ETV Bharat / state

ବିତିଲା ୨୫ ବର୍ଷ: ଅନ୍ଧାରରେ ଛଟପଟ ୩୮ ପରିବାର, କେବେ ପଡିବ ପ୍ରଶାସନର ଦୃଷ୍ଟି - ଭଞ୍ଜନଗର ବିଦ୍ୟୁତ ସମସ୍ୟାକୁ ନେଇ ଭୋଟ ବର୍ଜନ ନିଷ୍ପତି

ବର୍ତ୍ତମାନ ଚାରିଆଡେ ନିର୍ବାଚନ ତାତି । ଗ୍ରାମକୁ ଛୁଟୁଛି ନେତାଙ୍କ ସୁଅ । ଦୀର୍ଘ ୨୫ ବର୍ଷ ହେଲା ଗାଁରେ ସଂଯୋଗ ହୋଇପାରିନାହିଁ ବିଦ୍ୟୁତ । ଏହି ସମସ୍ୟାକୁ ନେଇ ଦୁଇଟି ଗ୍ରାମର ଲୋକେ ଅନ୍ଧକାରରେ ବସବାସ କରୁଛନ୍ତି । ତେବେ ଆଗାମୀ ପଞ୍ଚାୟତ ନିର୍ବାଚନରେ ଭୋଟ ବର୍ଜନ କରିବାକୁ ନିଷ୍ପତ୍ତି ନେଇଛନ୍ତି ଗ୍ରାମବାସୀ l ବିଦ୍ୟୁତ ନାହିଁ ତ ଭୋଟ ନାହିଁ । ଅଧିକ ପଢନ୍ତୁ

voters boycott panchayat election
୨୫ ବର୍ଷ ହେଲା ଅନ୍ଧକାରରେ 2 ଗାଁ, ଗୁହାରି କରି କରି ଥକିଲେଣି ଗ୍ରାମବାସୀ
author img

By

Published : Jan 17, 2022, 9:16 PM IST

Updated : Jan 17, 2022, 9:46 PM IST

ଭଞ୍ଜନଗର: ଆଦିବାସୀଙ୍କ ବିକାଶ ନିମନ୍ତେ ସରକାରଙ୍କ ଯୋଜନା ମାଳ ଆଳ। ହେଲେ ସରକାରଙ୍କ କିଛି ଯୋଜନା ପହଞ୍ଚି ଥିବାବେଳେ ଆଜିବି ଦୀର୍ଘ 25 ବର୍ଷ ହେଲା ଗାଁରେ ପହଞ୍ଚିପାରିନି ବିଦ୍ୟୁତ। ଫଳରେ ଦୁଇଟି ଗ୍ରାମର ଲୋକେ ଆଗାମୀ ପଞ୍ଚାୟତ ନିର୍ବାଚନରେ ଭୋଟ ବର୍ଜନ କରିବାକୁ ନିଷ୍ପତି ନେଇଛନ୍ତି । ଏଭଳି ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ସୋରଡା ବ୍ଲକ ସିଦ୍ଧପୁର ପଞ୍ଚାୟତରେ।

୨୫ ବର୍ଷ ହେଲା ଅନ୍ଧକାରରେ 2 ଗାଁ, ଗୁହାରି କରି କରି ଥକିଲେଣି ଗ୍ରାମବାସୀ

ସିଦ୍ଧପୁର ପଞ୍ଚାୟତର କମଳାଖାଲ,ରଘୁନାଥପୁର ଗ୍ରାମରେ ଆଜକୁ ଦୀର୍ଘ 25 ବର୍ଷ ହେଲା 38 ପରିବାର ବସବାସ କରି ରହିଆସୁଛନ୍ତି । କମଳାଖାଲ ଗ୍ରାମରେ 22 ପରିବାର ମଧ୍ୟରୁ ସରକାରଙ୍କ ତରଫରୁ ଆବାସ ଯୋଜନାରେ 14 ପରିବାରକୁ ଅନ୍ତର୍ଭୁକ୍ତ କରାଯାଇଛି l ସମସ୍ତଙ୍କୁ ରାସନ କାର୍ଡ ଯୋଗାଇ ଦିଆଯାଇଛି l ଗ୍ରାମକୁ କଂକ୍ରିଟ ରାସ୍ତା ହୋଇଛି ପିଇବା ପାଣି ପାଇଁ ନଳକୂପ ଖୋଳାଯାଇଛି l ଖରାଦିନେ ଜଳ କଷ୍ଟ ଦେଖାଦେଉଛି l

