ETV Bharat / state

MKCG ଛାତ୍ରଙ୍କୁ ଆକ୍ରମଣ ଘଟଣା, ଭୀମସାର ଛାତ୍ରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି

author img

By

Published : Jul 11, 2023, 9:02 PM IST

ବୁର୍ଲାରେ ଏମକେସିଜି ମେଡିକାଲ ବିଦ୍ୟାର୍ଥୀଙ୍କୁ ଆକ୍ରମଣ ପରେ କଲେଜ ନାମକୁ ନେଇ ଅଶ୍ଳୀଳ ମନ୍ତବ୍ୟ ଦିଆଯାଉଥିବା ଏମକେସିଜି ଛାତ୍ର ସଂସଦ ଅଭିଯୋଗ କରିଛି । ଅଧିକ ପଢ଼ନ୍ତୁ

clash between vimsar and mkcg
ବୁର୍ଲାରେ ଏମକେସିଜି ମେଡିକାଲ ବିଦ୍ୟାର୍ଥୀଙ୍କୁ ଆକ୍ରମଣ ଘଟଣା

ବ୍ରହ୍ମପୁର: ବୁର୍ଲା ଭୀମସାର ମେଡିକାଲ କଲେଜ ଛାତ୍ରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କଲେ ଏମକେସିଜି ମେଡ଼ିକାଲ ଛାତ୍ର । ଇଣ୍ଟର ମେଡି-ଫେଷ୍ଟରେ ଅଂଶ ଗ୍ରହଣ କରିବାକୁ ଯାଇଥିବା ବ୍ରହ୍ମପୁର ଏମକେସିଜି ମେଡ଼ିକାଲ ଛାତ୍ରଛାତ୍ରୀଙ୍କ ଉପରେ ଆକ୍ରମଣ ପରେ କଲେଜ ବିରୋଧରେ ଅଶାଳୀନ ମନ୍ତବ୍ୟ ଦିଆଯାଇଥିବା ଅଭିଯୋଗ ହୋଇଛି । ଏହି ଘଟଣାକୁ ନେଇ ପ୍ରଥମ ଥର ପାଇଁ ଏମକେସିଜି ଛାତ୍ର ମୁହଁ ଖୋଲିଥିବା ବେଳେ ଆକ୍ରମଣ ଘଟାଇଥିବା ଛାତ୍ରଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି ।

ଗତ ଜୁଲାଇ ୪ ତାରିଖରେ ବୁର୍ଲା ସ୍ଥିତ ଭୀମସାର ମେଡ଼ିକାଲ କଲେଜରେ ଆୟୋଜିତ କାର୍ଯ୍ୟକ୍ରମ ଇଣ୍ଟର ମେଡି-ଫେଷ୍ଟରେ ଅଂଶ ଗ୍ରହଣ କରିବାକୁ ବ୍ରହ୍ମପୁର ଏମକେସିିଜି ମେଡ଼ିକାଲର ପ୍ରାୟ ୬୫ ଜଣ ବିଦ୍ୟାର୍ଥୀ ଯାଇଥିଲେ । ସକାଳ ସମୟରେ ସେଠାରେ ପହଞ୍ଚିବା ପରେ ଷ୍ଟେସନରେ ପ୍ରାୟ ଦୁଇ ଘଣ୍ଟା ଧରି ଅପେକ୍ଷା କରିବା ପରେ ବୁର୍ଲା ମେଡିକାଲ କଲେଜରେ ପହଞ୍ଚିଥିଲେ । କୌଣସି ଏକ ଘଟଣାକୁ ନେଇ ଉଭୟ କଲେଜର ଛାତ୍ରଛାତ୍ରୀଙ୍କ ମଧ୍ୟରେ ପାଟିତୁଣ୍ଡ ହେବା ପରେ ଘଟଣାସ୍ଥଳରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା । ଭୀମସାର ଛାତ୍ରଙ୍କ ଆକ୍ରମଣରେ ଏମକେସିଜିର ୬ ଜଣ ଛାତ୍ର ଆହତ ହୋଇଥିଲେ । ଏହାପରେ ଏମକେସିଜି ମେଡିକାଲର ଆଥଲେଟିକ୍ ଟିମ୍ ଫେରି ଆସିଥିଲେ । ଏହି ଛାତ୍ର ସଂଘର୍ଷ ପରେ ଭୀମସାର ନିର୍ଦ୍ଦେଶକ, ଡିନ ଏବଂ ଅନ୍ୟ ପ୍ରମୁଖ ବିଭାଗୀୟ ଅଧିକାରୀଙ୍କୁ ନେଇ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ବସିଥିଲା । ଏହାପରେ ଏମକେସିଜି ମେଡିକାଲର ଅଧ୍ୟକ୍ଷ ମଧ୍ୟ ଭୀମସାର ମେଡିକାଲର ଅଧ୍ୟକ୍ଷ ଓ ନିର୍ଦ୍ଦେଶକଙ୍କ ସହିତ ଆଲୋଚନା କରିଥିଲେ । ମାତ୍ର ଏ ଘଟଣାରେ ସମ୍ପୃକ୍ତ ଥିବା ଛାତ୍ରଙ୍କ ବିରୋଧରେ ଏପର୍ଯ୍ୟନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିବା ଏମକେସିଜି ବିଦ୍ୟାର୍ଥୀ ଅଭିଯୋଗ କରିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ: ଜାତୀୟ ମାନବାଧିକାର କମିଶନରରେ ପହଞ୍ଚିଲା ଭୀମସାରରେ ଏମକେସିଜି ଛାତ୍ରଙ୍କୁ ଆକ୍ରମଣ ଘଟଣା

