ଜଗତସିଂହପୁର: ଜିଲ୍ଲାରେ ଗୁରୁବାର 4 ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଜଗତସିଂହପୁର ସହରରୁ ଜଣେ ଚିହ୍ନଟ ହୋଇଥିବା ବେଳେ ରଘୁନାଥପୁରରୁ ଜଣେ, ନାଉଗାଁ ଓ କୁଜଙ୍ଗରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି। ଏମାନେ ନିକଟରେ କଟକ ଓ ଭୁବନେଶ୍ବରରୁ ଫେରିଥିଲେ। ଏହାକୁ ନେଇ ଜଗତସିଂହପୁର ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା 612ରେ ପହଞ୍ଚିଛି।
ସେମାନଙ୍କ ମଧ୍ୟରୁ 410 ଜଣ ସୁସ୍ଥ ହୋଇ ଫେରିଥିବା ବେଳେ ଏବେ ସୁଦ୍ଧା 200 ସହ ଜଣ ସକ୍ରିୟ ଆକ୍ରାନ୍ତ କିମ୍ସ ଓ ପାରାଦୀପ କୋଭିଡ ହସ୍ପିଟାଲରେ ଚିକିତ୍ସାଧିନ ଅଛନ୍ତି। ଜିଲ୍ଲାରେ କୋରୋନା ଜନିତ ମୃତ୍ୟୁ ସଂଖ୍ୟା 2 ରହିଛି।
ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