ETV Bharat / state

ପ୍ରଥମ ପାନ୍ ଇଣ୍ଡିଆ ମାଷ୍ଟର୍ସ ଗେମ୍ସରେ ବ୍ରହ୍ମପୁର ପ୍ରତିଯୋଗୀଙ୍କ ସଫଳତା - ପ୍ରଥମ ପାନ୍ ଇଣ୍ଡିଆ ମାଷ୍ଟର୍ସ ଗେମ୍ସ

ପ୍ରଥମ ପାନ୍ ଇଣ୍ଡିଆ ମାଷ୍ଟର୍ସ ଗେମ୍ସରେ ବ୍ରହ୍ମପୁରରୁ ଦୁଇ ପ୍ରତିଯୋଗୀଙ୍କ ସଫଳତା । କୃତି ପ୍ରତିଯୋଗୀ ମାନେ ବ୍ରହ୍ମପୁର ସହରର ଟୁକୁ ସେଠୀ ଓ ଜିତେନ୍ଦ୍ର ଧର । ଉଭୟ ଦୌଡ଼ ଓ ଲମ୍ବଡିଆଁ ପ୍ରତିଯୋଗିତାରେ ୨ଟି ସ୍ବର୍ଣ୍ଣ ପଦକ ସମେତ ୨ଟି ରୌପ୍ୟ ଓ ୨ଟି ବ୍ରୋଞ୍ଜ ପଦକ ହାସଲ କରିଛନ୍ତି । ଅଧିକ ପଢ଼ନ୍ତୁ

ପ୍ରଥମ ପାନ୍ ଇଣ୍ଡିଆ ମାଷ୍ଟର୍ସ ଗେମ୍ସରେ ବ୍ରହ୍ମପୁରରୁ ଦୁଇ ପ୍ରତିଯୋଗୀଙ୍କ ସଫଳତା

author img

By

Published : Jun 7, 2022, 10:15 PM IST

ବ୍ରହ୍ମପୁର: ମାଷ୍ଟର୍ସ ଗେମସରେ ଜିଲ୍ଲାର ଦୁଇ ପ୍ରତିଯୋଗୀଙ୍କ ସଫଳତା । ବେଙ୍ଗାଲୁରୁ ଠାରେ ଅନୁଷ୍ଠିତ ପ୍ରଥମ ପାନ୍ ଇଣ୍ଡିଆ ମାଷ୍ଟର୍ସ ଗେମ୍ସରେ ବ୍ରହ୍ମପୁର ସହରର ଦୁଇ ଜଣ ପ୍ରତିଯୋଗୀ ଭାଗ ନେଇ ସଫଳତା ଅର୍ଜନ କରିଛନ୍ତି । ଏହି କୃତି ପ୍ରତିଯୋଗୀମାନେ ହେଲେ ବ୍ରହ୍ମପୁର ସହରର ଟୁକୁ ସେଠୀ ଓ ଜିତେନ୍ଦ୍ର ଧର । ଉଭୟ ଦୌଡ଼ ଓ ଲମ୍ବଡିଆଁ ପ୍ରତିଯୋଗିତାରେ ୨ଟି ସ୍ବର୍ଣ୍ଣ ପଦକ ସମେତ ୨ଟି ରୌପ୍ୟ ଓ ୨ଟି ବ୍ରୋଞ୍ଜ ପଦକ ହାସଲ କରିଛନ୍ତି ।

ପ୍ରଥମ ପାନ୍ ଇଣ୍ଡିଆ ମାଷ୍ଟର୍ସ ଗେମ୍ସରେ ବ୍ରହ୍ମପୁରରୁ ଦୁଇ ପ୍ରତିଯୋଗୀଙ୍କ ସଫଳତା

୪୦ ବର୍ଷରୁ ଅଧିକ ବର୍ଗରେ ଭାଗ ନେଇଥିବା ଟୁକୁ ସେଠୀ ୪୦୦ ମିଟର ରିଲେ ଦୌଡ଼ରେ ସ୍ବର୍ଣ୍ଣ ପଦକ ହାସଲ କରିଥିବା ବେଳେ ୨୦୦ ମିଟର ଦୌଡ଼ରେ ରୈପ୍ୟ, ୧୦୦ ମିଟର ଦୌଡ଼ ଓ ଲମ୍ବଡିଆଁ ପ୍ରତିଯୋଗିତାରେ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି । ସେହିପରି ୫୦ ବର୍ଷରୁ ଅଧିକ ବର୍ଗରେ ଜିତେନ୍ଦ୍ର ଧର ୨୦୦ ମିଟର ଦୌଡ଼ରେ ସ୍ବର୍ଣ୍ଣ ପଦକ ପାଇଥିବା ବେଳେ ୧୦୦ ମିଟର ଦୌଡ଼ରେ ରୌପ୍ୟ ପଦକ ହାସଲ କରିଛନ୍ତି । ତେବେ ଉଭୟ ଆଗାମୀ ଦିନରେ ଆନ୍ତର୍ଜାତୀୟ ସ୍ତରରେ ଆୟୋଜିତ ହେବାକୁ ଥିବା କ୍ରୀଡ଼ାରେ ଭାଗ ନେବା ପାଇଁ ଚୟନ ହୋଇଛନ୍ତି । ଏହି ଅବସରରେ ଦୁଇ କ୍ରୀଡାବିତଙ୍କ ସହ ଆଲୋଚନା କରିଛନ୍ତି ଇଟିଭି ବ୍ରହ୍ମପୁର ପ୍ରତିନିଧି ସମୀର ଆଚାର୍ଯ୍ୟ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.