ETV Bharat / state

ଠିକାସଂସ୍ଥାକୁ ବିରୋଧ କରି ଉପଜିଲ୍ଲାପାଳଙ୍କୁ ଦାବିପତ୍ର ଦେଲେ ମୀନା ଟ୍ରଷ୍ଟର ମହିଳା କର୍ମଚାରୀ

ବ୍ରହ୍ମପୁରରେ ଠିକାସଂସ୍ଥାକୁ ବିରୋଧ କରି ଉପଜିଲ୍ଲାପାଳଙ୍କୁ ଭେଟି ଦାବିପତ୍ର ପ୍ରଦାନ କଲେ ମୀନା ଟ୍ରଷ୍ଟର ମହିଲା କର୍ମଚାରୀ ।

author img

By

Published : Jun 26, 2019, 7:20 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ବ୍ରହ୍ମପୁର

ବ୍ରହ୍ମପୁର: ବୁଧବାର ଜିଲ୍ଲା ପ୍ରଶାସନର ଦ୍ବାରସ୍ଥ ହୋଇଛନ୍ତି ମୀନା ଟ୍ରଷ୍ଟରେ କାର୍ଯ୍ୟରତ ମହିଳା କର୍ମଚାରୀ । ରାଜ୍ୟ ସରକାରଙ୍କ ମିଡ-ଡେ ମିଲ ଏବଂ ଆହାର ଯୋଜନାରେ ରନ୍ଧା ଖାଦ୍ୟ ଯୋଗାଇବାରେ ସହଯୋଗ କରିବା ପାଇଁ ବ୍ରହ୍ମପୁର ସହରରେ ଏହାର ପରିଚାଳନା ଦାୟିତ୍ବ ନେଇଥିଲା ମୀନା ଟ୍ରଷ୍ଟ । ହେଲେ ଗତ ୧୧ ବର୍ଷ ଧରି ଏହି ମହିଳା ଶ୍ରମିକ ମାନେ ନିରବଚ୍ଛିନ୍ନ ଭାବରେ କାର୍ଯ୍ୟରତ ହୋଇ ସେବା ଯୋଗାଇ ଆସୁଥିବା ବେଳେ ଅନ୍ୟ ଏକ ଠିକା ସଂସ୍ଥାକୁ ଏମାନଙ୍କ ଦାୟିତ୍ବ ପ୍ରଦାନ କରିବାକୁ ଯୋଜନା ଚାଲିଥିବା ବେଳେ ଏହାକୁ ବିରୋଧ କରିଛନ୍ତି ମହିଳା କର୍ମଚାରୀମାନେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବ୍ରହ୍ମପୁର

ଏନେଇ ସେମାନେ ଜିଲ୍ଲା ଶ୍ରମ ବିଭାଗକୁ ଅବଗତ କରାଇବା ପରେ ଶେଷରେ ବ୍ରହ୍ମପୁର ଉପଜିଲ୍ଲାପାଳଙ୍କୁ ସାକ୍ଷାତ କରି ଘଟଣା ସମ୍ପର୍କରେ ଏକ ଲିଖିତ ପତ୍ର ପ୍ରଦାନ କରିଛନ୍ତି । ଗତ କିଛି ବର୍ଷ ପୁର୍ବରୁ ଏଭଳି ଠିକା ସଂସ୍ଥାକୁ ଦାୟିତ୍ବ ପ୍ରଦାନ କରାଯାଇ ସେମାନେ ନାନା ହଇରାଣ ହରକତ ହୋଇଥିବାର ନଜର ରହିଥିବା ବେଳେ ଶେଷରେ ଜିଲ୍ଲା ପ୍ରଶାସନ ହସ୍ତକ୍ଷେପ କରି ଏହାର ସମାଧାନ କରିଥିଲା ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

Intro:ରାଜ୍ୟ ସରକାରଙ୍କ ମିଡ ଡେ ମିଲ ଏବଂ ଆହାର ଯୋଜନାରେ ରନ୍ଦାଖାଦ୍ୟ ଯୋଗାଇବାରେ ସହଯୋଗ କରିବା ପାଇଁ ବ୍ରହ୍ମପୁର ସହରରେ ଏହାର ପରିଚାଳନା ଦାୟିତ୍ୱ ନେଇଥିବା ମୀନା ଟ୍ରଷ୍ଟରେ କାର୍ଯ୍ୟରତ ମହିଳା ଜିଲ୍ଲା ପ୍ରଶାସନ ର ଦ୍ବାରସ୍ଥ ହୋଇଥିବା ଦେଖାଯାଇଛି । ଗତ ୧୧ ବର୍ଷ ଧରି ଏହି ମହିଳା ଶ୍ରମିକ ମାନେ ନିରବଚ୍ଛିନ୍ନ ଭାବରେ କାର୍ଯ୍ୟରତ ହୋଇ ସେବା ଯୋଗାଇ ଆସୁଥିବା ବେଳେ ଏଠାରେ କାର୍ଯ୍ୟରତ ଥିବା ମହିଳା ମାନଙ୍କୁ ଅନ୍ୟ ଏକ ଠିକା ସ°ସ୍ଥା କୁ ଦାୟିତ୍ୱ ପ୍ରଦାନ କରିବାକୁ ଯୋଜନା ଚାଲିଥିବା ବେଳେ ଏହାକୁ ବିରୋଧ କରିଛନ୍ତି ମହିଳା ମାନେ । ଏନେଇ ସେମାନେ ଜିଲ୍ଲା ଶ୍ରମ ବିଭାଗକୁ ଅବଗତ କରାଇବା ପରେ ଶେଷରେ ବ୍ରହ୍ମପୁର ଉପଜିଲ୍ଲାପାଳ ଙ୍କୁ ସାକ୍ଷାତ କରି ଘଟଣା ସ°ପର୍କରେ ଏକ ଲିଖିତପତ୍ର ପ୍ରଦାନ କରାଯାଇଛି । ଗତ କିଛି ବର୍ଷ ପୁର୍ବରୁ ଏଭଳି ଠିକା ସ°ସ୍ଥାକୁ ଦାୟିତ୍ୱ ପ୍ରଦାନ କରାଯାଇ ସେମାନେ ନାନା ହଇରାଣ ହରକତ ହୋଇଥିବାର ନଜର ରହିଥିବା ବେଳେ ଶେଷରେ ଜିଲ୍ଲାପ୍ରଶାସନ ହସ୍ତକ୍ଷେପ କରି ଏହାର ସମାଧାନ ହୋଇଥିଲା। ବାଇଟ୍-ମଞ୍ଜୁଶ୍ରୀ ମହାରଣା(ମହିଳା କର୍ମଚାରୀ, ମାନା ଟ୍ରଷ୍ଟ) ବାଇଟ୍-ମମତା ମହାପାତ୍ର(ମହିଳା କର୍ମଚାରୀ, ମାନା ଟ୍ରଷ୍ଟ)

Body:ବ୍ରହ୍ମପୁର ରୁ ସମୀର ଆଚାର୍ଯ୍ୟ ଇଟିଭି ଭାରତ

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.