ETV Bharat / state

ଅଭିଯୁକ୍ତକୁ ଗିରଫ ଦାବିରେ ଏସପିଙ୍କୁ ଗ୍ରାମବାସୀଙ୍କ ଗୁହାରୀ - ଗୋପାଳପୁର

ଆତଙ୍କ ସୃଷ୍ଟିକାରୀ ବ୍ୟକ୍ତିକୁ ଗିରଫ କରିବାକୁ ନରେନ୍ଦ୍ରପୁର  ଗ୍ରାମବାସୀଙ୍କ ପକ୍ଷରୁ ଦାବି କରାଯାଇଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବ୍ରହ୍ମପୁର
author img

By

Published : Aug 20, 2019, 12:00 AM IST

ବ୍ରହ୍ମପୁର: ସହର ଉପକଣ୍ଠ ଅଞ୍ଚଳରେ ଆତଙ୍କରାଜ ଚଲାଉଥିବା ଜଣେ ବ୍ୟକ୍ତିକୁ ଗିରଫ କରିବାକୁ ନରେନ୍ଦ୍ରପୁର ଗ୍ରାମବାସୀଙ୍କ ପକ୍ଷରୁ ଆରକ୍ଷୀ ଅଧୀକ୍ଷକ ପିନାକ ମିଶ୍ରଙ୍କ ନିକଟରେ ଦାବି କରାଯାଇଛି। ଗ୍ରାମବାସୀ ମାନେ ଏସପିଙ୍କୁ ଭେଟିବା ସହ ଏହି ଦାବି ଜଣାଇଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବ୍ରହ୍ମପୁର

ସୂଚନାଯୋଗ୍ୟ, ଗୋପାଳପୁର ଥାନା ଅଧିନସ୍ଥ ବଡ଼କୁଶସ୍ଥଳୀ ଗ୍ରାମର ଶିବ ସେଠୀ ଓ ତାର ସହଯୋଗୀ ମାନେ ସହର ଉପକଣ୍ଠ ନରେନ୍ଦ୍ରପୁର ଗ୍ରାମରେ ପ୍ରବେଶ କରି ଛୋଟ ବଡ ବ୍ୟବସାୟୀଙ୍କ ଠାରୁ ପିସ୍ତଲ ଦେଖାଇ ଦାଦା ବଟି ଆଦାୟ କରୁଛନ୍ତି । ଏହା ସହ ସମସ୍ତଙ୍କୁ ଭୟଭୀତ କରିବା ଭଳି କାର୍ଯ୍ୟ କରୁଛନ୍ତି । ସେମାନେ ମଧ୍ୟ ନିକଟସ୍ଥ ଟାଟା କଲୋନୀ, ଶୀତଳାପଲ୍ଲୀ, ବଡ଼ଗୁମୁଳା, ଲକ୍ଷ୍ମୀପୁର ଓ ଜାତୀୟ ରାଜପଥ ସାଧାରଣ ଜନତାଙ୍କୁ ଭୟଭୀତ କରୁଥିବାରୁ ପୋଲିସର ହସ୍ତକ୍ଷେପ ପାଇଁ ଦାବି କରାଯାଇଛି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

Intro:ବ୍ରହ୍ମପୁର ସହର ଉପଖଣ୍ଠ ଅଞ୍ଚଳରେ ଗତ କିଛି ଦିନ ଧରି ଆତଙ୍କରାଜ ଚଲାଇ ଆସୁଥିବା ଜଣେ ଅଭିଯୁକ୍ତ କୁ ଗିରଫ କରିବା ଦାବୀରେ ଗ୍ରାମବାସୀ ଙ୍କ ପକ୍ଷରୁ ଆରକ୍ଷୀ ଅଧିକ୍ଷକ ଙ୍କୁ କରାଯାଇଛି ଗୁହାରୀ । ଜିଲ୍ଲାର ଗୋପାଳପୁର ଥାନା ଅଧିନସ୍ଥ ବଡ଼କୁଶସ୍ଥଳୀ ଗ୍ରାମର ଶିବ ସେଠୀଙ୍କ ଆତଙ୍କରେ ଆତଙ୍କିତ ହୋଇ ପଡ଼ିଥିବା ଗ୍ରାମବାସୀ ଶେଷରେ ଏଭଳି ପଦକ୍ଷେପ ଗ୍ରହଣ କରିଛନ୍ତି । ଗତ କିଛି ଦିନ ଧରି ଶିବ ଏବଂ ତାର ସହଯୋଗୀ ମାନେ ସହର ଉପକଣ୍ଠ ନରେନ୍ଦ୍ରପୁର ଗ୍ରାମରେ ପ୍ରବେଶ କରି ଛୋଟ ବଡ ବ୍ୟବସାୟୀ ଙ୍କ ଠାରୁ ପିସ୍ତଲ ଦେଖାଇ ଦାଦା ବଟି ଆଦାୟ କରିବା ସହ ସ୍ତ୍ରୀ ଲୋକଙ୍କ ଠାରୁ ଆରମ୍ଭ କରି ଯୁବକ ମାନଙ୍କୁ ଭୟଭୀତ କରିବା ଭଳି ଅପରାଧିୀକ କାର୍ଯ୍ୟ କରିବା ସହ ନିକଟସ୍ଥ ଟାଟା କଲୋନୀ, ଶୀତଳାପଲ୍ଲୀ, ବଡ଼ଗୁମୁଳା ,ଲକ୍ଷ୍ମୀପୁର ଓ ଜାତୀୟ ରାଜପଥ ସାଧାରଣ ଜନତା ଙ୍କୁ ଭୟଭୀତ କରୁଥିବା ନେଇ ପୋଲିସର ହସ୍ତକ୍ଷେପ ପାଇଁ ଦାବୀ କରାଯାଇଛି । ବ୍ରହ୍ମପୁର ଏସ.ପି ପିନାକ୍ ମିଶ୍ର ଙ୍କୁ କାର୍ଯ୍ୟାଳୟରେ ସାକ୍ଷାତ କରି ସମସ୍ତ ବିଷୟରେ ଅବଗତ କରାଯାଇଥିଲା ।
Body:ବ୍ରହ୍ମପୁର ରୁ ସମୀର ଆଚାର୍ଯ୍ୟ ଇଟିଭି ଭାରତ...
Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.