ETV Bharat / state

ଭିଜିଲାନ୍ସ ପଞ୍ଝାରେ କୋଟିପତି ସହକାରୀ ଶିକ୍ଷକ

author img

By

Published : Aug 29, 2019, 5:53 PM IST

ସହକାରୀ ଶିକ୍ଷକଙ୍କ ଘରେ ଭିଜିଲାନ୍ସର ଚଢାଉ । କୋଟିଏରୁ ଊର୍ଦ୍ଧ୍ବ ଟଙ୍କାର ସମ୍ପତ୍ତି ଜବତ କରିଛି ଭିଜିଲାନ୍ସ। ବ୍ରହ୍ମପୁର ସହରର ଆଙ୍କୁଲି ଗୋବିନ୍ଦ ନଗର ଅଞ୍ଚଳରେ ରହୁଥିବା ଏହି କୋଟିପତି ଶିକ୍ଷକ ହେଉଛନ୍ତି ସଦାନନ୍ଦ ପାଢ଼ୀ ।

ଫଟୋ ସୌଜନ୍ୟ- ସମ୍ବାଦଦାତା, ବ୍ରହ୍ମପୁର

ବ୍ରହ୍ମପୁର: ପେଶାରେ ସହକାରୀ ଶିକ୍ଷକ । ହେଲେ ରହିଛି କୋଟିଏରୁ ଊର୍ଦ୍ଧ୍ବ ଟଙ୍କାର ସମ୍ପତ୍ତି । ବ୍ରହ୍ମପୁର ସହରର ଆଙ୍କୁଲି ଗୋବିନ୍ଦ ନଗର ଅଞ୍ଚଳରେ ରହୁଥିବା ଏହି କୋଟିପତି ଶିକ୍ଷକ ହେଉଛନ୍ତି ସଦାନନ୍ଦ ପାଢ଼ୀ । ଆୟ ବହିଃର୍ଭୁତ ସମ୍ପତ୍ତି ଠୁଳ କରୁଥିବା ଅଭିଯୋଗରେ ଚଢାଉ କରିଥିଲା ବ୍ରହ୍ମପୁର ଭିଜିଲାନ୍ସ ଟିମ୍ ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, ବ୍ରହ୍ମପୁର

ଭିଜିଲାନ୍ସ ବିଭାଗର କହିବା ଅନୁଯାୟୀ ଆଙ୍କୁଲି ଅଞ୍ଚଳରେ ରହିଥିବା ଗୋବିନ୍ଦ ବିହାର ଠାରେ ତିନି ମହଲା କୋଠା ସମେତ ଅନ୍ୟ ଏକ ଦୁଇ ମହଲା କୋଠାର ମୂଲ୍ୟ ପ୍ରାୟ ୭୦ ରୁ ୮୦ ଲକ୍ଷ । ଅନ୍ୟପଟେ କେବଳ ବ୍ରହ୍ମପୁର ସହରରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଠାବ କରାଯାଇଥିବା ଚାରୋଟି ପ୍ଲଟର ମୂଲ୍ୟ ୪୫ ଲକ୍ଷ ଟଙ୍କା ହେବ ।

ସେହିପରି ଭିଜିଲାନ୍ସ ଚଢାଉ ସମୟରେ ଘରୁ ୩ ଲକ୍ଷ ୮୩ ହଜାର ନଗଦ ଟଙ୍କା ଜବତ କରାଯାଇଛି। ଅନ୍ୟପଟେ ନିଜର ଦୁଇ ଘର ସମେତ ଗଉଞ୍ଜୁ ଠାରେ ରହିଥିବା ପୈତୃକ ଗ୍ରାମ ସହ ବ୍ରହ୍ମପୁର ସହର ଉପକଣ୍ଠ ଗଉଞ୍ଜୁ ବାଉରୀ ବନ୍ଧୁ ପାଳ ଉଚ୍ଚ ବିଦ୍ୟାଳୟରେ ଏକ ସଙ୍ଗେ ଚାରୋଟି ସ୍ଥାନରେ ଏହି ଚଢାଉ କରାଯାଇଛି ।

ଶିକ୍ଷକ ସଦାନନ୍ଦ ପାଢ଼ୀ ଗଉଞ୍ଜୁ ବାଉରୀ ବନ୍ଧୁ ପାଳ ଉଚ୍ଚ ବିଦ୍ୟାଳୟରେ ଭାରପ୍ରାପ୍ତ ପ୍ରଧାନଶିକ୍ଷକ ଭାବରେ କାର୍ଯ୍ୟରତ । ତେବେ ଏତେ ସମ୍ପତ୍ତି କେମିତି ଆଉ କେଉଁଠୁ ଆସିଲା ସେନେଇ ଭିଜିଲାନ୍ସ ଚଢାଉ ଜାରି ରଖିଛି । ତାଙ୍କର ବିଭିନ୍ନ ବ୍ୟାଙ୍କରେ ରହିଥିବା ଆକାଉଣ୍ଟକୁ ମଧ୍ୟ ଯାଞ୍ଚ କରାଯାଉଥିବା ବେଳେ ଅଦ୍ୟାବଧି ଏକ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ସମ୍ପତ୍ତି ଠାବ କରାଯାଇଥିବା କହିଛନ୍ତି ଭିଜିଲାନ୍ସ ଏସପି ।

