ETV Bharat / state

Panchayat Poll: ଅବସରପ୍ରାପ୍ତ ପ୍ରଧାନଶିକ୍ଷକ vs ଅବସରପ୍ରାପ୍ତ ପ୍ରଧାନଶିକ୍ଷକ - ଜାହାଡା ପଞ୍ଚାୟତ ପ୍ରଧାନଶିକ୍ଷକ ସରପଞ୍ଚ ପ୍ରାର୍ଥୀଙ୍କ ନିର୍ବାଚନ

ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକ ଜାହାଡା ପଞ୍ଚାୟତର ଜାହାଡା ଗ୍ରାମର ଦୁଇ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ପଞ୍ଚାୟତ ନିର୍ବାଚନରେ ସରପଞ୍ଚ ପାର୍ଥୀ ଭାବେ ମଇଦାନକୁ ଓହ୍ଲାଇଛନ୍ତି । ଅଧିକ ପଢନ୍ତୁ

Panchayat Poll: ଅବସରପ୍ରାପ୍ତ ପ୍ରଧାନଶିକ୍ଷକ vs ଅବସରପ୍ରାପ୍ତ ପ୍ରଧାନଶିକ୍ଷକ

author img

By

Published : Feb 17, 2022, 9:54 PM IST

ଭଞ୍ଜନଗର: ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକ ଜାହାଡା ପଞ୍ଚାୟତର ଜାହାଡା ଗ୍ରାମର ଦୁଇ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ପଞ୍ଚାୟତ ନିର୍ବାଚନରେ ସରପଞ୍ଚ ପାର୍ଥୀ ଭାବେ ମଇଦାନକୁ ଓହ୍ଲାଇଛନ୍ତି । ଦିନେ ଏହି ଦୁଇ ଶିକ୍ଷକ ସ୍କୁଲରେ ଭଲ ମଣିଷଟିଏ ହେବାକୁ ପିଲାଙ୍କୁ ଶିକ୍ଷା ଦେଉଥିଲେ । ଅବସର ନେବାପରେ ଜାହାଡା ପଞ୍ଚାୟତକୁ ସଜାଡ଼ିବାକୁ ଲାଗିପଡିଛନ୍ତି । ଉଭୟେ ଦୁର୍ନୀତି ମୁକ୍ତ ପଞ୍ଚାୟତ ଗଠନ କରିବାକୁ ଗାଁକୁ ଗାଁ, ଘରକୁ ଘର ବୁଲି ଲୋକଙ୍କ ପାଖରେ ଭୋଟ ଭିକ୍ଷା କରୁଛନ୍ତି । ଉଭୟ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ମଧ୍ୟରେ କଡ଼ା ଟକ୍କର ହେଉଥିବା ଦେଖିବାକୁ ମିଳୁଛି, କେହି କାହାଠାରୁ କମ ନୁହନ୍ତି । ଯାହାଡ଼ା ପଞ୍ଚାୟତ 6ଟି ଗ୍ରାମକୁ ନେଇ ଗଠିତ । ଯାହାଡା, କଣଭାଗ, ମୁକ୍ତାପୁଞ୍ଜି, ଦଶମାଇଲି, କୁଶପଡା, ଥୁରୁଥୁରାକୁ ନେଇ ଗଠିତ ହୋଇଥିବା ବେଳେ ଜନସଂଖ୍ୟା 9000 ଏବଂ ୱାର୍ଡ 17 ଟି ରହିଛି । ମୋଟ ଭୋଟରଙ୍କ ସଂଖ୍ୟା 6231 ଥିବାବେଳେ ସେଥିରୁ ମହିଳା ଭୋଟର 2934, ପୁରୁଷ ଭୋଟର 3297 ଅଛନ୍ତି ।

