ETV Bharat / state

ଟ୍ରକ ଡ୍ରାଇଭରକୁ ହେଲମେଟ୍ ଜୋରିମାନା ଘଟଣା, ପ୍ରତିକ୍ରିୟା ରଖିଲେ ସମ୍ପୃକ୍ତ ଗାଡି ଚାଳକ - Helmet fines issue

ଟ୍ରକ ଡ୍ରାଇଭରକୁ ହେଲମେଟ ପିନ୍ଧି ଗାଡ଼ି ଚଳାଉନଥିବା ଅଭିଯୋଗରେ ଆଦାୟ କରାଯାଇଛି ଜୋରିମାନା । ଅଧିକ ପଢନ୍ତୁ....

ଟ୍ରକ ଡ଼୍ରାଇଭରକୁ ହେଲମେଟ୍ ଜୋରିମାନ ଘଟଣା ,ଗଣମାଧ୍ୟମରେ ପ୍ରତିକ୍ରିୟା ରଖିଲେ ସମ୍ପୃକ୍ତ ଗାଡି ଚାଳକ
ଟ୍ରକ ଡ଼୍ରାଇଭରକୁ ହେଲମେଟ୍ ଜୋରିମାନ ଘଟଣା ,ଗଣମାଧ୍ୟମରେ ପ୍ରତିକ୍ରିୟା ରଖିଲେ ସମ୍ପୃକ୍ତ ଗାଟ୍ରକ ଡ଼୍ରାଇଭରକୁ ହେଲମେଟ୍ ଜୋରିମାନ ଘଟଣା ,ଗଣମାଧ୍ୟମରେ ପ୍ରତିକ୍ରିୟା ରଖିଲେ ସମ୍ପୃକ୍ତ ଗାଡି ଚାଳକଡି ଚାଳକ
author img

By

Published : Mar 18, 2021, 7:37 AM IST

Updated : Mar 18, 2021, 2:48 PM IST

ବ୍ରହ୍ମପୁର: ଟ୍ରକ ଡ୍ରାଇଭରଙ୍କଠାରୁ ହେଲମେଟ ପିନ୍ଧି ଟ୍ରକ ଚଳାଉନଥିବା ଅଭିଯୋଗରେ ଆଦାୟ କରାଯାଇଛି 1000 ଟଙ୍କାର ଜୋରିମାନା । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ବ୍ରହ୍ମପୁର ସହରରେ ।ବ୍ରହ୍ମପୁର ମହାନଗର ନିଗମରେ ଜାନିବିଲି ପ୍ରକଳ୍ପରେ ପାନୀୟ ଜଳ ଯୋଗାଣ କରିବା ନିମନ୍ତେ ନିୟୋଜିତ ହୋଇଥିବା ଏକ ଟ୍ରକ ଡ୍ରାଇଭରଙ୍କୁ ଏଭଳି ବିନା ହେଲମେଟ୍‌ରେ ଗାଡ଼ି ଚଳାଉଥିବା ନେଇ ଜୋରିମାନା ଆଦାୟ କରାଯିବା ପରେ ସେ ଏନେଇ ଗଣମାଧ୍ୟମରେ ସମୁଖରେ ସମ୍ପୃକ୍ତ ଟ୍ରକ ଡ୍ରାଇଭର ରଖିଛନ୍ତି ନିଜର ପ୍ରତିକ୍ରିୟା ।

ଟ୍ରକ ଡ଼୍ରାଇଭରକୁ ହେଲମେଟ୍ ଜୋରିମାନ ଘଟଣା ,ଗଣମାଧ୍ୟମରେ ପ୍ରତିକ୍ରିୟା ରଖିଲେ ସମ୍ପୃକ୍ତ ଗାଡି ଚାଳକ

ଟ୍ରକ ଚାଳକ ପ୍ରମୋଦ କୁମାର ସ୍ବାଇଁ ନିଜର ଛଅ ଚକିଆ ଟ୍ରକର ପରମିଟ୍ ଅବଧି ଶେଷ ହୋଇଯିବା ପରେ ସେ ଗଞ୍ଜାମ ଜିଲ୍ଲାର ସଦର ମହକୁମ୍ମା ଛତ୍ରପୁରସ୍ଥିତ ଜିଲ୍ଲା ମୁଖ୍ୟ ପରିବହନ ବିଭାଗ କାର୍ଯ୍ୟାଳୟକୁ ପୁନଃ ପରମିଟ୍ ଆଣିବା ପାଇଁ ଯାଇଥିଲେ । ହେଲେ ସେଠାରେ ପରମିଟ୍ ପୁନଃ ନବୀକରଣ କରିବା ସମୟରେ ଟ୍ରକର ନମ୍ବର ଅନୁସାରେ ଦୁଇ ହଜାର ଟଙ୍କାର ଜୋରିମାନା ରହିଥିବା କୁହାଯାଇଥିଲା ।

ସେ ଟ୍ରକରେ ବିନା ହେଲମେଟରେ ଗାଡ଼ି ଚଳାଉଥିବା ଯୋଗୁଁ ଏକ ହଜାର ଟଙ୍କାର ଜୋରିମାନା କରାଯାଇଥିବା ବେଳେ ଅନ୍ୟାନ୍ୟ ନିୟମ ଭାଙ୍ଗିଥିବା ଯୋଗୁଁ ଆଉ ଏକ ହଜାର ଟଙ୍କା ଜୋରିମାନା ଦିଆଯାଇଥିବା ଜାଣିବାକୁ ପାଇଥିଲେ । ତେବେ ପ୍ରମୋଦଙ୍କ ନାମରେ ଆସିଥିବା ଜୋରିମାନା ଚାଲାଣରେ ଗାଡ଼ି ନମ୍ବର ରହିଛି OR07W4593 ଯାହାକି ତାଙ୍କ ଟ୍ରକ ନମ୍ବର । ତେଣୁ ଟ୍ରକ ଚଳାଇବା ସମୟରେ କଣ ହେଲମେଟ ପିନ୍ଧିବା ଆବଶ୍ୟକ ବୋଲି ସେ ଗଣମାଧ୍ୟମ ସମୁଖରେ ପ୍ରଶ୍ନ କରିଛନ୍ତି । ଏଭଳି ଭାବେ ବିନା କାରଣରେ ଆରଟିଓ ଓ ଟ୍ରାଫିକ ପୋଲିସ ଏଭଳି ନିରୀହ ଲୋକଙ୍କ ଠାରୁ ଜୋରିମାନା ଆଦାୟ କରୁଥିବା ନେଇ ଅଭିଯୋଗ କରିଛନ୍ତି ସମ୍ପୃକ୍ତ ଗାଡି ଚାଳକ ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

Last Updated : Mar 18, 2021, 2:48 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.