ETV Bharat / state

ଆଦିବାସୀଙ୍କ ବିକାଶକୁ ଅଣଦେଖା: ଭରସା ଅସ୍ଥାୟୀ ବାଉଁଶ ପୋଲ

author img

By

Published : Oct 15, 2019, 7:03 PM IST

Updated : Oct 15, 2019, 7:34 PM IST

ଭରସା ପାଲଟିଛି ଅସ୍ଥାୟୀ ବାଉଁଶ ପୋଲ। ତଳେ ଯାଇଛି ବିପଦପୂର୍ଣ୍ଣ ଗଭୀରିଆ ନାଳ। ହେଲେ ପ୍ରତିଦିନ ପିଲା ଠାରୁ ବୁଢା ସମସ୍ତେ ଏହି ବାଟ ଦେଇ ନିଜ କର୍ମକ୍ଷେତ୍ରକୁ ଯାଉଛନ୍ତି । ଏମିତି ଏକ ଗାଁ ଅଛି ଯେଉଁଠି ପାଦଚଲା ରାସ୍ତାଟିଏ ବି ସ୍ବପ୍ନ । ଅଧିକ ଖବର ପଢନ୍ତୁ...

ଆଦିବାସୀଙ୍କ ବିକାଶକୁ ଅଣଦେଖା, ଭରସା ଅସ୍ଥାୟୀ ବାଉଁଶ ପୋଲ

ଭଞ୍ଜନଗର: ଆଦିବାସୀଙ୍କ ବିକାଶ ପାଇଁ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ରହିଛି । ହେଲେ ଜିଲ୍ଲା ପ୍ରଶାସନ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଉଲ ନଥିବାରୁ ଏହି ଆଦିବାସୀ ଗ୍ରାମ ଗୁଡିକ ସ୍ବାସ୍ଥ୍ୟ, ଶିକ୍ଷା, ଗମନାଗମନ ଭଳି ମୌଳିକ ସୁବିଧାରୁ ବଞ୍ଚିତ ହେଉଛନ୍ତି । ଗମନାଗମନ ପାଇଁ ଏକମାତ୍ର ଭରସା ସାଜିଛି ଅସ୍ଥାୟୀ ବାଉଁଶ ପୋଲ।

ଆଦିବାସୀଙ୍କ ବିକାଶକୁ ଅଣଦେଖା, ଭରସା ଅସ୍ଥାୟୀ ବାଉଁଶ ପୋଲ

ଏହି ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ପୋଲସରା ବ୍ଲକ ମାଳତେନ୍ତୁଳିଆ ପଞ୍ଚାୟତର ଆମ୍ବଖାଲ ଗୋପିଆପଲ୍ଲୀ ଗ୍ରାମରେ । ଏହି ଦୁଇଟି ଗ୍ରାମରେ 80 ଆଦିବାସୀ ପରିବାର ବସବାସ କରୁଥିବାବେଳେ ଏଯାଏଁ ଗାଁ କୁ ଭଲରାସ୍ତା ଖଣ୍ଡେ ନାହିଁ ।

ଗ୍ରାମଟି ଯେପରି ବାହ୍ୟ ଜଗତରୁ ସମ୍ପୂର୍ଣ୍ଣ ବିଛିନ୍ନ ହୋଇରହିଛି । ମେଡିକାଲର ସୁବିଧା ନଥିବାରୁ ଗର୍ଭବତୀ ମହିଳା ଖଟିଆରେ ବୁହା ହେବା ଘଟଣା ନିତିଦିନିଆ ପାଲଟିଛି । ବର୍ଷା ହେଲେ ନଦୀର ଅକାତ ପାଣିକୁ ଦେଖି ପିଲାମାନେ ଭୟରେ ସ୍କୁଲ ଯାଉ ନାହାଁନ୍ତି । ଏନେଇ ସରପଞ୍ଚଙ୍କ ଠାରୁ ବିଧାୟକଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ଗୁହାରି କଲେ କେହିବି ଶୁଣୁନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି ।

