ETV Bharat / state

କମାଲ କଲେ ଓଡିଆ ଝିଅ ମଧୁସ୍ମିତା, କିଲିମାଞ୍ଜରୋରେ ଉଡାଇଲେ ତ୍ରିରଙ୍ଗା

author img

By

Published : Feb 17, 2023, 9:15 AM IST

ଆଫ୍ରିକା ମହାଦେଶର ୫ହଜାର ୮୯୫ମିଟର ଉଚ୍ଚତ୍ତମ ଶୃଙ୍ଗ କିଲିମାଞ୍ଜରୋକୁ ସଫଳତାର ସହ ଆରୋହଣ କରି ଉଡାଇଲେ ତ୍ରିରଙ୍ଗା । ଅଧିକ ପଢ଼ନ୍ତୁ

କିଲିମାଞ୍ଜରୋ ରେ ଉଡାଇଲେ ତ୍ରିରଙ୍ଗା
କିଲିମାଞ୍ଜରୋ ରେ ଉଡାଇଲେ ତ୍ରିରଙ୍ଗା

ବ୍ରହ୍ମପୁର: କମାଲ କରି ଦେଖାଇଲେ ଓଡି଼ଆ ଝିଅ ମଧୁସ୍ମିତା ପାତ୍ର । ଆଫ୍ରିକା ମହାଦେଶର ୫ହଜାର ୮୯୫ମିଟର ଉଚ୍ଚତ୍ତମ ଶୃଙ୍ଗ କିଲିମାଞ୍ଜରୋକୁ ସଫଳତାର ସହ ଆରୋହଣ ଉଡାଇଲେ ତ୍ରିରଙ୍ଗା । ବ୍ରହ୍ମପୁର ସହର ଗୋସାଣି ନୂଆଗାଁ ନିବାସୀ ମଧୁସ୍ମିତା ପାତ୍ର ଗତ ୧୨ ତାରିଖ ଦିନ ସକାଳ ୭.୦୫ରେ ଏଭଳି ଉଚ୍ଚତମ ଶୃଙ୍ଗ କିଲିମାଞ୍ଜରୋକୁ ସଫଳତାର ସହ ଆରୋହଣ କରିବାରେ ସଫଳ ହୋଇଥିଲେ ।

କମାଲ କରି ଦେଖାଇଲେ ମଧୁସ୍ମିତା
କମାଲ କରି ଦେଖାଇଲେ ମଧୁସ୍ମିତା

ସୂଚନା ଅନୁଯାୟୀ, ମଧୁସ୍ମିତା ଜଣେ ତାଲିମପ୍ରାପ୍ତ ପର୍ବତାରୋହୀ ହୋଇଥିବା ବେଳେ ସେ ୨୦୨୨ରେ ଭାରତ ସରକାରଙ୍କ ଦ୍ୱାରା ପରିଚାଳିତ ହିମାଳୟ ପର୍ବତରୋହଣ ସଂସ୍ଥା (HMI) ଶିକ୍ଷାନୁଷ୍ଠାନରୁ ଶିକ୍ଷା ଲାଭ କରିଛନ୍ତି । ପରବର୍ତ୍ତୀ ସମୟରେ ସେ ମାଉଣ୍ଟ ରେନକ, ଚାଦର, କେଦାରକଣ୍ଟ ଆଦି ଆରୋହଣ କରିଥିଲେ । ଏହାପରେ ଏଭଳି ସଫଳତାକୁ ନେଇ ମଧୁସ୍ମିତା ଏବଂ ତାଙ୍କ ପରିବାରବର୍ଗ ବେଶ ଖୁସି ଅନୁଭବ କରିଛନ୍ତି ।

