ETV Bharat / state

ପାରାଦ୍ୱୀପରେ ତିଆରି ହେବ ୪୦୦କୋଟିର ଅତ୍ୟାଧୁନିକ ଏସିଡ ପ୍ଲାଣ୍ଟ, ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ - ଏସିଡ ପ୍ଲାଣ୍ଟ

ପାରାଦ୍ଵୀପ ଇଫକୋ ସାର କାରଖାନା ପରିସରରେ ପ୍ରତିଷ୍ଠା ହେବ ସର୍ବବୃହତ ସଲଫ୍ୟୁରିକ ଏସିଡ ପ୍ଲାଣ୍ଟ । ଅଧିକ ପଢନ୍ତୁ...

ପାରାଦ୍ୱୀପରେ ତିଆରି ହେବ ୪୦୦କୋଟିର ଅତ୍ୟାଧୁନିକ ଏସିଡ ପ୍ଲାଣ୍ଟ, ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

author img

By

Published : Jul 24, 2021, 9:27 PM IST

ଜଗତସିଂହପୁର: ପାରାଦ୍ଵୀପ ଇଫକୋ ସାର କାରଖାନା ପରିସରରେ ପ୍ରତିଷ୍ଠା ହେବ ସର୍ବବୃହତ ସଲଫ୍ୟୁରିକ ଏସିଡ ପ୍ଲାଣ୍ଟ । ୪ ଶହ କୋଟି ଟଙ୍କାରେ ଅତ୍ୟାଧୁନିକ ଜ୍ଞାନ କୌଶଳ ଆଧାରରେ ତିଆରି ହେବ ଏହି ପ୍ଲାଣ୍ଟ । ଆଜି(ଶନିବାର) ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲ ମାଧ୍ୟମରେ ଏହାର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ।

ପାରାଦ୍ୱୀପରେ ତିଆରି ହେବ ୪୦୦କୋଟିର ଅତ୍ୟାଧୁନିକ ଏସିଡ ପ୍ଲାଣ୍ଟ, ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଦୈନିକ ୨ ହଜାର ମେଟ୍ରିକ ଟନ ଉତ୍ପାଦନ କ୍ଷମତା ବିଶିଷ୍ଟ ଏହି ପ୍ଲାଣ୍ଟ ୨୦୨୩ ଜାନୁଆରୀରେ କାର୍ଯ୍ୟକ୍ଷମ ହେବାକୁ ଲକ୍ଷ୍ୟ ରଖିଛି ଇଫକୋ କମ୍ପାନୀ । ଏହି ସଲଫ୍ୟୁରିକ ଏସିଡ ପ୍ଲାଣ୍ଟ କାର୍ଯ୍ୟକ୍ଷମ ହେଲେ ଦେଶରେ ଡିଏପି, ଏମ୍ ପିକେ ସାରର ଅଭାବ ଦୂର ହୋଇପାରିବ । ଏହି ସାର ପାଇଁ ଭାରତକୁ ବାହାର ଦେଶ ଉପରେ ନିର୍ଭର କରିବାକୁ ପଡୁଥିଲା ।

ଇଫକୋ ପରିସରରେ ଆୟୋଜିତ ଶିଳାନ୍ୟାସ ଉତ୍ସବରେ ପାରାଦ୍ଵୀପ ଇଫକୋ କାରଖାନାର ବରିଷ୍ଠ କାର୍ଯ୍ୟ ନିର୍ବାହୀ ନିର୍ଦ୍ଦେଶକ କେଜେ ପଟେଲ ଓ ଅନ୍ୟାନ୍ୟ ଅଧିକାରୀ ଉପସ୍ଥିତ ଥିଲେ ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.