ଭଞ୍ଜନଗର: ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ସୁନ୍ଦୁରିଆପଡାରେ ଅଘଟଣ । ଘରକାମ କଲାବେଳେ ବିଦ୍ୟୁତ ସଂସ୍ପର୍ଶରେ ଆସି ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଜଣେ ଗୁରୁତର ହୋଇଥିବା ସୂଚନା ମିଳିଛି । ଚିକିତ୍ସା ନିମନ୍ତେ ସମସ୍ତଙ୍କୁ ଆସିକା ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବାବେଳେ ଡାକ୍ତର ସେଠାରେ ଦୁଇଜଣଙ୍କୁ ମୃତ ଘୋଷଣା କରିଛନ୍ତି ।
ମୃତକ ମାନେ ହେଲେ 50 ବର୍ଷୀୟା ଝୁନୁ ଗୌଡ଼ ଓ ଆଠଗଡ଼ ଗ୍ରାମର ମିସ୍ତ୍ରୀ 27 ବର୍ଷୀୟ ଗୋପାଳ ବେହେରା । ଆଜି(ବୁଧବାର) ସୁନ୍ଦୁରିଆପଡା ଗ୍ରାମର ଜଣେ ବ୍ୟକ୍ତିଙ୍କ ଘରେ ଗ୍ରିଲ ବସାଇବା କାମ ଚାଲିଥିବାବେଳେ ଘରକୁ ଆସିଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଘଟିଛି ଏହି ଅଘଟଣ l
ଭଞ୍ଜନଗରରୁ ରଞ୍ଜନ ସ୍ୱାଇଁ, ଇଟିଭି ଭାରତ