ETV Bharat / state

ଜଗତସିଂହପୁରର ୩୫ ଗାଁ ସୁନାମି ପ୍ରବଣ, ମାଷ୍ଟର ଟ୍ରେନର ହେବେ ନିୟୋଜିତ

ଜଗତସିଂହପୁରର ମୋଟ ୩୫ଟି ଗ୍ରାମ ସୁନାମି ପ୍ରବଣ ଭାବେ ଚିହ୍ନଟ । ସମ୍ଭାବ୍ୟ ସୁନାମୀର ମୁକାବିଲା ପାଇଁ ମାଷ୍ଟର ଟ୍ରେନରଙ୍କ ସହ ଆଲୋଚନା କଲେ ଜିଲ୍ଲାପାଳ । ଅଧିକ ପଢ଼ନ୍ତୁ

ପାରାଦ୍ୱୀପ ସହରର ୧୦ଟି ୱାର୍ଡ ଅତି ସୁନାମୀ ପ୍ରବଣ

author img

By

Published : Jun 3, 2023, 10:44 PM IST

ସମ୍ଭାବ୍ୟ ସୁନାମୀର ମୁକାବିଲା ପାଇଁ ମାଷ୍ଟର ଟ୍ରେନରମାନଙ୍କ ସହ ଆଲୋଚନା କଲେ ଜିଲ୍ଲାପାଳ

ଜଗତସିଂହପୁର: ଜଗତସିଂହପୁରର ମୋଟ ୩୫ଟି ଗ୍ରାମ ସୁନାମି ପ୍ରବଣ ଭାବେ ଚିହ୍ନଟ ହୋଇଛି । ସେଗୁଡିକ ମଧ୍ୟରେ ଜଗତସିଂହପୁର ଜିଲ୍ଲାର ବାଲିକୁଦା, ଏରସମା ଓ କୁଜଙ୍ଗ ବ୍ଲକର ୨୫ଟି ଗାଁ ସୁନାମି ପ୍ରବଣ ହୋଇଥିବା ବେଳେ ପାରାଦ୍ୱୀପ ସହରର ୧୦ଟି ୱାର୍ଡ ଅତି ସୁନାମୀ ପ୍ରବଣ ହୋଇଥିବା ଚିହ୍ନଟ କରାଯାଇଛି । ସମ୍ଭାବ୍ୟ ସୁନାମୀର ମୁକାବିଲା ପାଇଁ ଜିଲ୍ଲାପାଳ ପାରୁଲ ପଟାୱାରୀ ମାଷ୍ଟର ଟ୍ରେନରମାନଙ୍କ ସହ ଆଲୋଚନା କରିଛନ୍ତି । ସୁନାମି ପ୍ରବଣ ଅଞ୍ଚଳରେ ବସବାସ କରୁଥିବା ଲୋକମାନଙ୍କୁ କିଭଳି ସୁନାମିକୁ ନେଇ ସଚେତନ କରାଯାଇ ପାରିବ ସେନେଇ ଏକ କମିଟି ଗଠନ କରାଯାଇଛି । ସୁନାମି ପ୍ରବଣ ଅଞ୍ଚଳରେ ମାଷ୍ଟର ଟ୍ରେନରଙ୍କୁ ନିୟୋଜିତ କରାଯିବା ସହିତ ସ୍ଥାନୀୟ ଲୋକଙ୍କୁ ସୁନାମି ବାବଦରେ ପ୍ରଶିକ୍ଷଣ ଦିଆ ଯିବାକୁ ନିଷ୍ପତ୍ତି ହୋଇଛି । ଓଡ଼ିଶାରେ ମୋଟ ୩୮୧ଟି ଗାଁ ସୁନାମୀ ପ୍ରବଣ ହୋଇଥିବା ବେଳେ ଜଗତସିଂହପୁର ଜିଲ୍ଲାରେ ୩୫ଟି ଗାଁକୁ ସୁନାମି ପ୍ରବଣ ଅଞ୍ଚଳ ଭାବେ ଚିହ୍ନଟ କରାଯାଇଛି ।

ପାରାଦ୍ୱୀପ ସହରର ୧୦ଟି ୱାର୍ଡ ଅତି ସୁନାମୀ ପ୍ରବଣ
ପାରାଦ୍ୱୀପ ସହରର ୧୦ଟି ୱାର୍ଡ ଅତି ସୁନାମୀ ପ୍ରବଣ

