ETV Bharat / state

ଆନ୍ଦୋଳନକୁ ଓହ୍ଲାଇଲେ ପ୍ରାଣୀ ଚିକିତ୍ସକ - Veterinary Doctors protest

Veterinary Doctors protest: ଚାରି ଦଫା ଦାବି ନେଇ କଳାବ୍ୟାଜ ପରିଧାନ କରି କାର୍ଯ୍ୟବନ୍ଦ ଆନ୍ଦୋଳନରେ ସାମିଲ ହେଲେ ପ୍ରାଣୀ ଚିକିତ୍ସକ ସଂଘ । ପଦୋନ୍ନତି ସହ ଖାଲି ପଡିଥିବା ପଦବୀ ପୂରଣା ପାଇଁ ଦାବି । ଅଧିକ ପଢନ୍ତୁ

ଆନ୍ଦୋଳନକୁ ଓହ୍ଲାଇଲେ ପ୍ରାଣୀ ଚିକିତ୍ସକ
ଆନ୍ଦୋଳନକୁ ଓହ୍ଲାଇଲେ ପ୍ରାଣୀ ଚିକିତ୍ସକ
author img

By ETV Bharat Odisha Team

Published : Jan 18, 2024, 8:41 PM IST

ଆନ୍ଦୋଳନକୁ ଓହ୍ଲାଇଲେ ପ୍ରାଣୀ ଚିକିତ୍ସକ

ବ୍ରହ୍ମପୁର: ଆନ୍ଦୋଳନକୁ ଓହ୍ଲାଇଲା ପ୍ରାଣୀ ଚିକିତ୍ସକ ସଂଘ । ଦୀର୍ଘ ୨୨ ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ରାଜ୍ୟରେ ପ୍ରାଣୀ ଚିକିତ୍ସକକୁ ସରକାର ଅବହେଳା କରିଆସୁଥିବା ଅଭିଯୋଗ । ସେମାନଙ୍କୁ ପଦୋନ୍ନତି ନମିଳିବା ଏବଂ ବିଭାଗର ରୂପାନ୍ତରୀକରଣ ସମେତ 4 ଦଫା ଦାବି ନେଇ ଆଜି ଠାରୁ ଆନ୍ଦୋଳନରେ ବସିଛନ୍ତି ପ୍ରାଣୀ ଚିକିତ୍ସକ । ବ୍ରହ୍ମପୁର ଠାରେ ଗଞ୍ଜାମ ଜିଲ୍ଲାର କାର୍ଯ୍ୟରତ ସମସ୍ତ ପ୍ରାଣୀ ଚିକିତ୍ସକ କଳାବ୍ୟାଚ ପରିଧାନ କରିଥିଲେ । ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ କରିଛି ସଂଘ ।

ମୁଖ୍ୟତଃ ପ୍ରାଣୀ ଚିକିତ୍ସା ସେବା ବ୍ୟବସ୍ଥାରେ ବ୍ୟାପକ ରୂପାନ୍ତରଣର ଏବଂ ବିଭିନ୍ନ ଦାବି ସମ୍ପର୍କରେ ସରକାରଙ୍କୁ ବାରମ୍ୱାର ଅବଗତ କରିଥିଲେ ମଧ୍ୟ କେହି କର୍ଣ୍ଣପାତ କରୁନଥିବା ଅଭିଯୋଗ କରିଛନ୍ତି ପ୍ରାଣୀ ଚିକିତ୍ସକ । ଏଥିପାଇଁ ସଂଘ ଆହ୍ଵାନରେ ଜିଲ୍ଲାର ସମସ୍ତ ପ୍ରାଣୀ ଚିକିତ୍ସକ ସାମୂହିକ ଛୁଟିରେ ଯାଇ ଧାରଣାରେ ଦେଇଥିବା ଦେଖାଯାଇଛି । ମୁଖ୍ୟତଃ ପ୍ରାଣୀ ପାଳକମାନେ ନିଶୁଳ୍କ ଚିକିତ୍ସା ସେବା, ୨୪ ଘଣ୍ଟିଆ ବିଶେଷଜ୍ଞ ସେବା, ରେଫରାଲ ସୁବିଧା ସେବା, ଦ୍ବାରଦେଶରେ ଚିକିତ୍ସା ଇତ୍ୟାଦି ଦାବି କରୁଥିବାବେଳେ ସ୍ଵାଧୀନତାର ୭୫ ବର୍ଷ ପରେ ମଧ୍ୟ ବିଭାଗରେ ଏପରି ବ୍ୟବସ୍ଥା ନଥିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି ।