ଶେଷରେ କୌଣସି ଉପାୟ ନପାଇ ନିଜସ୍ବ ଉଦ୍ୟମରେ ଏକ ବାଉଁଶ ପୋଲ ନିର୍ମାଣ କରି ଯିବାଆସିବା କରୁଛନ୍ତି ଗ୍ରାମବାସୀ । ତୁରନ୍ତ ନଦୀ ଉପରେ ଏକ ପୋଲ ନିର୍ମାଣ ପାଇଁ ଗ୍ରାମବାସୀ ଦାବି କରିଛନ୍ତି । ଅନ୍ୟପଟେ ଏହି ଆମ୍ବଖାଲ ଗ୍ରାମର ସମସ୍ୟା ନେଇ ଜିଲ୍ଲା ପ୍ରକଳ୍ପ ନିର୍ଦେଶକଙ୍କୁ ଯୋଗାଯୋଗ କରିବାରୁ ସେ କହିଛନ୍ତି ଆଦିବାସୀଙ୍କ ବିକାଶ ପାଇଁ ସରକାର ପଦକ୍ଷେପ ନେଉଛନ୍ତି । ଏହି ପୋଲ ନିର୍ମାଣ ପାଇଁ ଟେଣ୍ଡର ସରିଛି। 4 କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ବର୍ଷା ସରିଲେ ଅତିଶୀଘ୍ର କାମ ଆରମ୍ଭ ହେବ ବୋଲି ପ୍ରତିଶୃତି ଦେଇଛନ୍ତି ପ୍ରକଳ୍ପ ନିର୍ଦେଶକ ।

ଭଞ୍ଜନଗରରୁ ରଞ୍ଜନ ସ୍ବାଇଁ, ଇଟିଭି ଭାରତ

Intro:anchor_ଆଦିବାସୀ ଙ୍କ ବିକାଶ ନିମନ୍ତେ ରାଜ୍ୟ ସରକାରଙ୍କ ବିଭିର୍ଣ୍ଣ ଯୋଜନା ରହିଛି ହେଲେ ଜିଲ୍ଲା ପ୍ରଶାସନ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଉନଥିବାରୁ ଏହି ଆଦିବାସୀ ଗ୍ରାମ ଗୁଡିକ ସ୍ୱାସ୍ଥ୍ୟ ଶିକ୍ଷା ଗମନାଗମନ ଭଳି ମୌଳିକ ସୁବିଧାରୁ ବଞ୍ଚିତ ହେଉଛନ୍ତି ଗମନାଗମନ ପାଇଁ ଏକ ମାତ୍ର ସାହାଭରସା ଏହି ଅସ୍ଥାୟୀ ବାଉଁଶ ପୋଲ