ସୁନାମି ଆସିବାର ଲକ୍ଷଣ: ସୁନାମି ଆସିବାର ୩କିମ୍ବା ୪ଘଣ୍ଟା ପୂର୍ବରୁ ଧୀରେଧୀରେ ସମୁଦ୍ରର ଜଳ ଶୁଷ୍କ ହୋଇଯାଇଥାଏ । ରାଡ଼ାରରେ ଲାଗିଥିବା ସାଇରନ ବାଜି ଉଠିଥାଏ । ଏହାର ସୂଚନା ମିଳିବା ପରେ ଜନ ସାଧାରଣମାନଙ୍କୁ ତୁରନ୍ତ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରାଯିବା ଆବଶ୍ୟକ ରହିଥାଏ । ସୁନାମୀ ଏକ ଜାପାନୀ ଶବ୍ଦ ହୋଇଥିବା ବେଳେ ସମୁଦ୍ରରେ ଜଳ ସ୍ଥଳ ଭାଗକୁ ମାଡି ଆସିବାକୁ ସୁନାମି କୁହାଯାଏ ।। ସମୁଦ୍ର ମଧ୍ୟରେ ଭୂ-କମ୍ପନ, ଆଗ୍ନେୟଗିରିରୁ ଲାଭା ଉଦ୍ଗିରଣ, ଭୂ-ସ୍ଖଳନ ଓ ଧୁମକେତୁ ସମୁଦ୍ରରେ ପତିତ ହେଲେ ସୁନାମୀ ସଂଗଠିତ ହୋଇଥାଏ । ଏହାଦ୍ୱାରା ସମୁଦ୍ରର ପାଣି ଘଣ୍ଟାପ୍ରତି ୪୫୦ ରୁ ୬୫୦ ମାଇଲ ବେଗରେ ସ୍ଥଳଭାଗକୁ ମାଡି ଆସିଥାଏ ।

୨୦୦୪ ମସିହାରେ ସୁନାମୀ ଯୋଗୁ ବ୍ୟାପକ କ୍ଷୟକ୍ଷତି ହୋଇଥିଲା । ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି ଯେ ଯଦି ଜାଭା ଓ ସୁମାତ୍ରା ଅଞ୍ଚଳରେ ସୁନାମୀ ସୃଷ୍ଟି ହୁଏ ତେବେ ଓଡ଼ିଶାକୁ ମାତ୍ର ୩ରୁ ୪ ଘଣ୍ଟା ମଧ୍ୟରେ ଛୁଇଁପାରେ । ଜିଲ୍ଲାରେ ସୁନାମି ପ୍ରସ୍ତୁତି କାର୍ଯ୍ୟକ୍ରମରେ ଇଣ୍ଡିଆନ ଓସିନ ସୁନାମୀ ରେଡି ପ୍ରୋଗ୍ରାମ, କମ୍ୟୁନିଟି ଲେଡି ସୁନାମି ମ୍ୟାନେଜମେଣ୍ଟ, ସ୍ଥାନାନ୍ତରଣ ଓ ଆଶ୍ରୟ ସ୍ଥଳ ପରିଚାଳନା କ୍ଷେତ୍ରକୁ ତ୍ୱରାନ୍ୱିତ କରାଯିବାକୁ ଜିଲ୍ଲାପାଲ ପାରୁଲ ପଟାୱାରୀ ନିର୍ଦ୍ଦେଶ ଦେଇଥିଲେ । ସେହିପରି ଜିଲ୍ଲାର ଏରସମା ବ୍ଲକ ଅଞ୍ଚଳ ସୁନାମିର ଆଗୁଆ ସୂଚନା ପାଇବା ପାଇଁ ଅତ୍ୟାଧୁନିକ ରାର୍ଡର ଲଗାଯାଇଥିବା ବେଳେ ପାରାଦ୍ୱୀପରେ ଏକ ଉଞ୍ଚ ଶକ୍ତି ସମ୍ପର୍ଣ୍ଣ ରାର୍ଡର ଲଗା ଯାଇଥିବା ଜିଲ୍ଲାପାଳ ପ୍ରକାଶ କରିଛନ୍ତି ।

ଇଟିଭି ଭାରତ, ଜଗତସିଂହପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.