ସୁଶ୍ରୀ ପାତ୍ର ଚଳିତମାସର ୧୦ ତାରିଖରେ କିଲିମାଞ୍ଜରୋ ପାଦଦେଶ ମରାଙ୍ଗୁ ଫାଟକ ଦେଇ କିଲିମାଞ୍ଜାରୋ ଆରୋହଣରେ ବାହାରିଥିଲେ । ପ୍ରତ୍ୟେକଦିନ ପ୍ରାୟ ୫ ର ୭ ଘଣ୍ଟା ପାହାଡ ଚଢି, କ୍ୟାମ ଗୁଡିକରେ ରାତ୍ରିଯାପନ କରି ଶେଷରେ ଫେବୃୟାରୀ ୧୨ରେ ମଧୁସ୍ମିତା ବେସକ୍ୟାମ୍ପରେ ପହଞ୍ଚିଥିଲେ । ସେଠାରେ କିଛି ଘଣ୍ଟା ବିଶ୍ରାମ ନେବା ପରେ ରାତ୍ର ୧୨ଟା ସମୟରେ ନିଜ ଗାଇଡ଼ ସହ ସେ କିଲିମାଞ୍ଜରୋର ଅନ୍ତିମ ଆରୋହଣରେ ବାହାରିଥିଲେ ।

ସେଠାକାର ରାତ୍ର ସମୟରେ ତାପମାତ୍ରା ହ୍ରାସ ପାଉଥିବା ବେଳେ ଅଲଟ୍ଟୀଟ୍ୟୁଟ ପ୍ରେସର ପର୍ବତାରୋହୀଙ୍କ ଉପରେ ପ୍ରଭାବ ପକାଇଥାଏ । ଯାହା ଫଳରେ ଚାଲିବାର ବେଗ ବହୁତ କମିଯାଇଥାଏ । ଏପରିକି ପର୍ବତରୋହିଙ୍କୁ କ୍ଲାନ୍ତ ଅନୁଭବ କରାଇଥାଏ । ଏହାର ପ୍ରଭାବରେ ମଧୁସ୍ମିତା ମଧ୍ୟ ସାମାନ୍ୟ କ୍ଲାନ୍ତ ଅନୁଭବ କରିଥିଲେ । କିନ୍ତୁ ମଧୁସ୍ମିତା ଏଠାରେ ହାର ନମାନି ଗାଇଡ଼ ସହ ଆଗକୁ ଆଗକୁ ବଢି ଚାଲିଥିଲେ । ଯାହାକି ଫେବୃୟାରୀ ୧୩ ତାରିଖ ସକାଳ ୭.୦୫ ସମୟରେ ମଦୁସ୍ମିତା କିଲିମାଞ୍ଜରୋ ଶିଖରରେ,ଯାହା ଉହୁରୁ ପିକ୍ ଭାବେ ପରିଚିତ ତାହାରି ନିକଟରେ ପହଞ୍ଚି ଦେଶର ଜାତୀୟ ପତକାକୁ ଉଡାଇ ଥିଲେ ।

ବେଶ କିଛି ସମୟ ଶିଖରରେ ରହିବା ପରେ ପୁନର୍ବାର ବେସକ୍ୟାମ୍ପ ଦେଇ ତଳକୁ ଓହ୍ଲାଇ ଆସିଥିଲେ । ବ୍ରହ୍ମପୁରର ଝିଅ ମଧୁସ୍ମିତା ପାତ୍ର ପୂର୍ବତନ ବାୟୁସେନା ଅଧିକାରୀ ପ୍ରେମାନନ୍ଦ ପାତ୍ର ଓ ମାତା ପୁଷ୍ପାଞ୍ଜଳି ପାତ୍ରଙ୍କ କନିଷ୍ଠ କନ୍ୟା । ସେ ବର୍ତ୍ତମାନ କମ୍ପ୍ୟୁଟର ଇଞ୍ଜିନିୟର ଭାବେ ଟିସିଏସ୍ କମ୍ପାନୀ ଚେନ୍ନାଇରେ କାର୍ଯ୍ୟ କରୁଛନ୍ତି । ଆଗାମୀ ଦିନରେ ସୁଶ୍ରୀ ପାତ୍ର ଅନ୍ୟ ମହାଦେଶର ଉଚ୍ଚତମ ପାହାଡ ଏବଂ ବିଶ୍ୱର ଉଚ୍ଚତମ ଶୃଙ୍ଗ ମାଉଣ୍ଟ ଏଭରେଷ୍ଟ ଆରୋହଣ ଲକ୍ଷ୍ୟ ରଖିଛନ୍ତି ।

ଇଟିଭି ଭାରତ ବ୍ରହ୍ମପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.