ETV Bharat / state

ଭଡା ଘରୁ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ଆତ୍ମହତ୍ୟା ସନ୍ଦେହ

ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ଅନ୍ତର୍ଗତ ଲଣ୍ଡେଇ ସାହି ୟୁନିଟ-୩ରେ ଭଡ଼ା ଘରୁ ଜଣେ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ପୋଲିସର ତଦନ୍ତ ଜାରି । ଅଧିକ ପଢନ୍ତୁ...

ଭଡା ଘରୁ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ଭଡା ଘରୁ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
author img

By

Published : Jun 25, 2021, 8:38 AM IST

ଗଞ୍ଜାମ: ଘର ଭିତରୁ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ଗ୍ରାମ୍ୟ ଉନ୍ନୟନ ବିଭାଗ ଡିଭିଜନ-୧ରେ କନିଷ୍ଠ ଯନ୍ତ୍ରୀ ଭାବରେ କାର୍ଯ୍ୟରତ ଥିବା ଜେ.ଅନିତା(34)ଙ୍କ ମୃତଦେହ ଉଦ୍ଧାର ହୋଇଛି । ପୋଲିସ ମୃତଦେହ ଉଦ୍ଧାର କରିବା ସହିତ ଘଟଣାର ତଦନ୍ତ ଆରମ୍ଭ କରିଛି ।

ଭଡା ଘରୁ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ଅନ୍ତର୍ଗତ ଲଣ୍ଡେଇ ସାହି ୟୁନିଟ-୩ରେ ଭଡ଼ା ଘରେ ରହି ଆସୁଥିଲେ ଅନିତା । ସେ ଗତ ମାର୍ଚ୍ଚମାସରୁ ସେହି ଘରେ ରହି ଆସୁଥିଲେ । ମଙ୍ଗଳବାର ସେ ଘରକୁ ଫେରିବା ପରେ ତାଙ୍କୁ କେହି ଦେଖିନଥିବା କହିଛନ୍ତି ପଡୋଶୀ । ବୁଧବାର ତାଙ୍କ ଘରୁ ଦୁର୍ଗନ୍ଧ ବାହାରିବାରୁ ପଡୋଶୀଙ୍କ ସନ୍ଦେହ ହୋଇଥିଲା । ଏହାପରେ ପୋଲିସକୁ ଖବର ଦେଇଥିଲେ ପଡୋଶୀ ।

ଖବର ପାଇ ପୋଲିସ ଟିମ ମାଜିଷ୍ଟ୍ରେଟ ବିକାଶ କୁମାର ଭୋଇଙ୍କ ଉପସ୍ଥିତିରେ ଘରର କବାଟକୁ ତଡା ଯାଇଥିଲା । ଏହା ପରେ ଘର ଭିତରୁ ମହିଳାଙ୍କ ମୃତଦେହକୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଥିଲା । ଏହା ସହ ଅନିତାଙ୍କ ଘରେ ତାଙ୍କ ଜିନିଷ ପତ୍ର ଏଣେତେଣେ ବିଛାଡି ହୋଇପଡିଥିଲା । ଏହା ଆତ୍ମହତ୍ୟା କି ହତ୍ୟା ତାହା ସ୍ପଷ୍ଟ ହୋଇନାହିଁ ।

ଦିଗପହଣ୍ଡି ନିକଟ ପଦ୍ମନାଭପୁର ଗାଁରେ ଅନିତାଙ୍କ ନିଜ ଘର । ଚାକିରି ପାଇଁ ସେ ଭଞ୍ଜନଗରରେ ରହୁଥିଲେ । ବ୍ରହ୍ମପୁର କାର୍ଯ୍ୟାଳୟକୁ ଅନିତାଙ୍କର ବଦଳି ହୋଇ ଯାଇଥିଲେ ମଧ୍ୟ ଏଠାରେ ତାଙ୍କଠାରୁ କେହି ଦାୟିତ୍ବ ଗ୍ରହଣ କରୁ ନଥିଲେ । ଦିନରାତି ଅଧିକ ଅଫିସ କାର୍ଯ୍ୟକୁ ନେଇ ଉପରିସ୍ଥ ଅଧିକାରୀ ତାଙ୍କୁ ମାନସିକ ନିର୍ଯ୍ୟାତନା ଦେଇ ଆସୁଥିବା ଯୋଗୁଁ ସେ ସବୁବେଳେ ଚାପରେ ରହୁଥିବା ଅଭିଯୋଗ ଆଣିଛନ୍ତି ପରିବାର ଲୋକ ।

ଶେଷ ଥର ପାଇଁ ଅନିତା ତାଙ୍କ ପରିବାର ସହିତ ଗତ 21 ତାରିଖରେ କଥା ହୋଇଥିଲେ । ପୋଲିସ ଘଟଣାର ତଦନ୍ତ କରିବା ସହିତ ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ କରି ମୃତଦେହ ବ୍ୟବଚ୍ଛେଦ ପାଇଁ ଭଞ୍ଜନଗରକୁ ପଠାଇଛି ।

ଭଞ୍ଜନଗରରୁ ରଞ୍ଜନ ସ୍ୱାଇଁ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.