ETV Bharat / state

ଜଗତସିଂହପୁର ଜିଲ୍ଲାରେ 15 ନୂଆ କୋରୋନା ପଜିଟିଭ - କୋରୋନା ଖବର

ଜଗତସିଂହପୁର ଜିଲ୍ଲାରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ଉଦବେଗଜନକ ଭାବରେ ବଢ଼ିବାରେ ଲାଗିଛି । ଶନିବାର ଜିଲ୍ଲାରେ ପୁଣି 15 ଜଣ କୋରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି । ଅଧିକ ପଢନ୍ତୁ...

ଜଗତସିଂହପୁର ଜିଲ୍ଲାରେ 15 ନୂଆ କୋରୋନା ପଜିଟିଭ

author img

By

Published : Jul 11, 2020, 10:19 PM IST

Updated : Jul 11, 2020, 11:05 PM IST

ଜଗତସିଂହପୁର: ଜିଲ୍ଲାରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ଉଦବେଗଜନକ ଭାବରେ ବଢ଼ିବାରେ ଲାଗିଛି । ଶନିବାର ଜିଲ୍ଲାରେ ପୁଣି 15 ଜଣ କୋରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି । ସେମାନେ ନିକଟରେ ଆନ୍ଧ୍ରପ୍ରଦେଶ, ତାମିଲନାଡୁ, କର୍ଣ୍ଣାଟକ ପଶ୍ଚିମବଙ୍ଗ, ମହାରାଷ୍ଟ୍ରରୁ ଆସିଥିବା ବେଳେ ଅନ୍ୟଜଣେ ଗଞ୍ଜାମ ଜିଲ୍ଲାରୁ ଆସି ପଜିଟିଭ ଚିହ୍ନଟ ହୋଇଛନ୍ତି ।

ଜଗତସିଂହପୁର ଜିଲ୍ଲାରେ 15 ନୂଆ କୋରୋନା ପଜିଟିଭ

ଆକ୍ରାନ୍ତଙ୍କ ମଧ୍ୟରୁ ବିରିଡି ବ୍ଲକରୁ 10 ଜଣ ରହିଥିବା ବେଳେ ଏରସମାରୁ 3 ଜଣ ଜଗତସିଂହପୁର ପୌରାଞ୍ଚଳରୁ ଜଣେ ଓ ବାଲିକୁଦାରୁ ଜଣେ ଚିହ୍ନଟ ହୋଇଛନ୍ତି । ଫଳରେ ଜିଲ୍ଲାର ମୋଟ ଆକ୍ରାନ୍ତ ସଂଖ୍ୟା 388ରେ ପହଞ୍ଚିଛି । ଜିଲ୍ଲାର ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ 298 ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ବର୍ତ୍ତମାନ ସୁଦ୍ଧା ପାରାଦ୍ବୀପ କୋଭିଡ ହସ୍ପିଟାଲ ଓ ଭୁବନେଶ୍ବର କିମସରେ ଆଉ 90 ଜଣ ଚିକିତ୍ସିତ ହେଉଛନ୍ତି ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

Last Updated : Jul 11, 2020, 11:05 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.