Body:vo_1_ଏହି ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ପୋଲସରା ବ୍ଲକ ମାଳତେନ୍ତୁଳିଆ ପଂଚାୟତ ର ଆମ୍ବଖାଲ ଗୋପିଆପଲ୍ଲୀ ଗ୍ରାମରେ ଏହି ଦୁଇଟି ଗ୍ରାମରେ 80ଟି ଆଦିବାସୀ ପରିବାର ବସବାସ କରୁଥିବାବେଳେ ଏଯାଏ ଗାଁ କୁ ଭଲରାସ୍ତା ଖଣ୍ଡେ ନଥିବାବେଳେ ରାସ୍ତାରେ ମୁଖ୍ୟ ପ୍ରତିବନ୍ଧକ ସାଜେ ଧନେଇ ନଦୀ ଗ୍ରାମ୍ୟ ଉନ୍ନୟନ ବିଭାଗ ତରଫରୁ ହୋଇଥିବା ଚିରିକିପଡା ସିଂହାସନୀ ରାସ୍ତାରୁ ମାତ୍ର ଦୁଇ କିଲୋମିଟର ଦୂରରେ ଅବସ୍ଥିତ ଏହି ଦୁଇଟି ଗ୍ରାମ କୁ ଭଲରାସ୍ତାଟିଏ ସଂଯୋଗ ହୋଇ ନଥିବାରୁ ଲୋକେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଅନ୍ୟ ଦିନ ମାନଙ୍କ ଅପେକ୍ଷା ବର୍ଷା ଦିନେ ଏହି ଦୁଇଟି ଗ୍ରାମ ବାହ୍ୟ ଜଗତରୁ ବିଛିର୍ଣ୍ଣ ହୋଇପଡୁଥିବାବେଳେ ଜରୁରୀକାଳୀନ ପରିସ୍ଥିତିରେ ଆମ୍ବୁଲାନ୍ସ କି ଦମକଳ ଏଠାରେ ପହଂଚିପାରିନି କେହି ରୋଗରେ ପଡିଲେ କି ଗର୍ଭବତୀ ମହିଳା ଙ୍କୁ ପ୍ରସବ ବେଦନା ହେଲେ ଖଟିଆରେ ଦୋଳାକରି ନେବାକୁ ପଡିଥାଏ ବୋଲି ଗ୍ରାମବାସୀ କହିଥିବାବେଳେ ସ୍କୁଲକୁ ଯିବାକୁ ପିଲାମାନଙ୍କୁ ଅସୁବିଧା ହେଉଛି ବର୍ଷା ହେଲେ ନଦୀରେ ପାଣି ଆସିଲେ ଭୟରେ ପିଲାମାନେ ସ୍କୁଲକୁ ଯାଉନାହାନ୍ତି ପଂଚାୟତ ଠାରୁ ଆରମ୍ଭକରି ବିଧାୟକ ପର୍ଯ୍ୟନ୍ତ ସମସ୍ତଙ୍କୁ ଗୁହାରିକଲେ କେହିହେଲେ ଗୁହାରି ଶୁଣିଲେ ନାହିଁ ସେସରେ ନିଜସ୍ୱ ଉଦ୍ୟମରେ ଏକ ବାଉଁଶ ପୋଲ ନିର୍ମାଣକରି ଯାତାୟତ କରୁଛନ୍ତି ତୁରନ୍ତ ନଦୀଉପରେ ଏକ ପୋଲ ନିର୍ମାଣ ପାଇଁ ଗ୍ରାମବାସୀ ଦାବି କରିଛନ୍ତି
ବାଇଟ-ମୁନ ସବର (ଛାତ୍ର)
ବାଇଟ-ପାର୍ବତୀ ଶବର (ଆମ୍ବଖାଲ ଗ୍ରାମବାସୀ)

Conclusion:vo_2_ଅନ୍ୟପଟେ ଏହି ଆମ୍ବଖାଲ ଗ୍ରାମର ସମସ୍ୟାନେଇ ଜିଲ୍ଲା ପ୍ରକଳ୍ପ ନିର୍ଦେଶକ ଙ୍କୁ ଯୋଗାଯୋଗ କରିବାରୁ ସେ କହିଛନ୍ତି ଆଦିବାସୀ ଙ୍କ ବିକାଶ ପାଇଁ ସରକାର ପଦକ୍ଷେପ ନେଉଛନ୍ତି ସେଠାରେ ପୋଲ ନିର୍ମାଣ ପାଇଁ ଟେଣ୍ଡର ସରିଛି 4 କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ବର୍ଷା ସରିଲେ ଅତିଶ୍ରୀଘ୍ର କାମ ଆରମ୍ଭ ହେବବୋଲି ପ୍ରତିଶୃତି ଦେଇଛନ୍ତି
ବାଇଟ-ଦେବରାଜ ଶବର (ଆମ୍ବଖାଲ ଗ୍ରାମବାସୀ)
ବାଇଟ-ସିଦ୍ଧାର୍ଥ କୁମାର ସ୍ୱାଇଁ (ପ୍ରକଳ୍ପ ନିର୍ଦେଶକ ,ଗଂଜାମ )
Last Updated : Oct 15, 2019, 7:34 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.