ଜଗତସିଂହପୁର: ରାଜ୍ୟରେ ବଢ଼ିବାରେ ଲାଗିଛି କୋରୋନା କାୟା। ଅସମ୍ଭାଳ ହେଉଛି ସ୍ଥିତି। କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦୃତ ଗତିରେ ବଢିବା ସହ ତାକୁ ତାଳ ଦେଇ ବଢିବାରେ ଲାଗିଛି ମୃତ୍ୟୁ ସଂଖ୍ୟା । ଏପଟେ ଜଗତସିଂହପୁର ଜିଲ୍ଲାରେ ଶନିବାର ପୁଣି କୋରୋନାରେ ଗଲା ଦୁଇ ଜଣଙ୍କ ଜୀବନ । ସେମାନଙ୍କ ମଧ୍ୟରୁ ଏରସମା ବ୍ଲକର ଜଣେ 49 ବର୍ଷିୟ ବ୍ୟକ୍ତି ହୋଇଥିବା ଥିବାବେଳେ ବାଲିକୁଦା ବ୍ଲକରୁ ଜଣେ 62 ବର୍ଷିୟ ବୃଦ୍ଧ ଅଛନ୍ତି। ଏହାକୁ ନେଇ ଜିଲ୍ଲାରେ କୋରୋନା ଜନିତ ମୃତ୍ୟୁ ସଂଖ୍ୟା 12ରେ ପହଞ୍ଚିଛି।
ସେହିପରି ଶନିବାର 72 ଜଣ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ବାଲିକୁଦାରୁ 5, ବିରିଡିରୁ 1, ଏରସମାରୁ 4, କୁଜଙ୍ଗରୁ 6, ନାଉଗାଁରୁ 3, ତ୍ରିତଲରୁ 10, ରଘୁନାଥପୁରରୁ 9, ଜଗତସିଂହପୁର ଗ୍ରାମାଞ୍ଚଳରୁ 15, ଜଗତସିଂହପୁର ସହରରୁ 6, ଓ ପାରାଦୀପ ସହରରୁ 13 ଜଣ ଆକ୍ରାନ୍ତ ଚିହ୍ନଟ କରାଯାଇଛି। ଏହାକୁ ନେଇ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା 5532 ରେ ପହଞ୍ଚିଛି। ସେମାନଙ୍କ ମଧ୍ୟରୁ 4520 ଜଣ ସୁସ୍ଥ ହୋଇ ସାରିଥିବା ବେଳେ ଏବେ 1000 ଜଣ ସକ୍ରିୟ ଅଛନ୍ତି ।
ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