ଜଗତସିଂହପୁର: ବିଶ୍ଵକର୍ମା ପୂଜା ଛୁଟିର ମଜା ନେବାକୁ ଆସି ସମୁଦ୍ରରେ ଗାଧୋଉଥିବା ବେଳେ ଭାସିଯାଇ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ଆଇଓସିଏଲରେ ଶ୍ରମିକ ଭାବେ କାର୍ଯ୍ୟ କରୁଥିବା ବିହାର ମୁଜାଫରପୁରର ବିବେକ କୁମାର ସିଂ ଓ ତାଙ୍କର ଅନ୍ୟ ତିନିଜଣ ସାଙ୍ଗ ମିଶି ବୁଲିବାକୁ ଆସିଥିଲେ। ସେମାନେ ୪ ଜଣ ସାଙ୍ଗ ପାରାଦ୍ଵୀପ କଳିଙ୍ଗ ବାଲିଯାତ୍ରା ପଡ଼ିଆ ନିକଟ ସମୁଦ୍ର ଢେ଼ଉରେ ଗାଧୋଉଥିବା ବେଳେ ୩ ଜଣ ଢେଉ ମାଡ଼ରେ ସମୁଦ୍ର ଭିତରକୁ ଖସିଯାଇଥିଲେ ।
ସେଠାରେ ମାଛ ଧରୁଥିବା ମତ୍ସ୍ୟଜୀବୀ ମାନେ ତିନିଜଣଙ୍କୁ ଉଦ୍ଧାର କରିଥିଲେ ମଧ୍ୟ ବିବେକ ସିଂ ଗୁରୁତର ଅସୁସ୍ଥ ହୋଇପଡିଥିଲେ। ସେଠାରେ ପାଟ୍ରୋଲିଂ କରୁଥିବା ଜଟାଧାର ମୁହାଣ ସାମୁଦ୍ରିକ ଥାନା ଅଧିକାରୀ ମାନେ ତାଙ୍କୁ ସଙ୍ଗେ ସଙ୍ଗେ ବନ୍ଦର ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ମାତ୍ର ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପୋଲିସ ପକ୍ଷରୁ ମୃତଦେହ ଜବତ କରାଯାଇ ସଂରକ୍ଷିତ ରଖାଯିବା ସହିତ ତାଙ୍କ ପରିବାର ସହିତ ଯୋଗାଯୋଗ କରାଯାଉଛି। ଅନ୍ୟ ଦୁଇଜଣ ଯୁବକ ସୁସ୍ଥ ରହିଥିବା ପୋଲିସ ପ୍ରକାଶ କରିଛି।
ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