁର ଜିଲ୍ଲାରେ ଆଜି 46 ଜଣ କୋରୋନା ପଜିଟିଭ ଚିହ୍ନଟ କରାଯାଇଛି ।

ସେମାନଙ୍କ ମଧ୍ୟରୁ ବାଲିକୁଦାରୁ ଜଣେ, ବିରିଡିରୁ 3, ଏରସମାରୁ 2, ଜଗତସିଂହପୁର ବ୍ଲକରୁ 3, ଜଗତସିଂହପୁର ସହରରୁ 2, କୁଜଙ୍ଗ ରୁ 13, ନାଉଗାଁରୁ 4, ପାରାଦୀପରୁ 8, ରଘୁନାଥପୁରରୁ 9 ଓ ତିର୍ତ୍ତୋଲରୁ ଜଣେ ଚିହ୍ନଟ ହୋଇଛନ୍ତି ।

ବଢୁଛି ସଂକ୍ରମଣ; ଜଗତସିଂହପୁରରୁ ଆଜି 46 ପଜିଟିଭ ଚିହ୍ନଟ

ସେମାନଙ୍କ ମଧ୍ୟରୁ ଏସ.ଏସ ବାଟାଲିୟନର ଜଣେ ଯବାନ ଥିବାବେଳେ ଜଣେ ପୋଲିସ କର୍ମଚାରୀ ଅଛନ୍ତି । ଏହାକୁ ନେଇ ଜଗତସିଂହପୁର ସଦର ଥାନାରେ ଆକ୍ରାନ୍ତ ପୋଲିସ କର୍ମଚାରୀଙ୍କ ସଂଖ୍ୟା 8କୁ ବୃଦ୍ଧି ପାଇଛି।

ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 1327ରେ ପହଞ୍ଚିଛି । ସେମାନଙ୍କ ମଧ୍ୟରୁ 938 ଜଣ ସୁସ୍ଥ ହୋଇଥିବାବେଳେ ଏବେ ସୁଦ୍ଧା ଜିଲ୍ଲାରେ 387 ଜଣ ସକ୍ରିୟ ଆକ୍ରାନ୍ତ ବିଭାଗ କୋଭିଡ ହସ୍ପିଟାଲରେ ଚିକିତ୍ସାଧିନ ଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।

ତେବେ ଏବେ ସୁଦ୍ଧା କୋରୋନା ମୃତ୍ୟୁ ସଂଖ୍ୟା 2ରେ ସ୍ଥିର ରହିଛି।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.