ETV Bharat / state

ଅର୍ବାନ ଗଭର୍ଣ୍ଣାନ୍‌ସ୍ ଭିଜନ୍ ୨୦୨୩-୨୪: ଶ୍ରେଷ୍ଠ ବାସପଯୋଗୀ ହେବ ସହରାଞ୍ଚଳ

ବ୍ରହ୍ମପୁରରେ ସହରାଞ୍ଚଳ ରୂପାନ୍ତରଣର କ୍ଲଷ୍ଟରସ୍ତରୀୟ କର୍ମଶାଳା ଅନୁଷ୍ଠିତ । ଅର୍ବାନ୍ ଗଭର୍ଣ୍ଣାନ୍‌ସ୍ ଭିଜନ୍ ୨୦୨୩-୨୪ ସମ୍ପର୍କରେ ଆଲୋଚନା କଲେ ଗୃହ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ ସଚିବ । ଅଧିକ ପଢନ୍ତୁ

author img

By

Published : Apr 13, 2023, 11:56 AM IST

ସହରାଞ୍ଚଳ ରୂପାନ୍ତରଣର କ୍ଲଷ୍ଟରସ୍ତରୀୟ କର୍ମଶାଳା

ଅର୍ବାନ ଗଭର୍ଣ୍ଣାନ୍‌ସ୍ ଭିଜନ୍

ବ୍ରହ୍ମପୁର: ବ୍ରହ୍ମପୁରର ଏମକେସିଜି ମେଡିକାଲର ନୂତନ ସମ୍ମିଳନୀ କକ୍ଷରେ ସହରାଞ୍ଚଳ ରୂପାନ୍ତରଣର କ୍ଲଷ୍ଟରସ୍ତରୀୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏଥିରେ ରାଜ୍ୟ ଗୃହ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ ସଚିବ ଜି ମାଥି ଭାଥନନ୍ ଅର୍ବାନ୍ ଗଭର୍ଣ୍ଣାନ୍‌ସ୍ ଭିଜନ୍ ୨୦୨୩-୨୪ ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚନା କରିଛନ୍ତି । କର୍ମଶାଳାରେ ସହରାଞ୍ଚଳ ରୂପାନ୍ତରଣ ଠାରୁ ଆରମ୍ଭ କରି ୱାର୍ଡ ଅଫିସ କାର୍ଯ୍ୟକ୍ଷମ, କଲ୍ୟାଣ ମଣ୍ଡପ ନିର୍ମାଣ, ରୋଡ, ଡ୍ରେନ୍, ଭେଣ୍ଡିଂ ଜୋନ୍, ମୁକ୍ତା ୨.୦, ଜାଗା ମିଶନ୍ ୨.୦, ପାନୀୟ ଜଳ ୨.୦, କଠିନ ଓ ତରଳ ବର୍ଜ୍ୟ ପରିଚାଳନା, ଗାରିମା ଆଦି ସମସ୍ତ ଯୋଜନା ବିଷୟରେ ଭିଜନ୍ ୨୦୨୩-୨୪ ସଂପର୍କରେ ଆଲୋଚନା କରାଯାଇଛି । ଏହି କର୍ମଶାଳାରେ ଗଞ୍ଜାମ, ରାୟଗଡା, ବୌଦ୍ଧ, ଗଜପତି ଓ କନ୍ଧମାଳ ଜିଲ୍ଲାରେ ରହିଥିବା ମୋଟ ୨୭ଟି ପୌରପାଳିକା ଓ ବିଜ୍ଞାପିତ ଅଞ୍ଚଳ ପରିଷଦର ନିର୍ବାହୀ ଅଧିକାରୀ, ପୌର ଯନ୍ତ୍ରୀ, କନିଷ୍ଠ ଯନ୍ତ୍ରୀ, ଏସ୍‌ବିଏମ୍ ଓ ସାନିଟେସନ୍ କର୍ମଚାରୀ ଯୋଗ ଦେଇଥିଲେ ।

