ETV Bharat / state

ଆମ୍ବଗଛରୁ ପ୍ରେମୀଯୁଗଳଙ୍କ ଝୁଲନ୍ତା ମୃତଦେହ ମିଳିବା ଘଟଣା: ସାଇଣ୍ଟିଫିକ ଟିମର ତନାଘନା ଜାରି - ଖଣ୍ଡରା ଗ୍ରାମରେ ଅଭାବନୀୟ ଘଟଣା

ଗଞ୍ଜାମ ଖଣ୍ଡରା ଗ୍ରାମରେ ପ୍ରେମୀଯୁଗଳଙ୍କ ଝୁଲନ୍ତା ମୃତଦେହ ମିଳିବା ଘଟଣା । ବିଭିନ୍ନ ଦିଗକୁ ନେଇ ସାଇଣ୍ଟିଫିକ ଟିମର ତନାଘନା ଜାରି । ଅଧିକ ପଢନ୍ତୁ

ଆମ୍ବଗଛରୁ ପ୍ରେମୀଯୁଗଳଙ୍କ ଝୁଲନ୍ତା ମୃତଦେହ ମିଳିବା ଘଟଣା: ସାଇଣ୍ଟିଫିକ ଟିମର ତନାଘନା ଜାରି

author img

By

Published : May 9, 2022, 11:08 AM IST

ବ୍ରହ୍ମପୁର: ଗଞ୍ଜାମ ଖଣ୍ଡରା ଗ୍ରାମରେ ପ୍ରେମୀଯୁଗଳଙ୍କ ଝୁଲନ୍ତା ମୃତଦେହ ମିଳିବା ଘଟଣା । ବିଭିନ୍ନ ଦିଗକୁ ନେଇ ସାଇଣ୍ଟିଫିକ ଟିମର ତନାଘନା ଜାରି । ହିଞ୍ଜିଳି ଥାନା ଖଣ୍ଡରା ଗ୍ରାମ ଆମ୍ବତୋଟାରେ ରବିବାର ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଆତ୍ମହତ୍ୟା କରିଥିବା ପ୍ରେମୀଯୁଗଳ ହେଲେ ଶେରଗଡ଼ ଥାନା ଅନ୍ତର୍ଗତ ବରସିଂ ଗ୍ରାମର ୨୦ ବର୍ଷିୟ ମୁନା ଗୌଡ଼ ଏବଂ ଶେରଗଡ ଅଞ୍ଚଳର ଜଣେ ନାବାଳିକା ।

ସୂଚନା ଅନୁସାରେ, ରବିବାର ସକାଳେ କିଛି ଗ୍ରାମବାସୀ ଯୁବକ ଯୁବତୀଙ୍କ ଝୁଲନ୍ତା ମୃତଦେହ ଦେଖି ହିଞ୍ଜିଳି ପୋଲିସକୁ ଖବର ଦେଇଥିଲେ । ଖବରପାଇ ଘଟଣାସ୍ଥଳରେ ଆସିକା ଏସଡିପିଓ ଉମାଚରଣ ସିଂ ଓ ଥାନାଧିକାରୀ ଅଭିମନ୍ୟୁ ଦାଶଙ୍କ ନେତୃତ୍ୱରେ ପୋଲିସ ଟିମ ପହଞ୍ଚିଥିଲା । ପରେ ସାଇଣ୍ଟିଫିକ ଟିମ ଘଟଣାସ୍ଥଳରେ ପହଞ୍ଚି ତନାଘନା ଆରମ୍ଭ କରିବା ସହ ପୋଲିସ ଉଭୟଙ୍କ ମୃତଦେହକୁ ଉଦ୍ଧାର କରିଛି ।

ନାବାଳିକା ଜଣଙ୍କ ଗତକାଲି ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ସରିବା ପରେ ଫେରାର ହୋଇଯାଇଥିବା ବେଳେ ମୃତ ଯୁବକ ଜଣଙ୍କ ମୋବାଇଲ ସୁଇଚ୍ ଅଫ୍ ରହିଥିବା ବେଳେ ରବିବାର ଦୁହିଁଙ୍କ ମୃତଦେହ ମିଳିଥିବାରୁ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.