ରାଜ୍ୟରେ ୧୯୧୦ ଡାକ୍ତରଙ୍କ କାର୍ଯ୍ୟ କରିବା ସ୍ଥାନରେ ମାତ୍ର ୧୩୦୦ ଡାକ୍ତର ଏହି କାର୍ଯ୍ୟ କରୁଛନ୍ତି । ଚାକିରି କ୍ଷେତ୍ରରେ ପଦୋନ୍ନତିର ସୁବିଧା ନଥିିବାରୁ ସେମାନଙ୍କୁ ଏହା ଅନେକ ମାତ୍ରାରେ ହତୋତ୍ସାହିତ କରୁଥିବା କହିଛନ୍ତି ଆନ୍ଦୋଳନକାରୀ । ଏପରିକି ଦୀର୍ଘ ୨୨ ରୁ୨୩ ବର୍ଷ ଧରି ଗୋଟିଏ ଦରମା ହାରରେ କାର୍ଯ୍ୟ କରିବାକୁ ପଡୁଛି । ପାଖାପାଖି ୪୦ ପ୍ରତିଶତ ଅଧିନସ୍ଥ କର୍ମଚାରୀ ପଦବୀ ମଧ୍ୟ ଖାଲି ପଡିଛି । ଯାହାକି ପ୍ରାଣୀ ଚିକିତ୍ସକ ମାନଙ୍କୁ ଅଧିଏକ ଚାପଗ୍ରସ୍ତ କରିଛି । ସେହିପରି କାର୍ଯ୍ୟ ସମୟ ପରେ ଓ ଛୁଟି ଦିନରେ ମଧ୍ୟ ସରକାରୀ କାର୍ଯ୍ୟ ପାଇଁ ବାଧ୍ୟ କରାଯିବା, କାର୍ଯ୍ୟସମୟ ପରେ ପ୍ରାଇଭେଟ ପ୍ରାକ୍ଟିସ କରୁଥିବା ପ୍ରାଣୀ ଚିକିତ୍ସକମାନଙ୍କୁ ବିଭିନ୍ନ ପ୍ରକାରେ ହଇରାଣ ହରକତ କରାଯିବା ଯୋଗୁଁ ସେମାନେ ଦୁଶ୍ଚିନ୍ତାରେ ରହୁଛନ୍ତି ବୋଲି କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ .......ଦାବି ଶୁଣିଲେନି ସରକାର, ୪ତାରିଖରୁ ସମୂହ ଛୁଟି ନେବେ ପ୍ରାଣୀ ଚିକିତ୍ସକ

ତେବେ ପ୍ରାଣୀପାଳନ ବିଭାଗର ସମ୍ପୂର୍ଣ୍ଣ ରୂପାନ୍ତରଣ ସହିତ ଆବଶ୍ୟକ କ୍ୟାଡ଼ର ପୁନଃଗଠନ, କେନ୍ଦ୍ରୀୟ ହାରରେ ଡି.ଏସ୍.ପି ଏବଂ ଏନପିଏ ଯୋଜନାରେ ଅନ୍ତର୍ଭୁକ୍ତ କରିବା ପାଇଁ ସେମାନେ ଦାବି କରିଛନ୍ତି । ଏପରିକି ଶିକ୍ଷାଗତ ଓ ବୃତ୍ତିଗତ ସମାନତା ଆଧାରରେ ପଞ୍ଚମ, ଷଷ୍ଠ ଓ ସପ୍ତମ ବେତନ କମିଶନ ସାଧାରଣ ବର୍ଗ ଡାକ୍ତର ଓ ପ୍ରାଣୀ ଚିକିତ୍ସକ ମାନଙ୍କ ପାଇଁ ସମାନ ଦରମା ଓ ପଦୋନ୍ନତି ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଦେଶରେ ଅନ୍ୟ ରାଜ୍ୟରେ ଏପରି ସମାନତା ବଜାୟ ରଖୁଥିିବା ବେଳେ ଓଡ଼ିଶା ସରକାର କ୍ରମାଗତ ଭାବରେ ଏଥିରେ ବ୍ୟତିକ୍ରମ କରିଚାଲିଥିବା ଅଭିଯୋଗ କରିଛନ୍ତି ସଂଙ୍ଘର କର୍ମକର୍ତ୍ତା ।

ଅନ୍ୟପଟେ କୃଷି, ମତ୍ସ୍ୟ ଓ ପ୍ରାଣିସମ୍ପଦ ମନ୍ତ୍ରୀ, ମୁଖ୍ୟ ଶାସନ ସଚିବ, ବିଭାଗୀୟ ପ୍ରମୁଖ ଶାସନ ସଚିବଙ୍କୁ ବହୁବାର ସଂଘ ସହିତ ଆଲୋଚନା କରିଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଦା କୌଣସି ଆଖିଦୃଷ୍ଟିଆ ପଦକ୍ଷେପ ନିଆନଯାଇ ନାହିଁ । ଯଦି ସରକାର ତୁରନ୍ତ ଲିଖିତ ପ୍ରତିଶୃତି ନଦେଲେ ଆନ୍ଦୋଳନରୁ ସଂଘ ହଟିବ ନାହିଁ ବୋଲି ଚେତାବନୀ ଦେଇଛି ।

ଇଟିଭି ଭାରତ, ବ୍ରହ୍ମପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.