ETV Bharat / state

ଗଞ୍ଜାମରେ ଧିରେ ଧିରେ ସୁଧୁରିଛି କୋରୋନା ସ୍ଥିତି, ଲକ୍ଷଣ ନଲୁଚାଇବାକୁ ପରାମର୍ଶ - ganjam latest news

ଗଞ୍ଜାମରେ ଧିରେ ଧିରେ ସୁଧୁରିବାରେ ଲାଗିଛି କୋରୋନାର ସ୍ଥିତି । ଜନସାଧାରଣ କେହି ଭୟଭୀତ ନହୋଇ ନିଜର କୌଣସି ଲକ୍ଷଣ ନଲୁଚାଇବା ପାଇଁ ପରାମର୍ଶ ଦେଇଛନ୍ତି ଗଞ୍ଜାମ ଜିଲ୍ଲାପାଳ ଏ ନେଇ ଏକ ଭିଡିଓ ବାର୍ତ୍ତା ଜାରୀ କରିଛନ୍ତି ।ଅଧିକ ପଢନ୍ତୁ...

ଗଞ୍ଜାମରେ ଧିରେ ଧିରେ ସୁଧୁରିଛି କୋରୋନା ସ୍ଥିତି, ଲକ୍ଷଣ ନଲୁଚାଇବାକୁ ପରାମର୍ଶ

author img

By

Published : Jul 29, 2020, 2:14 AM IST

ବ୍ରହ୍ମପୁର: ଗଞ୍ଜାମରେ ଧିରେ ଧିରେ ସୁଧୁରିବାରେ ଲାଗିଛି କୋରୋନାର ସ୍ଥିତି । ଏଭଳି ସମୟରେ ଜନସାଧାରଣ କେହି ଭୟଭୀତ ନହୋଇ ନିଜର କୌଣସି ଲକ୍ଷଣ ନଲୁଚାଇବା ପାଇଁ ପରାମର୍ଶ ଦେଇଛନ୍ତି ଗଞ୍ଜାମ ଜିଲ୍ଲାପାଳ । ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଏ ନେଇ ଏକ ଭିଡିଓ ବାର୍ତ୍ତା ଜାରୀ କରିଛନ୍ତି ।

ଗଞ୍ଜାମରେ ଧିରେ ଧିରେ ସୁଧୁରିଛି କୋରୋନା ସ୍ଥିତି, ଲକ୍ଷଣ ନଲୁଚାଇବାକୁ ପରାମର୍ଶ
ଗଞ୍ଜାମରେ ଧିରେ ଧିରେ ସୁଧୁରିଛି କୋରୋନା ସ୍ଥିତି, ଲକ୍ଷଣ ନଲୁଚାଇବାକୁ ପରାମର୍ଶ

ଗଞ୍ଜାମ ଜିଲ୍ଲାରେ ଗତ ଏକ ସପ୍ତାହ ତଳେ ଜିଲ୍ଲାର ତିନି ଜଣ ଗୁରୁତର କୋରୋନା ଆକ୍ରାନ୍ତଙ୍କୁ ପ୍ଲାଜମା ଦିଆଯାଇଥିବା ବେଳେ ସେମାନେ ସୁସ୍ଥ ହୋଇ ଫେରିଥିବାରୁ ଏହା ସମସ୍ତଙ୍କ ପାଇଁ ଖୁସିର ବିଷୟ ବୋଲି କହିବା ସହ ଖୁବ୍ ଶ୍ରୀଘ୍ର ବ୍ରହ୍ମପୁର ଏମ୍.କେ.ସି.ଜି ମେଡିକାଲ ରେ ଆରମ୍ଭ ହେବ ପ୍ଲାଜମା ସଂଗ୍ରହ ସେଣ୍ଟର ବୋଲି ଜିଲ୍ଲାପାଳ କହିବା ସହ ଏହି ସଂଗୃହିତ ପ୍ଲାଜମା ଗୁରୁତ୍ତର ରୋଗୀ ଙ୍କୁ ପ୍ରଦାନ କରାଯିବ ବୋଲି କୁହାଯାଇଛି । ସେହିପରି ଗତ ଏକ ସପ୍ତାହରେ ଘର କୁ ଘର ବୁଲ୍ଲି ସ୍ୱାସ୍ଥ ପରୀକ୍ଷା ଯୋଗୁଁ ଜିଲ୍ଲାରେ ପଜେଟିଭ୍ ଙ୍କ ସଂଖ୍ୟା ଦିନ କୁ ଦିନ ଯେଭଳି ବୃଦ୍ଦି ପାଉଥିଲା ତାହା ବର୍ତ୍ତମାନ ଧିରେ ଧିରେ କମ୍ ହେଉଥିବା କହିଛନ୍ତି ।

