ETV Bharat / state

ମା’ ଦୁର୍ଗାଙ୍କ ଅଧା ଇଞ୍ଚ ବିଶିଷ୍ଟ କ୍ଷୁଦ୍ର ପ୍ରତିମା କରି ବିଶ୍ବ ରେକର୍ଡ ହାତେଇଲେ ଯୁବଶିଳ୍ପୀ ଦିଲୀପ - berhampur news update

ଅଧା ଇଞ୍ଚ ଉଚ୍ଚତାର ମା’ ଦୁର୍ଗାଙ୍କ ପ୍ରତିମା ପ୍ରସ୍ତୁତ କରି ବିଶ୍ବ ରେକର୍ଡରେ ସ୍ଥାନ ପାଇଲେ ବ୍ରହ୍ମପୁରର ଯୁବଶିଳ୍ପୀ ଦିଲୀପ । ଅଧିକ ପଢନ୍ତୁ...

ବିଶ୍ବ ରେକର୍ଡରେ ସ୍ଥାନ ପାଇଲେ ଯୁବଶିଳ୍ପୀ ଦିଲ୍ଲୀପ, ପ୍ରସ୍ତୁତ କରିଛନ୍ତି ମା’ ଦୁର୍ଗାଙ୍କର କ୍ଷୁଦ୍ରତମ ପ୍ରତିମା

author img

By

Published : Nov 7, 2021, 7:40 AM IST

ବ୍ରହ୍ମପୁର: ମାତ୍ର ଅଧା ଇଞ୍ଚ ଉଚ୍ଚତା ବିଶିଷ୍ଟ ମା’ ଦୁର୍ଗାଙ୍କର କ୍ଷୁଦ୍ରତମ ପ୍ରତିମା ପ୍ରସ୍ତୁତ କରି ୱାର୍ଲଡ ରେକର୍ଡରେ ସ୍ଥାନ ପାଇଛନ୍ତି ବ୍ରହ୍ମପୁରର ଯୁବଶିଳ୍ପୀ ଦିଲୀପ । ସହରର ଯୁବ କ୍ଷୁଦ୍ରକାଷ୍ଟ ଶିଳ୍ପୀ ଦିଲୀପ ମହାରଣାଙ୍କ ଦ୍ବାରା ପ୍ରସ୍ତୁତ କରାଯାଇଥିବା ମା’ଦୁର୍ଗାଙ୍କ କ୍ଷୁଦ୍ରତମ ପ୍ରତିମୂର୍ତ୍ତି ବିଶ୍ବ ରେକର୍ଡରେ ସ୍ଥାନ ପାଇଛି । ନିଜର କଳା ମାଧ୍ୟମରେ ପୁଣି ଥରେ ବ୍ରହ୍ମପୁର ସମେତ ସାରା ରାଜ୍ୟକୁ ଗୌରବାନ୍ବିତ କରିଛନ୍ତି ଦିଲ୍ଲୀପ ।

ମାତ୍ର 18 ବର୍ଷ ବୟସ୍କ ଦିଲ୍ଲୀପ ନିଜର କଳାକୃତି ପାଇଁ ବର୍ତ୍ତମାନ ସୁଧା ୩ଟି ଇଣ୍ଡିଆ ବୁକ ଅଫ ରେକର୍ଡ୍ସ , ୨ଟି ଏସିଆ ବୁକ ଅଫ ରେକର୍ଡ୍ସରେ ପୂର୍ବରୁ ସ୍ଥାନ ପାଇ ସାରିଥିବାବେଳେ ବର୍ତ୍ତମାନ ନିଜକୁ ବିଶ୍ୱ ରେକର୍ଡ୍ସରେ ସ୍ଥାନିତ ହେବାର ଗୌରବ ହାସଲ କରିଛି । ଦଶହରା ସମୟରେ ଦିଲ୍ଲୀପ ମା’ଙ୍କର ଏହି କ୍ଷୁଦ୍ର ପ୍ରତିମା ନିର୍ମାଣ କରିଥିଲେ । ଏହି ମୂର୍ତ୍ତିର ଆକାର ମାତ୍ର ଅଧା ଇଞ୍ଚ ବିଶିଷ୍ଠ କାଠରେ ପ୍ରସ୍ତୁତ ହୋଇଛି । ମା’ ଦୁର୍ଗାଙ୍କ ଅବିକଳ ଏହି ମୂର୍ତ୍ତିକୁ ସମ୍ପୁର୍ଣ୍ଣ ଗମ୍ଭାରୀ କାଠରେ ପ୍ରସ୍ତୁତ କରିବା ସହ ମା’ ଦଶଭୁଜାଙ୍କୁ ଅସ୍ତ୍ରଶସ୍ତ୍ରରେ ସୁସଜିତ କରିଛନ୍ତି ଦିଲ୍ଲୀପ ।

ବିଶ୍ବ ରେକର୍ଡରେ ସ୍ଥାନ ପାଇଲେ ଯୁବଶିଳ୍ପୀ ଦିଲ୍ଲୀପ, ପ୍ରସ୍ତୁତ କରିଛନ୍ତି ମା’ ଦୁର୍ଗାଙ୍କର କ୍ଷୁଦ୍ରତମ ପ୍ରତିମା
ବିଶ୍ବ ରେକର୍ଡରେ ସ୍ଥାନ ପାଇଲେ ଯୁବଶିଳ୍ପୀ ଦିଲ୍ଲୀପ, ପ୍ରସ୍ତୁତ କରିଛନ୍ତି ମା’ ଦୁର୍ଗାଙ୍କର କ୍ଷୁଦ୍ରତମ ପ୍ରତିମା
ବିଶ୍ବ ରେକର୍ଡରେ ସ୍ଥାନ ପାଇଲେ ଯୁବଶିଳ୍ପୀ ଦିଲ୍ଲୀପ, ପ୍ରସ୍ତୁତ କରିଛନ୍ତି ମା’ ଦୁର୍ଗାଙ୍କର କ୍ଷୁଦ୍ରତମ ପ୍ରତିମା
ବିଶ୍ବ ରେକର୍ଡରେ ସ୍ଥାନ ପାଇଲେ ଯୁବଶିଳ୍ପୀ ଦିଲ୍ଲୀପ, ପ୍ରସ୍ତୁତ କରିଛନ୍ତି ମା’ ଦୁର୍ଗାଙ୍କର କ୍ଷୁଦ୍ରତମ ପ୍ରତିମା

ସେହିପରି ନିଜ ବାହନ ସିଂହ ଉପରେ ବିରାଜମାନ କରି ମା’ ଦୁର୍ଗା ତ୍ରୀଶୂଳରେ ମହିଷାସୁରକୁ ବଦ୍ଧ କରିଥିବା ଏହି କ୍ଷୁଦ୍ର ପ୍ରତିମାକୁ ଦେଖିଲେ ଏକ ବିସ୍ମୟ ଭଳି ଅନୁଭବ ହେଉଛି । ଦିଲ୍ଲୀପଙ୍କ ଏଭଳି ଏକ ସଫଳତା ପାଇଁ ବାପା ଭଗବାନ ମହାରଣା ଏବଂ ମା ଝୁନୁ ମହାରଣାଙ୍କ ସମେତ ପରିବାର ବର୍ଗ ବେଶ ଖୁସି । ସେହିପରି ଏପରି ସଫଳତା ପରେ ସ୍ଥାନୀୟ ଅଞ୍ଚଳରୁ ମଧ୍ୟ ଦିଲ୍ଲୀପଙ୍କୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.