ବ୍ରହ୍ମପୁର: ଗଞ୍ଜାମରେ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ନୂତନ କୋଭିଡ ପଜିଟିଭଙ୍କ ସଂଖ୍ୟା । ଏଭଳି ସମୟରେ କୋରୋନାର ଚେନକୁ ଭାଙ୍ଗିବା ପାଇଁ ରାଜ୍ୟ ସରକାରଙ୍କ ଠାରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନ ପର୍ଯ୍ୟନ୍ତ ସମସ୍ତ ପ୍ରକାର ଉଦ୍ୟମ ଜାରି ରହିଥିବା ବେଳେ ଏଭଳି ସ୍ଥିତିରେ ସଂକ୍ରମଣ ରୋକିବା ପାଇଁ ଛତ୍ରପୁର ଉପଖଣ୍ଡ ସ୍ତରର ବିଭିନ୍ନ ଅଞ୍ଚଳରେ ପ୍ରଶାସନ ପକ୍ଷରୁ ଘୋଷଣା କରାଯାଇଛି ମିନି କଣ୍ଟେନମେଣ୍ଟ ଅଞ୍ଚଳ । ଏହି କ୍ରମରେ ଗଞ୍ଜାମ ଜିଲ୍ଲାର ହିଞ୍ଜିଳିକାଟୁ ପୌରାଞ୍ଚଳର ୱାର୍ଡ ନଂ -୧୪ର ଗୋପବନ୍ଧୁ ମାର୍ଗ, କେଉଟ ସାହି ଏବଂ ଥାନା ତୋଟା ସାହିକୁ ମିନି କଣ୍ଟେନମେଣ୍ଟ ଭାବରେ ଘୋଷଣା କରିଥିବା ବେଳେ ପୋଚିଲିମା ଏବଂ ଓ୍ବାର୍ଡ ନଂ-୬ ର ବ୍ଲକ କୋଲେନୀ, ୱାର୍ଡ ନଂ-୭ ର ମୋହନା କୋଲେନୀ ୭ମ ଲାଇନ ଏବଂ ସୋମପୁର ରୁଖି ସାହି, ୱାର୍ଡ ନଂ-୧୩ ର ଜଗନ୍ନାଥ ମାର୍ଗ ସାହି ଏବଂ ୱାର୍ଡ ନଂ ୧୯ର ମାଷ୍ଟର କୋଲେନୀକୁ ଏଭଳି କଣ୍ଟେନମେଣ୍ଟ ଅଞ୍ଚଳ ଭାବରେ ଘୋଷଣା କରାଯାଇଛି ।
ସେହିପରି ହିଞ୍ଜିଳି କାଟୁ ବ୍ଲକର ମକରଝୋଳ ଗ୍ରାମପଞ୍ଚାୟତର ଗୋଟିଏ ଗ୍ରାମ ପଲ୍ଲିପଦ୍ମନାଭପୁରଏବଂ ଶିକିରି ଗ୍ରାମପଞ୍ଚାୟତର ଆଡୁଆ ସାହି ଏବଂ ନୂଆ ସାହିକୁ ଏଭଳି ଘୋଷଣା କରାଯାଇଛି । ସେହିପରି ପୋଲସରା ଏନ୍.ଏ.ସି ର ୱାର୍ଡ ନଂ- ୧୮ ର ଚିଦାନନ୍ଦ ନଗର, ବେଗୁନିଆପଡା ବ୍ଲକର କୁମ୍ଭାରଗାଁ ପଞ୍ଚାୟତର କୁମାରୀପାରୀ ଏବଂ ମାଳ ବେଲପଡା ଏବଂ କବିସୂର୍ଯ୍ୟନଗର ଏନ.ଏ.ସି ର ୱାର୍ଡ ୧୬ ର ନାଗେଶ୍ୱର ମାର୍ଗ ମାଆ ବନଦେବୀ ମନ୍ଦିର ପାଖ ଅଞ୍ଚଳକୁ ଘୋଷଣା କରାଯାଇଛି ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