ଜଗତସିଂହପୁର: ସଦର ଥାନା ଅନ୍ତର୍ଗତ ତାରଡାପଡା ମଜୁରାଇ ନିକଟରେ ଏକ ପାରିବାରିକ ବିବାଦକୁ ନେଇ ଗୁଳିକାଣ୍ଡ ଘଟିଛି । ଏଥିରେ ଦୁଇ ଜଣ ଗୁରୁତର ଅବସ୍ଥାରେ ପ୍ରଥମେ ଜଗତସିଂହପୁର ମେଡିକାଲରେ ଭର୍ତ୍ତି ହୋଇଥିଲେ । ପରେ ସେମାନଙ୍କୁ କଟକ ସ୍ଥାନାନ୍ତର କରାଯାଇଛି ।
ସୂଚନା ଅନୁସାରେ ଅବସର ପ୍ରାପ୍ତ ସେନା କର୍ମଚାରୀ ଚନ୍ଦ୍ରମଣି ପରିଡା ଜମିବାଡ଼ି ବିବାଦରେ ଉତକ୍ଷିପ୍ତ ହୋଇ ହଠାତ ଏକ ଦେଶୀ ବନ୍ଧୁକରେ ପୀତବାସ ଦାସ ଓ ଅବିନାଶ ଦାସଙ୍କୁ ଗୁଳି କରିଥିଲେ । ଅବିନାଶଙ୍କ ମୁଣ୍ଡରେ ଗୁଳି ବାଜିଥିବା ବେଳେ ଅନ୍ୟଜଣଙ୍କ ଦେହରେ ଗୁଳି ବାଜିଥିଲା । ତେବେ ସଦର ଥାନା ପୋଲିସ ଅଭିଯୁକ୍ତ ଚନ୍ଦ୍ରମଣି ପରିଡାଙ୍କୁ ଅଟକ ରଖିବା ସହିତ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ଇଟିଭି ଭାରତ, ଜଗତସିଂହପୁର