ETV Bharat / state

ଜଙ୍ଗଲରୁ ଦୁଇ ଗଳିତ ମୃତଦେହ ଉଦ୍ଧାର

author img

By

Published : Feb 25, 2021, 7:58 PM IST

ଗଞ୍ଜାମ ଜିଲ୍ଲା ଗାଙ୍ଗପୁର ଥାନା ବୁଢ଼ାକେନ୍ଦୁ ଜଙ୍ଗଲରୁ ଦୁଇ ଗଳିତ ମୃତଦେହ ଉଦ୍ଧାର ହୋଇଛି । ଯୁବତୀର ମୃତଦେହ ଚୁନିରେ ବନ୍ଧା ହୋଇ ଗଛରେ ଝୁଲୁଥିବାବେଳେ ଅନ୍ୟ ଜଣଙ୍କ ମୃତ ଶରୀର ତଳେ ପଡି ନଷ୍ଟ ହୋଇଯାଇଛି । ଅଧିକ ପଢନ୍ତୁ...

ଜଙ୍ଗଲରୁ ଦୁଇ ଗଳିତ ମୃତ ଦେହ ଉଦ୍ଧାର
ଜଙ୍ଗଲରୁ ଦୁଇ ଗଳିତ ମୃତ ଦେହ ଉଦ୍ଧାର

ଭଞ୍ଜନଗର : ଗଞ୍ଜାମ ଜିଲ୍ଲା ଗାଙ୍ଗପୁର ଥାନା ବୁଢ଼ାକେନ୍ଦୁ ଜଙ୍ଗଲରୁ ଦୁଇ ଗଳିତ ମୃତଦେହ ଉଦ୍ଧାର ହୋଇଛି । ଯୁବତୀର ମୃତଦେହ ଚୁନିରେ ବନ୍ଧା ହୋଇ ଗଛରେ ଝୁଲୁଥିବାବେଳେ ଅନ୍ୟ ଜଣଙ୍କ ମୃତ ଶରୀର ତଳେ ପଡି ନଷ୍ଟ ହୋଇଯାଇଛି । ଦୁଇ ଗଳିତ ମୃତ ଶରୀରର ପରିଚୟ ଜଣାପଡିନାହିଁ । ଜଙ୍ଗଲରେ ନିଆଁ ଲାଗିଯାଇଥିବାରୁ ମୃତଦେହଟି ନିଆଁରେ ପୋଡି ହୋଇ ସମ୍ପୂର୍ଣ ନଷ୍ଟ ହୋଇଯାଇଛି ।

ଜଙ୍ଗଲରୁ ଦୁଇ ଗଳିତ ମୃତ ଦେହ ଉଦ୍ଧାର

ତଳେ ପଡିଥିବା ଖପୁରୀ ଓ ହାଡକୁ ଦେଖି ଯୁବକ ହୋଇଥିବା ଅନୁମାନ କରୁଛି ପୋଲିସ । ଆଜି ସକାଳୁ ବନ ବିଭାଗ କର୍ମଚାରୀ ମୃତଦେହ ଦେଖି ଗାଙ୍ଗପୁର ପୋଲିସକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ପୋଲିସ ଓ ବନବିଭାଗ କର୍ମଚାରୀ ପହଞ୍ଚି ତଦନ୍ତ ଚଳାଇଛନ୍ତି । ତେବେ ଏହା ହତ୍ୟା ନା ଆତ୍ମହତ୍ୟା ତାହାର ପ୍ରକୃତ କାରଣ ଜଣାପଡି ନାହିଁ । ସାଇଣ୍ଟିଫିକ ଟିମ ଆସିବା ପରେ ଦୁଇ ଗଳିତ ଶରୀରକୁ ବ୍ୟବଚ୍ଛେଦ ପାଇଁ ପଠାଯିବ ।

ଭଞ୍ଜନଗରରୁ ରଞ୍ଜନ ସ୍ୱାଇଁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.