ETV Bharat / state

No Cannabis Cultivation; ବଦଳୁଛି ଆଦିବାସୀ ଅଞ୍ଚଳର ଚିତ୍ର, ଗଞ୍ଜେଇ ଚାଷ ଛାଡି କରୁଛନ୍ତି ପାରମ୍ପରିକ ଚାଷ

author img

By

Published : Nov 26, 2021, 3:22 PM IST

ଗଞ୍ଜେଇ ଚାଷ ଛାଡି ଏବେ ପାରମ୍ପରିକ ଚାଷ କରୁଛନ୍ତି ଗୌଡ଼ଗୋଠ ପଞ୍ଚାୟତ ଝରକୋଣ ଗ୍ରାମରେ ପ୍ରାୟ ୧୩ ଆଦିବାସୀ ପରିବାର । ଅଧିକ ପଢନ୍ତୁ

ବଦଳୁଛି ଆଦିବାସୀ ଅଞ୍ଚଳର ଚିତ୍ର, ଗଞ୍ଜେଇ ଚାଷ ଛାଡି କରୁଛନ୍ତି ପାରମ୍ପରିକ ଚାଷ

ଭଞ୍ଜନଗର: ଗଞ୍ଜାମ ଜିଲ୍ଲାର ଗୌଡ଼ଗୋଠ ପଞ୍ଚାୟତ ଝରକୋଣ ଗ୍ରାମରେ ପ୍ରାୟ ୧୩ ଆଦିବାସୀ ପରିବାର ବସବାସ କରନ୍ତି । ଶିକ୍ଷା ସ୍ୱାସ୍ଥ୍ୟ ଗମନାଗମନ ଭଳି ସମସ୍ତ ମୌଳିକ ସୁବିଧାରୁ ଏମାନେ ବଞ୍ଚିତ ହୋଇ ରହିଥିବା ବେଳେ ଅନେକ ସମୟରେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତେବେ ଏହି ଆଦିବାସୀ ପରିବାରଙ୍କ ମୁଖ୍ୟ ଜୀବିକା କହିଲେ ଗଞ୍ଜେଇ ଚାଷ (Cannabis cultivation) । ଗଞ୍ଜେଇ ଚାଷ କଲେ ପରିବାର ଚଳେ । କିନ୍ତୁ ଏହି ଚିତ୍ର ଏବେ ବଦଳିଛି । ଗଞ୍ଜେଇ ଚାଷ ଛାଡି ଏବେ ପାରମ୍ପରିକ ଚାଷକୁ ଆପଣାଇଛନ୍ତି ଏହି ଆଦିବାସୀ ପରିବାର ।

ଅବକାରୀ ବିଭାଗ ଓ ପୋଲିସ ମିଳିତ ଚଢାଉ କରି ଗଞ୍ଜେଇ ନଷ୍ଟ କରିୁଥିବା ବେଳେ ଜେଲ ଯିବା ଭୟରେ ଆଦିବାସୀ ମାନେ ଝରକୋଣ ଗାଁ ଛାଡି ଏବେ ଗୌଡ଼ଗୋଠ ନିକଟ ଝରନାଳ ଠାରେ ସରକାରୀ ଜମିରେ ରହିବା ପାଇଁ ଘର ତିଆରି କରୁଛନ୍ତି । ଏଥିସହ ଜମିରେ ମକା, ସୁଆଁ, ଜନା, କାନ୍ଦୁଲ, ମାଣ୍ଡିଆ, ପରିବା ଚାଷ କରି ପରିବାର ପ୍ରତିପୋଷଣ କରୁଛନ୍ତି । ଏନେଇ ସରକାରଙ୍କ ପକ୍ଷରୁ ସମସ୍ତ ପ୍ରକାର ବିହନ ମଧ୍ୟ ଯୋଗାଇ ଦିଆଯାଉଛି (Tribal Peoples farming Vegetable) । ତେବେ ଜଙ୍ଗଲ ଜମିପଟ୍ଟା ପ୍ରଦାନ କରିବାକୁ ଏବେ ସରକାରଙ୍କୁ ଅନୁରୋଧ କରିଛନ୍ତି ଆଦିବାସୀ । ଅନ୍ୟପଟେ ସମସ୍ତ ସୁବିଧା ସହ ଜମିପଟ୍ଟା ନିମନ୍ତେ ସରକାର ଓ ପ୍ରଶାସନକୁ ଅନୁରୋଧ କରିଛନ୍ତି ଗୌଡ଼ଗୋଠ ସରପଞ୍ଚ ରାମ ଶବର ।

ଭଞ୍ଜନଗରରୁ ରଞ୍ଜନ ସ୍ବାଇଁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.