ETV Bharat / state

ଆଉ କଟିବନି କାଳିଆ ଟଙ୍କା

ଅନେକ ଅଭିଯୋଗ ଆସିଲା ପରେ ତତ୍ପର ହୋଇଉଠିଛି ପ୍ରଶାସନ। ସେପଟେ କଟିଥିବା ଟଙ୍କାକୁ ହିତାଧିକାରୀଙ୍କ ଖାତାକୁ ଟ୍ରାନ୍‌ସଫର କରାଯାଇଛି ବୋଲି ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ କମିଟିର ଆବାହକ କହିଛନ୍ତି।

author img

By

Published : Feb 19, 2019, 8:04 PM IST

Breaking News

ଭୁବନେଶ୍ୱର: ଚାଷୀଙ୍କୁ ସହାୟତା ଯୋଗାଇ ଦେବାକୁ ଯାଇ ରାଜ୍ୟ ସରକାର କରିଛନ୍ତି କାଳିଆ ଯୋଜନା। ଏହି ଯୋଜନାର ଟଙ୍କା ହିତାଧିକାରୀ ପଖରେ ପହଞ୍ଚିବା ପୂର୍ବରୁ ବ୍ୟାଙ୍କ କାଟି ନେଉଥିବା ଅଭିଯୋଗ ଆସିଛି । ଏପରି ଅନେକ ଅଭିଯୋଗ ଆସିଲା ପରେ ତତ୍ପର ହୋଇଉଠିଛି ପ୍ରଶାସନ। ସେପଟେ କଟିଥିବା ଟଙ୍କାକୁ ହିତାଧିକାରୀଙ୍କ ଖାତାକୁ ଟ୍ରାନ୍‌ସଫର କରାଯାଇଛି ବୋଲି ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ କମିଟିର ଆବାହକ କହିଛନ୍ତି।

ବିଭିନ୍ନ ଜିଲ୍ଲାରେ କାଳିଆ ଯୋଜନାର ଟଙ୍କା କଟିବା ଅଭିଯୋଗ ଆସିବା ବ୍ୟାଙ୍କର୍ସ କମିଟିର ଆବାହକ କେସି ଦାସ ନିଜର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଏଣିକି ଆଉ କୌଣସି କାଳିଆ ହିତାଧିକାରୀଙ୍କ ଆକାଉଣ୍ଟରୁ ଟଙ୍କା କଟା ଯିବ ନାହିଁ। ଯେଉଁମାନଙ୍କର ଟଙ୍କା କଟିଥିଲା ତାହାକୁ ଫେରସ୍ତ କରାଯାଇଛି। ପୂର୍ବରୁ ବ୍ୟାଙ୍କରେ ହିତାଧିକାରୀଙ୍କ ଋଣ ଥିଲେ ସୁଦ୍ଧା ତାହାର କିସ୍ତି ବା ସୁଧ ହିସାବରେ ଟଙ୍କାଟିଏ କଟିବ ନାହିଁ ।

ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରାୟ 99 ପ୍ରତିଶତ କାଳିଆ ହିତାଧିକାରୀଙ୍କ ଆକାଉଣ୍ଟକୁ ଟଙ୍କା ପଠାଯାଇଛି। ଆଉ ପୂର୍ବରୁ ଯେଉଁମାନଙ୍କ ଟଙ୍କା କଟିଥିଲା, ତାହା ସେମାନଙ୍କ ଅନୁମତି କ୍ରମେ ହୋଇଥିବା ଦାସ ସୂଚନା ଦେଇଛନ୍ତି । ଅନ୍ୟପଟେ ଅର୍ଥମନ୍ତ୍ରୀ ଶଶିଭୁଷଣ ବେହେରା କହିଛନ୍ତି, କାଳିଆ ଟଙ୍କା ଚାଷୀର ବିକାଶ ପାଇଁ । ଯଦି କୌଣସି ବ୍ୟାଙ୍କ ବିନାନୁମତିରେ ଆକାଉଣ୍ଟରୁ ଟଙ୍କା କାଟେ ତେବେ ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ। ପୂର୍ବରୁ ଏବାବଦରେ ବ୍ୟାଙ୍କ ସହ ଆଲୋଚନା କରାଯାଇଥିବା ସେ କହିଛନ୍ତି।

ଭୁବନେଶ୍ୱରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

undefined

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.