ETV Bharat / state

କୋରୋନା ଲକ୍ଷଣ ଲୁଚାଇବା ନାହିଁ କି ଭୟଭୀତ ହେବା ନାହିଁ: ଗଞ୍ଜାମ ଜିଲ୍ଲାପାଳ

author img

By

Published : Jul 23, 2020, 4:57 PM IST

ଗଞ୍ଜାମରେ କ୍ରମାଗତ ଭାବରେ ବଢି ଚାଲିଛି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଏପରିସ୍ଥଳେ ଲୋକଙ୍କୁ ଭୟଭୀତ ନ ହେବା ପାଇଁ କହିଛନ୍ତି ଗଞ୍ଜାମ ଜିଲ୍ଲାପାଳ ଅମୃତା କୁଲାଙ୍ଗେ । କୋରୋନା ଲକ୍ଷଣକୁ ନଲୁଚାଇ ନିଜେ ସର୍ତକ ରହି ଅନ୍ୟକୁ ସଚେତନ କରିବାକୁ ଭିଡିଓ ବାର୍ତ୍ତା ମାଧ୍ୟମରେ ଆହ୍ବାନ ଦେଇଛନ୍ତି ଜିଲ୍ଲାପାଳ । ଅଧିକ ପଢନ୍ତୁ..

କୋରୋନା ଲକ୍ଷଣ ଲୁଚାଇବା ନାହିଁ  କି ଭୟଭୀତ ହେବା ନାହିଁ

ବ୍ରହ୍ମପୁର: କୋରୋନା ଲକ୍ଷଣକୁ କେହି ଲୁଚାଇବା ନାହିଁ କି ଭୟଭୀତ ହେବା ନାହିଁ । କେବଳ ନିଜେ ସତର୍କ ରହି ଅନ୍ୟକୁ ସଚେତନ କରିବା ବୋଲି ଏକ ଭିଡିଓ ବାର୍ତ୍ତା ଦେଇଛନ୍ତି ଗଞ୍ଜାମ ଜିଲ୍ଲାପାଳ ଅମୃତା କୁଲାଙ୍ଗେ ।

ଜିଲ୍ଲା ଗ୍ରାମାଞ୍ଚଳରେ ଜାରି ରହିଛି ଡୋର ଟୁ ଡୋର ସ୍ବାସ୍ଥ୍ୟ ପରୀକ୍ଷା । ସହରାଞ୍ଚଳ ସ୍ବାସ୍ଥ୍ୟ ପରୀକ୍ଷା ପରେ ଜିଲ୍ଲାର ସମସ୍ତ ଗ୍ରାମାଞ୍ଚଳରେ ଏହି ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଛି । ଯେଉଁମାନଙ୍କର ବିଭିନ୍ନ ଲକ୍ଷଣ ରହୁଛି, ସେମାନଙ୍କର ତୁରନ୍ତ ସ୍ବାସ୍ଥ୍ୟ ପରୀକ୍ଷା ସହିତ କୋଭିଡ ଟେଷ୍ଟ କରାଯାଉଥିବାରୁ ଗତ ଏକ ସପ୍ତାହ ମଧ୍ୟରେ ଜିଲ୍ଲାରେ ବହୁ ପଜେଟିଭଙ୍କ ସଂଖ୍ୟା ବୃଦ୍ଧି ପାଇଛି । ଫଳରେ ଏହି ସମୟରେ କେହି ବି ଲକ୍ଷଣ ନ ଲୁଚାଇବା ପାଇଁ ଆହ୍ବାନ ଦେଇଛନ୍ତି ଜିଲ୍ଲାପାଳ ।

ଜିଲ୍ଲାରେ ନିୟମିତ ଭାବରେ ଦୈନିକ ଏକ ହଜାର ଟେଷ୍ଟ କରାଯାଉଥିବାବେଳେ ବହୁ ବ୍ୟକ୍ତି ବିଶେଷ କୋରୋନାରେ ସଂକ୍ରମିତ ହୋଇ ବହୁ ବିଳମ୍ବରେ ଆସି ପହଞ୍ଚୁଥିବା ଦେଖାଯାଉଛି । ଫଳରେ ଏଥିପ୍ରତି ସତର୍କ ରହିବାକୁ ଆହ୍ବାନ କରାଯାଇଛି ।

ଏବେ ସୁଦ୍ଧା ଗଞ୍ଜାମ ଜିଲ୍ଲାରେ ମୋଟ ୬୩୬୨ ପଜେଟିଭ୍ ରହିଥିବାବେଳେ ସେଥିରୁ ୪୦୧୦ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ସୁସ୍ଥ ମଧ୍ୟରୁ କେହି ମଧ୍ୟ ପୁଣି କୌଣସି ରୋଗରେ ଆକ୍ରାନ୍ତ ହୋଇନଥିବାରୁ ସମସ୍ତେ ମାନସିକ ସ୍ତରରେ ସୁସ୍ଥ ରଖିବା ପାଇଁ ପରାମର୍ଶ ଦେଇଛନ୍ତି । ଟାଟା କୋଭିଡ କେୟାରରେ ପ୍ଲାଜମା ଥେରାପି ଆରମ୍ଭ ହୋଇଥିବାରୁ ଅନେକ ସୁସ୍ଥ ହୋଇଥିବାର ନଜର ରହିଛି । ଏଭଳି ସମୟରେ ସମସ୍ତେ ଏହାର ମୁକାବିଲା କରିବା ପାଇଁ ଆହ୍ବାନ କରିଛନ୍ତି ଜିଲ୍ଲାପାଳ ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.