ଭଞ୍ଜନଗର: ପ୍ରଥମେ ପ୍ରେମ ବିବାହ । ଆଉ ପରେ ଧୋକା ଦେଇ ପ୍ରେମିକ ଫେରାର । ଏପରି ଏକ ଅଭାବନୀୟ ଘଟଣା ଘଟିଛି ଗଞ୍ଜାମ କବିସୂର୍ଯ୍ୟନଗରରେ । ଏବେ ଥାନାରେ ଏତଲା ଦେଇ ପ୍ରେମିକକୁ ଖୋଜି ଆଣିବାକୁ ଅଡି ବସିଛି ପ୍ରେମିକା । ଯୁବତୀ ଜଣଙ୍କ ଥାନାରେ ଗତ 4 ଦିନ ହେଲା ଏତଲା ଦେଇଥିବା ବେଳେ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ନେଉ ନଥିବା ଅଭିଯୋଗ କରିଛନ୍ତି ।
ଯେ ପର୍ଯ୍ୟନ୍ତ ଯୁବକ ଜଣକ ନ ଆସିଛି ସେ ପର୍ଯ୍ୟନ୍ତ ଥାନାରୁ ଯିବି ନାହିଁ ବୋଲି ଯୁବତୀ ଜଣକ କହିଛନ୍ତି । ଗତ 4 ଦିନ ହେଲା ଥାନାରେ ରହୁଥିବା ବେଳେ ଜଣେ ମହିଳା ପୋଲିସ ତାଙ୍କୁ ମାଡ ମାରି ଘରକୁ ଯିବା ପାଇଁ କହୁଥିବା ଯୁବତୀ ଜଣକ ଅଭିଯୋଗ କରିଛନ୍ତି । ହେଲେ ଏହାର ପ୍ରତି ଉତ୍ତରରେ ଯୁବତୀ ଜଣଙ୍କ ସ୍ବାମୀଙ୍କୁ ଖୋଜି ଆଣି ନଦେବା ଯାଏ ଥାନା ଛାଡି କୁଆଡେ ଯିବେନି ବୋଲି ସଫା ସଫା କହିଛନ୍ତି । ମାତ୍ର ଏ ସମ୍ପର୍କରେ ପୋଲିସ କିଛି କହିବାକୁ ମନା କରିଦେଇଛି ।
ଭଞ୍ଜନଗରରୁ ରଞ୍ଜନ ସ୍ବାଇଁ, ଇଟିଭି ଭାରତ