ଘଟଣା ସମ୍ପର୍କରେ ପ୍ରତିକ୍ରିୟା ଦେଇ ବ୍ରହ୍ମପୁର ଏମକେସିଜି ୟୁଜି ଛାତ୍ର ସଂସଦ ୟୁନିୟନର ସଭାପତି କହିଛନ୍ତି, "ସ୍ବାଗତ କରିବା ଆଳରେ ଭୀମସାର ଛାତ୍ରମାନେ ଆମ ଉପରେ ଆକ୍ରମଣ କରିଥିଲେ । ବସ ଯୋଗେ କ୍ୟାମ୍ପସରେ ପହଞ୍ଚିବା ପରେ ପ୍ରାୟ ୪୦୦ ଜଣ ଛାତ୍ରଛାତ୍ରୀ ଠେଙ୍ଗା ଧରି ଆକ୍ରମଣ କରିବା ସହ ଅଗ୍ନି ନିରାପଦ ଯନ୍ତ୍ରରେ ପାଣି ମାଡ଼ କରିଥିଲେ ଏବଂ ଅଶାଳୀନ ଭାଷାରେ ଗାଳି ଗୁଲଜ କରିଥିଲେ । ଶୃଙ୍ଖଳିତ ଭାବେ ଆମ କ୍ୟାମ୍ପସକୁ ଫେରିଥିଲୁ । ଏହା ସତ୍ତ୍ଵେ ପୁଣିଥରେ ଭିସୁଟ୍ ଅଡ଼ିଟୋରିୟମ୍ ଠାରେ ଆୟୋଜିତ ମେଡି–ଫେଷ୍ଟ ସମାରୋହରେ ଏମକେସିଜି ଡାକ୍ତରୀ ଛାତ୍ରଙ୍କୁ ଗାଳି ଗୁଲଜ କରିବା ସହ ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ଭଳି ମହାନ ବ୍ୟକ୍ତିତ୍ଵଙ୍କ ପ୍ରତି ଘୃଣ୍ୟ ମନ୍ତବ୍ୟ ଦେଇଛନ୍ତି । ଯାହା ଆଦୌ ଗ୍ରହଣୀୟ ନୁହେଁ ।" ଭୀମସାର ଛାତ୍ରଙ୍କ ଏଭଳି କାର୍ଯ୍ୟକଳାପକୁ ଛାତ୍ର ସଂସଦ ନିନ୍ଦା କରିଛି । ଏ ସମ୍ପର୍କରେ ଏମକେସିଜି କର୍ତ୍ତୃପକ୍ଷ ପୋଲିସରେ ଏତଲା ଦିଅନ୍ତୁ ବୋଲି ଦାବି କରିଛନ୍ତି । ଏପରିକି ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକଙ୍କୁ ସାକ୍ଷାତ କରିବେ ବୋଲି ମଧ୍ୟ କହିଛନ୍ତି ।

ଇଟିଭି ଭାରତ, ବ୍ରହ୍ମପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.