ବ୍ରହ୍ମପୁରରୁ ସମୀର କୁମାର ଆଚାର୍ଯ୍ୟ, ଇଟିଭି ଭାରତ

Intro:ପେସାରେ ସହକାରୀ ଶିକ୍ଷକ । ହେଲେ ରହିଛି କୋଟିଏ ରୁ ଉର୍ଦ୍ଧ ଟଙ୍କାର ସମ୍ପତ୍ତି । ବ୍ରହ୍ମପୁର ସହରର ଆଙ୍କୁଲି ଗୋବିନ୍ଦ ନଗର ଅଞ୍ଚଳରେ ରହୁଥିବା ଏହି କୋଟିପତି ଶିକ୍ଷକ ସଦାନନ୍ଦ ପାଢ଼ୀ ଙ୍କ ଆୟବର୍ହିଃଭୂତ ସମ୍ପତ୍ତି ଠାବ କରୁଥିବା ଅଭିଯୋଗରେ ଚଢାଉ କରିଥିଲା ବ୍ରହ୍ମପୁର ଭିଜିଲାନ୍ସ ଟିମ୍ । ଭିଜିଲାନ୍ସ ବିଭାଗର କହିବା ଅନୁଯାୟୀ ଆଙ୍କୁଲି ଅଞ୍ଚଳରେ ରହିଥିବା ଗୋବିନ୍ଦ ବିହାର ଠାରେ ରହିଥିବା ତିନି ମହଲା କୋଠା ସମେତ ଅନ୍ୟ ଏକ ଦୁଇ ମହଲା କୋଠା ର ମୂଲ୍ୟ ୭୦ ରୁ ୮୦ ଲକ୍ଷ ହେବାକୁ ଥିବା ବେଳେ ବ୍ରହ୍ମପୁର ସହରରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଠାବ କରାଯାଇଥିବା ଚାରୋଟି ପ୍ଲଟର ମୂଲ୍ୟ ୪୫ ଲକ୍ଷ ଟଙ୍କା ହେବ । ସେହିପରି ଭିଜିଲାନ୍ସ ଚଢାଉ ସମୟରେ ଘରୁ ୩ ଲକ୍ଷ ୮୩ ହଜାର ଟଙ୍କା ଜବତ କରାଯାଇଥିବା ବେଳେ ନିଜର ଦୁଇ ଘ ସମେତ ଗଉଞ୍ଜୁ ଠାରେ ରହିଥିବା ପୌତୃକ ଗ୍ରାମ ସହ ବ୍ରହ୍ମପୁର ସହର ଉପକଣ୍ଠ ଗଉଞ୍ଜୁ ବାଉରୀ ବନ୍ଧୁ ପାଳ ଉଚ୍ଚ ବିଦ୍ୟାଳୟରେ ଏକ ସଙ୍ଗେ ଚାରୋଟି ସ୍ଥାନରେ ଏହି ଚଢାଉ କରାଯାଇଛି । ଶିକ୍ଷକ ସଦାନନ୍ଦ ପାଢ଼ୀ ଗଉଞ୍ଜୁ ବାଉରୀ ବନ୍ଧୁ ପାଳ ଉଚ୍ଚ ବିଦ୍ୟାଳୟରେ ଭାରପ୍ରାପ୍ତ ପ୍ରଧାନଶିକ୍ଷକ ଭାବରେ କାର୍ଯ୍ୟରତ ଥିବା ବେଳେ ତାଙ୍କର ବିଭିନ୍ନ ବ୍ୟାଙ୍କରେ ରହିଥିବା ଏକାଉଣ୍ଟ କୁ ମଧ୍ୟ ଯାଞ୍ଚ କରାଯାଉଥିବା ବେଳେ ଅଦ୍ୟାବଧି ଏକ କୋଟିରୁ ଉର୍ଦ୍ଧ ଟଙ୍କାର ସମ୍ପତ୍ତି ଠାବ କରାଯାଇଥିବା ବେଳେ ଚଢାଉ ଜାରି ରହିଥିବା କହିଛନ୍ତି ଭିଜିଲାନ୍ସ ଏସ୍.ପି ।
Body:ବାଇଟ୍-ମାୟାଧର ସ୍ୱାଇଁ (ଭିଜିଲାନ୍ସ ଏସ୍.ପି,ବ୍ରହ୍ମପୁର)
Conclusion:ବ୍ରହ୍ମପୁର ରୁ ସମୀର ଆଚାର୍ଯ୍ୟ ଇଟିଭି ଭାରତ...
ବି.ଦ୍ର-ଭିଜୁଆଲ ଏବଂ ବାଇଟ୍ ମୋଜୋ ରେ ଏଡିଟିଙ୍ଗ୍ କରି ପଠାଇଛି ।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.