ଜିଲ୍ଲାରେ ଗତ ଏକ ସପ୍ତାହର ରିପୋର୍ଟ କୁ ଅନୁଧ୍ୟାନ କଲେ ଗତ ୨୦ ତାରିଖରେ ଜିଲ୍ଲାରେ ମୋଟ ୨୨୫ ଜଣ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ୨୧ ତାରିଖରେ ଏହା ବୃଦ୍ଧି ପାଇ ୩୭୧ ଜଣ ପଜିଟିଭ୍ ୨୨ ତାରିଖରେ ୫୪୦ ଜଣ ପଜିଟିଭ୍ , ୨୩ ତାରିଖରେ ସର୍ବାଧିକ ୭୩୨ ଚିହ୍ନଟ ହୋଇଥିବା ବେଳେ ଏହା ସମସ୍ତଙ୍କ ପାଇଁ ଚିନ୍ତାଜନକ ହୋଇଥିବା ବେଳେ ପୁନର୍ବାର ୨୪ ତାରିଖରେ ଏହା ୫୬୦ ୨୫ ତାରିଖରେ ୪୮୪ ୨୬ ତାରିଖରେ ୪୯୧ ଏବଂ ଗତକାଲି ୩୩୨ ଚିହ୍ନଟ ହୋଇଛନ୍ତି । ମୁଖ୍ୟତଃ ଡୋର ଟୁ ଡୋର ସ୍କ୍ରିନିଙ୍ଗ୍ କାର୍ଯ୍ୟକ୍ରମ ଯୋଗୁଁ ଜିଲ୍ଲାରେ ଟେଷ୍ଟଙ୍ଗ୍ ସଂଖ୍ୟା ମଧ୍ୟ ବହୁ ମାତ୍ରାରେ ବୃଦ୍ଧି ପାଇଛି । ଗତ ୨୦ ଦିନ ପୂର୍ବରୁ ଜିଲ୍ଲାରେ ସଙ୍କ୍ରମଣ ୭୦ ପ୍ରତିଶତ ରହିଥିବା ବେଳେ ଏହା ବହୁ ମାତ୍ରାରେ କମ୍ ବର୍ତ୍ତମାନ ୨୦ ରୁ ୨୫ ପ୍ରତିଶତ ପହଞ୍ଚିଥିବା କହିଛନ୍ତି ଜିଲ୍ଲାପାଳ । ଏଣୁ କୋରୋନା ର ଲକ୍ଷଣ କୁ ପ୍ରାଥମିକ ଅବସ୍ଥାରେ ଚିହ୍ନଟ ହେଲେ ସଂଙ୍କ୍ରମିତ ବ୍ୟକ୍ତିବିଶେଷ ସୁସ୍ଥ ହେଉଥିବା ବେଳେ ଅନେକ ଏବେବି ଲକ୍ଷଣ ଲୁଚାଇ ରଖୁଥିବାରୁ ଶେଷ ପର୍ଯ୍ୟାୟରେ ଆସିଲେ ଜୀବନ ବଞ୍ଚାଇବା କଷ୍ଟକର ହୋଇପଡୁଥିବା କହିଛନ୍ତି ଜିଲ୍ଲାପାଳ ।

ସେହିପରି ପୂର୍ବରୁ ଜିଲ୍ଲାର କୋରୋନା ମୃତ୍ୟୁ ସଂଖ୍ୟା ୧ ପ୍ରତିଶତ ରହିଥିବା ବେଲେ ବର୍ତ୍ତମାନ ଏହା କମିଯାଇ ୦.୮ ପ୍ରତିଶତ ରହିଛି । ସେହିପରି ଜିଲ୍ଲାରେ ସୁସ୍ଥ ହାର ୫୮ ପ୍ରତିଶତ ରୁ ବୃଦ୍ଧି ପାଇ ୬୪ ପ୍ରତିଶତରେ ପହଞ୍ଚିଛି । କୋଭିଡ୍ ମୁକାବିଲା କ୍ଷେତ୍ରରେ ଜିଲ୍ଲାରେ ଗ୍ରାମାଞ୍ଚଳରେ ପଞ୍ଚାୟତ ଆମ୍ବୁଲାନ୍ସ କୁ ଅଧିକ ଗୁରୁତ୍ବ ଦିଆଯାଉଥିବା ବେଳେ ଖୁବ୍ ଶ୍ରୀଘ୍ର ଜିଲ୍ଲାରେ ଅଶ୍ବିନୀ ଏବଂ ଏମ୍ କେ.ସି.ଜିରେ ମିଳିତ ଭାବରେ ଆଉ 300 ଶର୍ଯ୍ୟା ବିଶିଷ୍ଟ କୋଭିଡ କେୟାର ବ୍ୟବସ୍ଥା କରାଯାଉଛି । ଗଞ୍ଜାମରେ ସମସ୍ତ ପ୍ରକାର ଚିକିତ୍ସା ପାଇଁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କାର୍ଯ୍ୟ କରାଯାଉଥିବା କୁହାଯାଇଛି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.