କିନ୍ତୁ ଗ୍ରାମକୁ ବିଦ୍ୟୁତ ସଂଯୋଗ ହୋଇନାହିଁ l ସେହିପରି ରଘୁନାଥପୁର ଗ୍ରାମରେ ମଧ୍ୟ 16 ପରିବାର ସରକାରଙ୍କ ସମସ୍ତ ଯୋଜନାର ଲାଭ ଉଠାଉଛନ୍ତି କିନ୍ତୁ ବିଦ୍ୟୁତ ସଂଯୋଗ ହୋଇନାହିଁ l ବିଦ୍ୟୁତ ନଥିବାରୁ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି l ମୋବାଇଲ ଚାର୍ଜ କରିବାକୁ ହେଲେ ନିକଟସ୍ଥ ଗ୍ରାମକୁ ଯିବାକୁ ପଡିଥାଏ l ବିଦ୍ୟୁତ ନଥିବାରୁ ଟିଭି ଦେଖିପାରୁ ନାହାନ୍ତି । ଯାହା ଫଳରେ ଦେଶ ଦୁନିଆର ଖବର କିମ୍ବା ଦୈବି ଦୁର୍ବିପାକର ପୂର୍ବ ସୂଚନା ପାଇବାରୁ ବଞ୍ଚିତ ହେଉଛନ୍ତି l

ଆଦିବାସୀ ମାନେ ଜଙ୍ଗଲରେ ବାସ କରୁଥିବାରୁ ଜଙ୍ଗଲ ଜନ୍ତୁର ଭୟ ଅଧିକାଂଶ ସମୟରେ ଥାଏ l ତେଣୁ ସନ୍ଧ୍ୟା ହୋଇଗଲେ ଗାଁରେ ତାଟି କବାଟ ପଡିଯାଏ l ବିଦ୍ୟୁତ ସମସ୍ୟା ନେଇ ଏହି ଗ୍ରାମବାସୀ ବ୍ଲକ ପ୍ରଶାସନ ଠାରୁ ଆରମ୍ଭ କରି ଜିଲ୍ଲାପାଳଙ୍କ ପର୍ଯ୍ୟନ୍ତ ଗୁହାରି କଲେଣି ହେଲେ ଏହି ଆଦିବାସୀଙ୍କ ପ୍ରତି କାହାରି ଦୃଷ୍ଟି ପଡିଲାନାହିଁ l ଶେଷରେ ସମସ୍ତେ ଏକଜୁଟ ହୋଇ ବିଦ୍ୟୁତ ନାହିଁ ତ ଭୋଟ ନାହିଁ ବୋଲି ନିଷ୍ପତ୍ତି ନେଇଛନ୍ତି l

ଏହା ମଧ୍ୟ ପଢନ୍ତୁ: Panchayat Poll: ପ୍ରଥମ ଦିନରେ ୮୭୭୨ ଜଣ ପ୍ରାର୍ଥୀ ଦାଖଲ କଲେ ନାମାଙ୍କନ

ଏ ନେଇ ଭଞ୍ଜନଗର ବିଦ୍ୟୁତ ବିଭାଗର ଅଧିକ୍ଷଣ ଯନ୍ତ୍ରୀଙ୍କ ସହିତ ଯୋଗାଯୋଗ କରିବାରୁ ସେ କହିଛନ୍ତି ଯେଉଁ ସବୁ ଗ୍ରାମ ଗୁଡିକ ବିଦ୍ୟୁତ ସଂଯୋଗରୁ ବାଦ ପଡିଯାଇଛି ସେହି ସବୁ ଗ୍ରାମ ଗୁଡିକୁ ଅତିଶୀଘ୍ର ବିଦ୍ୟୁତ ସଂଯୋଗ କରାଯିବ l ସିଦ୍ଧପୁର ପଞ୍ଚାୟତ ଯୁବ ନେତା ବାବୁ ପଣ୍ଡା କହିଛନ୍ତି ସରକାରଙ୍କ ପକ୍ଷରୁ ସେହି ଗ୍ରାମର ଲୋକଙ୍କୁ ସବୁ ଯୋଜନାରେ ସାମିଲ କରାଯାଇଛି କିନ୍ତୁ ମୌଳିକ ଅଧିକାର ବିଦ୍ୟୁତ ସେବା ପାଇବାରୁ ବଞ୍ଚିତ ହୋଇଛନ୍ତି l ଯାହା ଫଳରେ ଭୋଟ ବର୍ଜନ କରିବାକୁ ନିଷ୍ପତ୍ତି ନେଇଛନ୍ତି l

ଭଞ୍ଜନଗରରୁ ରଞ୍ଜନ ସ୍ବାଇଁ, ଇଟିଭି ଭାରତ

Last Updated : Jan 17, 2022, 9:46 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.