ଜଗତସିଂହପୁର: ଚଳିତବର୍ଷ ପ୍ରଥମ ଥର ପାଇଁ ଓଡିଶା ବିଧାନସଭାର ସମସ୍ତ ବିଧାୟକ ମାନେ ଦେଖିବେ ଭାରତୀୟ ନୌସେନାର ସମରାଭ୍ୟାସ । ଏନେଇ ଭାରତୀୟ ନୌସେନା ଆଇଏନଏସ ଚିଲିକା ପକ୍ଷରୁ କୁହାଯାଇଛି । ପାରାଦୀପ ସମୁଦ୍ର ଉପକୂଳ ଠାରୁ 60 କିମି ଦୂର ମଧ୍ୟରେ ଭାରତୀୟ ନୌସେନା ତାର ଯୁଦ୍ଧ କୌଶଳ ଓ ସମରାଭ୍ୟାସ ପ୍ରଦର୍ଶନ କରିବ । ଏହାକୁ ଦେଖିବାକୁ ସମସ୍ତ 145 ବିଧାୟକଙ୍କୁ ନିମନ୍ତ୍ରଣ କରାଯାଇଛି ।
ତେବେ ମୁଖ୍ୟମନ୍ତ୍ରୀ ଓ ଦିବଙ୍ଗତ ବିଧାୟକ ପ୍ରଦୀପ ମହାରଥୀଙ୍କୁ ଛାଡି ବାକି 145 ବିଧାୟକ ଦେଖିବେ ନୌସେନାର ସମରାଭ୍ୟାସ । ଏନେଇ ସତନ୍ତ୍ର ଯୁଦ୍ଧ ଜାହାଜରେ ବିଧାୟକ ମାନଙ୍କୁ ନିଆଯାଇ ପାରାଦୀପ ଉପକୂଳ ଠାରୁ 60 କିମି ସାମରିକ କୌଶଳ ପଦର୍ଶନ କରାଯିବ।
ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର,ଇଟିଭି ଭାରତ