ବ୍ରହ୍ମପୁର:ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଅଞ୍ଚଳରେ ଯୁବକଙ୍କୁ ପିଟିପିଟି ହତ୍ୟା । ଘଟଣାସ୍ଥଳରେ ପହଞ୍ଚି ପୋଲିସ ତଦନ୍ତ କରୁଛି । ମୃତ ଯୁବକ ଜଣଙ୍କ ରାମଚନ୍ଦ୍ରପୁର ଗାଁର ଶଙ୍କର ପାହାନ ବୋଲି ଜଣାପଡିଛି ।
ଗୁରୁବାର ବିଳମ୍ବିତ ରାତିରେ କେଶପୁର ନିକଟସ୍ଥ ନାରାୟଣୀ ପେଟ୍ରୋଲ ପମ୍ପ ପାଖରେ କିଛି ଦୁବୁର୍ତ୍ତ ଶଙ୍କରଙ୍କୁ ଅତ୍ୟନ୍ତ ନିର୍ମମ ଭାବେ କାଠ ଫାଳିଆ ଓ ଇଟାରେ ପିଟିପିଟି ହତ୍ୟା କରି ଫୋରର ହୋଇଯାଇଛନ୍ତି ।
ଗତ କିଛି ମାସ ଧରି ଖଲ୍ଲିକୋଟ ଏକ ପ୍ରକାର ଅଶାନ୍ତ ହୋଇପଡିଛି । ଏଠାରେ ଧିରେ ଧିରେ ଅପରାଧି ମାନେ ସକ୍ରିୟ ହୋଇପଡିଥିବା ନେଇ ବିଭିନ୍ନ ଘଟଣାକୁ ଅନୁଧ୍ୟାନ କଲେ ଜଣାପଡୁଛି ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