ରାଜ୍ୟ ସରକାର ସମସ୍ତ ସହରାଞ୍ଚଳକୁ ଶ୍ରେଷ୍ଠ ବାସପଯୋଗୀ ସ୍ଥଳ କରିବାକୁ ଲକ୍ଷ୍ୟ ରଖିଛନ୍ତି । ସେଥିପାଇଁ ପ୍ରତି ୱାର୍ଡରେ ୱାର୍ଡ ଅଫିସ ସ୍ଥାପନ କରି ମୁଖ୍ୟ ଅଫିସ୍‌ର ବୋଝ କମାଇବାକୁ ଗୁରୁତ୍ବ ଦେଇଛନ୍ତି । ୱାର୍ଡ ଅଫିସ୍ଗୁଡ଼ିକର ପରିଚାଳନା ଦାୟିତ୍ଵ ମିଶନ ଶକ୍ତି ଗ୍ରୁପ ହାତରେ ଦେଇ ଯଥାଶୀଘ୍ର ଲୋକଙ୍କୁ ନିଜ ୱାର୍ଡରେ ସମସ୍ତ ସେବା ଓ ସୁବିଧା ଚୟନ କରି କାର୍ଯ୍ୟ ଆରମ୍ଭ କରିବାକୁ ପରାମର୍ଶ ଦେଇଛନ୍ତି । ସହରାଞ୍ଚଳ ରୂପାନ୍ତରଣର କ୍ଲଷ୍ଟର ସ୍ତରୀୟ କର୍ମଶାଳାର ଉଦ୍‌ଯାପନୀ ଦିବସରେ ଜଳାଶୟ ପୁନରୁଦ୍ଧାର ଓ ସୌନ୍ଦର୍ଯ୍ୟକରଣ, ସମସ୍ତ ସିସି ରୋଡକୁ ପେଭର୍ ବ୍ଲକ୍‌ରେ ରୂପାନ୍ତରଣ, ଜାଗା ମିଶନରେ ଜଙ୍ଗଲ ଓ ଅନ୍ୟାନ୍ୟ କିସମର ଜମି ହସ୍ତାନ୍ତରଣ, କଚ୍ଚା ଡ୍ରେନ ଓ ରାସ୍ତାକୁ ପକ୍କା କରିବା, ଖୋଲା ଡ୍ରେନକୁ ଆବୃତ କରିବା, ସାମାଜିକ କାର୍ଯ୍ୟକ୍ରମ ପାଇଁ ଏନଏସି, ପୌରପାଳିକା ଓ ମହାନଗର ନିଗମରେ ଯଥାକ୍ରମେ ୨, ୪ ଓ ୧୦ଟି ଲେଖାଏଁ କଲ୍ୟାଣ ମଣ୍ଡପ ନିର୍ମାଣ କରିବା ଲକ୍ଷ୍ୟ ନେଇ କାମ ଜୋରଦାର କରିବାକୁ ସଚିବ କହିଛନ୍ତି ।

ସବୁଠାରୁ ଗୁରୁତ୍ଵପୂର୍ଣ୍ଣ ହେଲା ଠିକାଦାର କେନ୍ଦ୍ରିତ ବିକାଶ ଧାରା ଏବେ ଗୋଷ୍ଠୀ କେନ୍ଦ୍ରିତ ଉନ୍ନୟନ ମଡେଲରେ ରୂପାନ୍ତରିତ ହୋଇଛି । ମିଶନ ଶକ୍ତି ଗୋଷ୍ଠୀ ଓ ବସ୍ତି ବାସିନ୍ଦା ସଂଘମାନେ ପୌରସଂସ୍ଥାର ପ୍ରମୁଖ ସହଯୋଗୀ ହୋଇପାରିଛନ୍ତି । ତେଣୁ ପ୍ରତ୍ୟେକ ଯୋଜନାର ସମ୍ପ୍ରସାରଣ ବେଳେ ସେମାନଙ୍କୁ ଗୁରୁତ୍ୱ ଦେଇ କାର୍ଯ୍ୟରେ ନିୟୋଜିତ କରିବା, ସେମାନଙ୍କ ପାଉଣା ଠିକଣା ସମୟରେ ପୈଠ କରିବାକୁ ପରାମର୍ଶ ଦିଆଯାଇଛି । ଏହାଦ୍ୱାରା ସହରର ନିରବଚ୍ଛିନ୍ନ ବିକାଶ ସହ ଆର୍ଥିକ ଦୁର୍ବଳ ଶ୍ରେଣୀକୁ କର୍ମସଂସ୍ଥାନ ଉପଲବ୍ଧ କରାଇବାରେ ରାଜ୍ୟ ସରକାରଙ୍କ ଲକ୍ଷ୍ୟ ସଫଳ ହୋଇପାରିବ । ଏଥିସହ ମୁକ୍ତା ଯୋଜନାରେ ଅଧିକରୁ ଅଧିକ ମିଶନ ଶକ୍ତି ଗ୍ରୁପ୍‌କୁ ସାମିଲ କରିବାକୁ ପରାମର୍ଶ ଦିଆଯାଇଛି ।

ଅନ୍ୟପଟେ ମିଶନ୍ ଶକ୍ତି ଗ୍ରୁପକୁ ହଇରାଣ ହରକତ କରିବା, ବିଲ୍ ପ୍ରଦାନରେ ଟାଳଟୁଳ ନୀତି ଅବଲମ୍ବନ କଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସଚିବ ସତର୍କ କରିଛନ୍ତି । ପୌର ପ୍ରଶାସନ ନିର୍ଦ୍ଦେଶକ ସଂଗ୍ରାମଜିତ ନାୟକ କର୍ମଶାଳାର ଉଦ୍ଦେଶ୍ୟ ଓ ଲକ୍ଷ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ । ଏଥିରେ ବିଭାଗୀୟ ଯୁଗ୍ମ ଶାସନ ସଚିବ ତଥା ନିର୍ଦ୍ଦେଶକ ସୁଡା ସାରଦା ପ୍ରସାଦ ପଣ୍ଡା, ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା, କନ୍ଧମାଳ ଜିଲ୍ଲାପାଳ ଆଶିଷ ଇଶ୍ଵର ପାଟିଲ୍, ବିଏମ୍‌ସି କମିଶନର ଜେ.ସୋନାଲ ପ୍ରମୁଖ ଅଂଶଗ୍ରହଣ କରିଥିଲେ ।

ଇଟିଭି ଭାରତ, ବ୍ରହ୍ମପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.