ଜଗତସିଂହପୁର: ଆଜିକୁ ଠିକ 21 ବର୍ଷ ତଳେ ତାଣ୍ଡବ ରଚିଥିଲା ମହାବାତ୍ୟା । ମହାରାକ୍ଷାସରୂପୀ ମହାବାତ୍ୟାର ଆଁରେ ହଜିଯାଇଥିଲା ଜଗତସିଂହପୁରର ଚିହ୍ନବର୍ଣ୍ଣ । ବାତ୍ୟାର କରାଳ ଗ୍ରାସରେ ନିମିଷକ ମଧ୍ୟରେ ଉଡିଯାଇଥିଲା 10 ହଜାରରୁ ଅଧିକ ଲୋକଙ୍କ ପ୍ରାଣବାୟୁ ।
ଏହି ପ୍ରଳୟଙ୍କାରୀ ମହାବାତ୍ୟାକୁ ଯିଏ ଦେଖିଛି ସେ ଜାଣିଛି ପ୍ରକୃତିର ତାଣ୍ଡବ କଥା । ଆଉ ଏଥିରେ ସବୁଠୁ ଅଧିକ ପ୍ରଭାବିତ ହୋଇଥିଲା ଜଗତସିଂହପୁର । ଘଣ୍ଟା ପ୍ରତି 300 କିଲୋମିଟରର ପ୍ରଖର ପବନ ଓ ସମୁଦ୍ରରୁ ମାଡିଆସିଥିବା ଜୁଆରରେ ଏରସମା ବ୍ଲକର ରୂପରେଖ ବଦଳିଯାଇଥିଲା ।
ଏରସମ ର ଜପା, କୁଂଜକୋଠି, ଦହିବର ପ୍ରଭୁତି ଗ୍ରାମକୁ ସମୁଦ୍ର ମାଡ଼ିଆସିଲା, ହଜାର ହଜାର ଗୃହ ପାଳିତ ପଶୁ ଭାସିଗଲେ । ତେବେ ଏଥିମଧ୍ୟରେ 2 ଦଶନ୍ଧି ବିତିଯାଇଛି । ଏଥିସହ ଏଠିକାର ପରିବେଶ, ପାରିପାର୍ଶ୍ବକ ସ୍ଥିତି ବି ବଦଳିଛି । କଚା ରାସ୍ତା ପକ୍କା ହେଲାଣି, କାଁ ଭା ଚାଳ ଛପର ଛାଡିଦେଲେ ସବୁ କୋଠା ଘରରେ ପରିଣତ ହେଲାଣି ।
ସରକାର ବାତ୍ୟର ଆଗୁଆ ସୂଚନା ପ୍ରଦାନ ପାଇଁ ଅତ୍ୟାଧୁନିକ ଯନ୍ତ୍ରପାତିର ବ୍ୟବସ୍ଥା କଲେଣି । ତଥାପି ବି ସେଦିନର ସେ ଲୋମଟାଙ୍କୁରା ଦୃଶ୍ୟ ଆଜିବି ମନ ପଡିଲେ ଜିଲ୍ଲାବାସୀଙ୍କ ଦେହରେ ଶିହରଣ ସୃଷ୍ଟି ହେଉଛି ।
ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