Panchayat Poll: ଅବସରପ୍ରାପ୍ତ ପ୍ରଧାନଶିକ୍ଷକ vs ଅବସରପ୍ରାପ୍ତ ପ୍ରଧାନଶିକ୍ଷକ

29 ନମ୍ବର ଜୋନ ପାଇଁ ଏହି ପଞ୍ଚାଯତଟି ମୁଖ୍ୟ ଭୂମିକା ନେଇଥାଏ । ଏହି ପଞ୍ଚାଯତର ଉନ୍ନତି ପାଇଁ ସରପଞ୍ଚ ପାର୍ଥୀ ପାଇଁ ଦୁଇଜଣ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ମଇଦାନକୁ ଓହ୍ଲାଇଛନ୍ତି । ସତ୍ୟବାଦୀ ସ୍ଵାଇଁ ମଶାଣିଭାଗ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ଥିଲେ । ସେ ଜୀବନ କାଳରେ ବହୁ ପିଲାଙ୍କ ଭବିଷ୍ୟତ ଗଢିଛନ୍ତି । ବର୍ତମାନ ପଞ୍ଚାୟତରେ ବହୁ ସମସ୍ୟା ଥିବାବେଳେ ବହୁ ଲୋକ ଦୁର୍ଦ୍ଦିନରେ କାଳାତିପାତ କରୁଛନ୍ତି, ସେମାନଙ୍କ ପାଇଁ ସବୁ ସୁବିଧା କରିବେ ବୋଲି ସେ କହିଛନ୍ତି ।

ତାଙ୍କରି ପ୍ରତିଦ୍ଵନ୍ଦୀ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଭଗବାନ ପରିଡା ମଧ୍ୟ ସରପଞ୍ଚ ପାର୍ଥୀ ରୂପେ ମଇଦାନକୁ ଓଲହାଇଛନ୍ତି । ସେ କହିଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ସୁ-ଶାସନରେ ଅନୁପ୍ରାଣିତ ହୋଇ ତାଙ୍କର ସବୁ ଯୋଜନାଙ୍କୁ ଗ୍ରାମବାସୀଙ୍କ ପାଖରେ ପହଞ୍ଚାଇ ସେବା କରିବେ । ଜୀବନକାଳ ମଧ୍ୟରେ ବହୁ ଜନହିତକର କାମ କରିଛି, ବହୁ ଲୋକଙ୍କ ଭବିଷ୍ୟତ ଉଜ୍ୱଳ କରିଛି, ବର୍ତମାନ ପଞ୍ଚାୟତର ସେବା କରିବି ଯଦି ମୋତେ ଭୋଟର ନିର୍ବାଚିତ କରନ୍ତି ବୋଲି କହିଛନ୍ତି ଭଗବାନ ପରିଡା ।

ପଞ୍ଚାୟତରେ ବହୁ ସମସ୍ୟା ଦେଖାଦେଇଛି । ରାସ୍ତା ଘାଟ, ଆବାସ ଯୋଜନା, ଭତା, ନାଳ ନର୍ଦ୍ଦମା ଏହିପରି ବହୁ ସମସ୍ୟା ଦେଖାଦେଇଛି । ଭୋଟର କୁହନ୍ତି ଭୋଟ ସମୟରେ ବହୁ ଲୋକ ଆସି ନାନା ପ୍ରତିଶ୍ରୁତି ଦେଇଥାନ୍ତି କିନ୍ତୁ, ଭୋଟ ସରିଗଲେ ସବୁ ପ୍ରତିଶୃତିକୁ ନେତାମାନେ ଭୁଲିଯାଆନ୍ତି । କିନ୍ତୁ, ବର୍ତମାନ ଦୁଇ ପ୍ରଧାନ ଶିକ୍ଷକ ସରପଞ୍ଚ ପାର୍ଥୀ ରୂପେ ଠିଆ ହୋଇଛନ୍ତି । ତେଣୁ ଏଥର ଗ୍ରାମର ସମସ୍ୟା ଦୂର ହେବ ବୋଲି ଗ୍ରାମବାସୀ ଆଶା ବାନ୍ଧିଛନ୍ତି ।

ଭଞ୍ଜନଗରରୁ ରଞ୍ଜନ ସ୍ବାଇଁ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.