ETV Bharat / state

ବିପଦରେ ବନ୍ୟଜନ୍ତୁ: ଯାତ୍ରା ପେଣ୍ଡାଲରେ ବିଷଧର ସାପଙ୍କ ସହ ଷ୍ଟଣ୍ଟ - ବ୍ରହ୍ମପୁର ଲାଟେଷ୍ଟ ନ୍ୟୁଜ୍‌

ଅସୁରକ୍ଷିତ ବନ୍ୟଜନ୍ତୁ । ଭରପୁର ଜନଗହଳି ମଧ୍ୟରେ ବିଷଧର ସାପ ସହ ଖେଳ । ଅର୍ଥାତ ଯାତ୍ରା ପେଣ୍ଡାଳରେ ସାପ ସହ ନୃତ୍ୟ ପରିବେଷଣ ରୋଜଗାର କରାଯାଉଛି । ଅଧିକ ପଢନ୍ତୁ..

wild animal in danger, berhampur latest news, snake stunt show in berhampur, ବ୍ରହ୍ମପୁରରେ ସାପ ସହ ଷ୍ଟଣ୍ଟ, ବ୍ରହ୍ମପୁର ଲାଟେଷ୍ଟ ନ୍ୟୁଜ୍‌, ବିପଦରେ ବନ୍ୟଜନ୍ତୁ
ବିପଦରେ ବନ୍ୟଜନ୍ତୁ; ଯାତ୍ରା ପେଣ୍ଡାଲରେ ବିଷଧର ସାପଙ୍କ ସହ ଷ୍ଟଣ୍ଟ
author img

By

Published : Mar 12, 2020, 4:24 AM IST

Updated : Mar 12, 2020, 2:23 PM IST

ବ୍ରହ୍ମପୁର: ବିପଦରେ ବନ୍ୟଜନ୍ତୁଙ୍କ ଜୀବନ । ଦିନକୁ ଦିନ ମଣିଷର ମନୋରଞ୍ଜନ ପାଇଁ ବ୍ୟବହାର ହୋଇ ଅସୁରକ୍ଷିତ ହେବାରେ ଲାଗିଛନ୍ତି ଏହି ବନ୍ୟଜନ୍ତୁ । ଗଞ୍ଜାମ ଜିଲ୍ଲାରେ ଦୋଳ ପୂର୍ଣ୍ଣିମା ଓ ହୋଲି ଅବସରରେ ଦେଖିବାକୁ ମିଳିଛି ଏହାର ଏକ ନଜିର । ବିଭିନ୍ନ ସ୍ଥାନରେ ଆୟୋଜିତ ହୋଇଥିବା ଯାତ୍ରା ସମୟରେ ଦେଖିବାକୁ ମିଳିଥିଲା ବିଷଧର ସାପ ସହ ବିପଦପୂର୍ଣ୍ଣ ଷ୍ଟଣ୍ଟର ଦୃଶ୍ୟ । ଯାହା ଏବେ ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି ।

ବିପଦରେ ବନ୍ୟଜନ୍ତୁ; ଯାତ୍ରା ପେଣ୍ଡାଲରେ ବିଷଧର ସାପଙ୍କ ସହ ଷ୍ଟଣ୍ଟ

ଯାତ୍ରା ପାର୍ଟିରେ ଏହି ବନ୍ୟଜନ୍ତୁ କେଉଁଠୁ ଆସିଲା ତାହାକୁ ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିବାବେଳେ ବନବିଭାଗ ଏନେଇ ଇଟିଭି ଭାରତ ଦ୍ବାରା ଅବଗତ ହୋଇଥିବା ଜଣାପଡିଛି ।

ସେପଟେ ବିଷଧର ସାପକୁ ନେଇ ରଖିବା ଏବଂ ସର୍ବସମ୍ମୁଖରେ ଏହାକୁ ନେଇ ବିପଦପୂର୍ଣ୍ଣ ଷ୍ଟଣ୍ଟ ପ୍ରଦର୍ଶନ କରିବା, ବନ୍ୟଜନ୍ତୁ ସଂରକ୍ଷଣ ଆଇନ-1972ର ଖୋଲାଖୋଲି ଉଲ୍ଲଙ୍ଘନ ବୋଲି ଅଭିଯୋଗ ହୋଇଛି ।

କିନ୍ତୁ ଜିଲ୍ଲାରେ କଳାକାରମାନେ ବନ୍ୟଜନ୍ତୁଙ୍କ ସହ ଖେଳି ଟଙ୍କା ଆଦାୟ କରୁଥିବାବେଳେ ବନ ବିଭାଗର ପାରିବା ପଣିଆ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ଅନ୍ୟପଟେ ଯାତ୍ରା ଜରିଆରେ ଏହାକୁ ଦର୍ଶକମାନେ ଦେଖି ମନୋରଞ୍ଜନ କରୁଛନ୍ତି କିନ୍ତୁ ଉପସ୍ଥିତ ଦର୍ଶକମାନଙ୍କ ଜୀବନ ପ୍ରତି ଏହା ବିପଦ ସୃଷ୍ଟି କରୁଛି । ବାରମ୍ବାର ଜିଲ୍ଲାରେ ସମାନ ଘଟଣା ଘଟୁଥିବା ବେଳେ ସମ୍ପୃକ୍ତ ବିଭାଗ ସେପରି ଆଖି ଦୃଶିଆ ପଦକ୍ଷେପ ଗ୍ରହଣ କରିନାହିଁ ।

ଏନେଇ ଇଟିଭି ଭାରତ ଟିମ୍‌ ଦ୍ବାରା ଖବର ପାଇବା ପରେ ଆଗାମୀ ଦିନରେ ଏଭଳି ଘଟଣାର ପୁନରାବୃତ୍ତି ନହେବା ପାଇଁ ନୋଟିସ ଦିଆଯିବ ବୋଲି ପ୍ରତିକ୍ରିୟାରେ କହିଛନ୍ତି ବ୍ରହ୍ମପୁର ରେଞ୍ଜର ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

Last Updated : Mar 12, 2020, 2:23 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.